Monday, April 12, 2021

ODIA STORY (ଓଡ଼ିଆ ଗପ)-10




ସେଦିନ ମାସର ଦ୍ଵିତୀୟ ଶନିବାର ଥାଏ,ଖାଇବା ପିଇବା ଶେଷକରି ରାତିରେ ଧ୍ରୁବ ଓ ତାର ସ୍ତ୍ରୀ ସୋନିଆ ଶୋଇବାକୁ ଯାନ୍ତି। ସୋନିଆ  ବେଡ଼ ସଜାଡୁ ଥାଏ ଆଉ ଧ୍ରୁବ କୁ କହୁଥାଏ,


ସୋନିଆ:ଗୋଟେ କଥା କହିବି,ତୁମେ ଚିଡିବନି କି କହିବନି ଅଫିସ ରେ ବହୁତ କାମ ଅଛି ବୋଲି।


ଧ୍ରୁବ: ହଁ କହୁନ, ଯାହା କହିବା କଥା କୁହ। ଚିଡିବି କଣ ପାଇଁ ଯେ? ହଁ ଅଫସି ରେ ତ କାମ ରହୁଛି।


ସୋନିଆ: କାଲି କୁଆଡେ ଗୋଟେ ବୁଲିବାକୁ ଯାଆନ୍ତେ, ବହୁତଦିନ ହେଲା କୁଆଡେ ଯାଇନେ।ଘରେ ରହି ରହି ପୁରା ବିରକ୍ତ ଲାଗିଲାଣି।


ଧ୍ରୁବ: ଆରେ ମୁଁ ବି ସେଇକଥା ଭାବୁଥିଲି, ତମେ ମୋ ପାଟିରୁ ଏ କଥା ଛଡେଇନେଲ।


ଏହି ଭିତରେ ବେଡ଼ ପରା ପରି ସରିଯାଏ, ସେ ଦୁହେଁ ଶୋଇଯାନ୍ତି, ତାପରେ,ଶୋଇଥିବା ଅବସ୍ଥାରେ ସୋନିଆ କୁହେ,


ସୋନିଆ: ଡାର୍ଲିଂଗ କାଲି କୋଣାର୍କ ଗଲେ କେମିତି ହୁଅନ୍ତା?


ଧ୍ରୁବ: ହଁ ବଢ଼ିଆ ହବ। ଗୋଟେଦିନ ପୁରା ସେଇଠି କଟେଇବା ଭଲ ଲାଗିବ। ତାହେଲେ କାଲି କୋଣାର୍କ ପକ୍କା ଯିବା।


ଦୁହେଁ ଏମିତି କଥା ହୋଇ ହୋଇ କେତେବେଳେ ଶୋଇଯାଇଥାଉ ଜଣାପଡେନି। ଧ୍ରୁବ ସକାଳୁ ଉଠି ଦେଖେ ତ ସୋନିଆ ସେମିତି ଶୋଇଛି,ସେତେବେଳକୁ ସମୟ ପ୍ରାୟ ସକାଳ ୬.୦୦ ଟା ହବ। ସେ କିନ୍ତୁ ସବୁଦିନ ବହୁତ ଜଲ୍ଦି ଉଠିଯାଏ, ଘରର ସବୁ କାମ ଶେଷ କରି ସ୍କୁଲ କୁ ଯିବା ପାଇଁ ରେଡି ହଉଥାଏ। ହେଲେ ଆଜି ଏମିତି ଶୋଇଥିବାର ଦେଖି ଧ୍ରୁବ କିଛି ନକହି ସେଠୁ ଚାଲିଯାଏ। ନିଜର ନିତ୍ୟ କର୍ମ ଶେଷକରି ଆସିଲା ବେଳକୁ ସୋନିଆ ସେମିତି ଶୋଇଛି। ବାଧ୍ୟହୋଇ ସୋନିଆ କୁ ଧ୍ରୁବ ଡାକେ,


ଧ୍ରୁବ: ସୋନିଆ ଉଠ, ଏତେ ଡେରିହେଲାଣି ଶୋଇଛ କଣ ଯେ? ଆଜି ଯିବନି କି କୋଣାର୍କ ବୁଲିବାକୁ।


ସୋନିଆ: କିଛି ନକହି ସେମିତି ଶୋଇରହେ।


ଧ୍ରୁବ: ପୁଣି ଡାକେ ତାକୁ, ଆଉ ତା ପାଖକୁ ଯାଇ ହାତ ମାରି ବି ଡାକେ। ସୋନିଆ ଉଠ, ଶୋଇଛ କଣ ଯେ ଯିବା ପରା କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବାକୁ। ନହେଲେ ଲେଟ ହୋଇଯିବ।


ସୋନିଆ: ମୁଣ୍ଡ ଟା କଣ ପାଇଁ ଜୋରରେ ବିନ୍ଧୁଛି ସକାଳୁ, ଉଠିବାକୁ ଜମା ବି ଇଛା ହଉନି।


ଧ୍ରୁବ: ତାହେଲେ ଆଜି କୋଣାର୍କ ଯିବା କ୍ୟାନ୍ସଲ?


ସୋନିଆ: ନାଈଁ ମ, ଆଉ ଟିକେ ଯାଉ ଯଦି ଦେହ ଭଲ ଲାଗିବ ନିଶ୍ଚିତ ଯିବା।


ଧ୍ରୁବ: ହଉ ଦେଖେଇଲ ମୁଣ୍ଡ ଟା, ମୁଁ ଟିକେ ଚିପିଦିଏ ଭଲ ଲାଗିବ।


କିଛି ସମୟ ସୋନିଆ  ର ମୁଣ୍ଡକୁ ଧ୍ରୁବ ଚିପିଦିଏ, ଏମିତି ୧୦ ମିନିଟ ଚିପିଲା ପରେ ସୋନିଆ କୁହେ ହଁ ଏବେ ଟିକେ ଭଲ ଲାଗୁଛି। ତାପରେ ଉଠିକି ଯାଏ ବ୍ରଶ କରିବା ପାଇଁ। ତାର ଅଜାଣତରେ ଧ୍ରୁବ ଯାଇ ଅଦା, ତେଜପତ୍ର, ସୁଣ୍ଠି, ଗୋଲମରିଚ ପକେଇ ଗୋଟେ କଡା ଭାଗରେ ନାଲି ଚା କପ ଦୁଇଟା କରିକି ନେଇ ଆସେ। ଏ ଭିତରେ ସୋନିଆ ବ୍ରଶ କରିସାରି ଫ୍ରେଶ ହୋଇଆସେ।ତଥାପି ତାର ମୁଣ୍ଡ ବିନ୍ଧା ଭଲସେ ଯାଇନଥାଏ।


ଧ୍ରୁବ: ଆରେ ଏଇ ନିଅ କପଟେ ମୋ ହାତ ତିଆରି ନାଲି ଚା ପିଇ ଦିଅ ବଢ଼ିଆ ଲାଗିବ, ଆଉ ଦେଖିବ ସେ ମୁଣ୍ଡ ବିନ୍ଧା କୁଆଡେ ପଳେଇବ।


ସୋନିଆ: ହସିକି କୁହେ ହଉ ଦିଅ।


ତାପରେ ଉଭୟ ବସିକି ଖୁସିରେ ଚା ପିଅନ୍ତି, ଏହି ଭିତରେ ସୋନିଆ କହୁଥାଏ।


ସୋନିଆ: ଡାର୍ଲିଂଗ ଚା ଟା ପୁରା ମସ୍ତ 👌ହେଇଛି।


ଧ୍ରୁବ: ଖାଲି ମସ୍ତ ହେଇନି, ଦେଖିବ ଏବେ ତମ ମୁଣ୍ଡ ବିନ୍ଧା କୁଆଡେ ଗାଏବ ହୋଇଯିବ।


ସୋନିଆ: ଚା ପିଉଥାଏ, ଆଉ କହୁଥାଏ, ସତରେ ତୁମ ହାତରେ ଯାଦୁ ଅଛି, ମୁଣ୍ଡ ଚିପିଦେଲ ଯେ ଅଧା ମୁଣ୍ଡ ବିନ୍ଧା ଯାଇଥିଲା ଆଉ ଏବେ ଚା ରେ ଅଧା ଚାଲିଗଲା 😄। ଡାର୍ଲିଂଗ ଆଜି ଆଉ ଯିବାନି କୋଣାର୍କ ବହୁତ ଡେରି ହେଲାଣି।


ଧ୍ରୁବ: ହଉ ତାହେଲେ ଆଜି ଯାହା ବାକି କାମ ଅଛି ଶେଷ କରିଦେବା।


ସୋନିଆ: ହଉ କରିଦେବା। ତୁମ ଡ୍ରେସ, ମୋର ବି ଡ୍ରେସ, ଲୁଗା ସବୁ ମଇଳା ହୋଇ ରହିଲାଣି, ସଫା ହବ।


ଧ୍ରୁବ: ହଉ ଠିକ ଅଛି ଆଜି ସେସବୁ ଶେଷ କରିଦେବା।


ଉଭୟ ମିଶି ସେସବୁ ଡ୍ରେସ ପତ୍ର ୱାଶିଂ ମେସିନ ରେ ପକେଇ ସଫା କରନ୍ତି। ସଫା ସରିଲା ପରେ ସୋନିଆ ଚାଲିଯାଏ ଗାଧେଇବା ପାଇଁ, ଧ୍ରୁବ ସବୁ ଡ୍ରେସ କୁ ସୁଖାଉଥାଏ। ଏହିସମୟ ରେ ସୋନିଆ ର ବାପା ମାନେ ଧ୍ରୁବ ର ଶ୍ୱଶୁର ରଜ ଭାର ଧରି ଆସି ପହଞ୍ଚନ୍ତି।

 ଧ୍ରୁବ ଯାଇ ପ୍ରଣାମ କରେ।  ଆଉ ତାଙ୍କୁ ଗୋଟେ ଚେୟାର ଦିଏ ବସିବା ପାଇଁ। ସେ ଯାଇ ଗୋଡ ହାତ ଧୁଆ ଧୋଇ ହୋଇ ସେଠି ବସି ଯାଆନ୍ତି।ଆଉ କୁହନ୍ତି,


ଶଶୁର: ପୁଅ, ସୋନିଆ କାଇଁ ଦିଶୁନି ତ, ସେ କୁଆଡେ ଗଲା? ଆଉ ତୁମେ କଣ ଡ୍ରେସ ଶୁଖାଉଛ?


ଧ୍ରୁବ: ଡ୍ରେସ ସୁଖଉଥାଏ ଆଉ କହୁଥାଏ, ବାପା ସେ ଯାଇଛି ଗାଧେଇବାକୁ, ଏବେ ଆମେ ମିସିକି ସଫା କରୁଥିଲୁ,ତାକୁ ଜୋରରେ ଦୁଇ ଲାଗିଲା ତ ମୁଁ କହିଲି, ତୁଯା ଏକାଥରେ ଗାଧେଇକି ପଲେଇଆସିବୁ।


ଶଶୁର: ହସିକି 😊 କୁହନ୍ତି,ଆଛା ହଉ ହଉ।


ଏହିଭିତରେ ଧ୍ରୁବ ର ଡ୍ରେସ ଶୁଖା କାମ ସରିଯାଇଥାଏ। ସେ ଯାଇ ତାର ଶଶୁରଙ୍କ ପାଇଁ ଚା କରିକି ଆଣି ଦିଏ। ଶଶୁର ଚା ପିଇ କୁହନ୍ତି, ପୁଅ ତୁମେ ତ ବଢ଼ିଆ ଚା ବନଉଛ। ଏହି ଭିତରେ ସୋନିଆ ଗାଧେଇକି ଆସେ ଓ ତାର ବାପାଙ୍କୁ ପ୍ରଣାମ କରେ, ତାପରେ ଯାଏ ଲୁଗା ବଦଳି କି ଆସି,ବାପା ଆଣିଥିବା ଜିନିଷ ସବୁ ସଜାଡିକି ରଖେ।


ଧ୍ରୁବ:ସୋନିଆ କୁ କୁହେ ତୁ ବାପାଙ୍କ ସହ ବସି କଥା ହଉଥା ମୁ ବଜ଼ାର ରୁ ପରିବା, ସଉଦା ପତ୍ର ଧରିକି ଆସେ।


ସୋନିଆ: ଆରେ ପରିବା କିଛି ଆଣିବନି,ବାପା ସବୁ ନେଇକି ଆସିଛନ୍ତି। ଖାଲି ଚିକେନ, ଆଉ କିଛି ସଉଦା ପତ୍ର ନେଇଆସିବ। ଏଇ ଧର ଲିଷ୍ଟ ଟା, ହଁ ଆସିଲା ବେଳେ ୨ଲିଟର ଵାଲା ଥଣ୍ଡା ବୋତଲ ଗୋଟେ ନେଇଆସିବ।


ଧ୍ରୁବ: ହଉ ତାହେଲେ ମୁ ଏବେ ଆସୁଛି। ଏତିକି କହି ବାଇକ ଷ୍ଟାର୍ଟ କରି ଚାଲିଲା ବଜ଼ାର କୁ।


ସବୁ ଜିନିଷ ପତ୍ର କିଣା କିଣି କରି ଘରେ ଆସି ପହଁଚିଲା ବେଳକୁ ସୋନିଆ ସବୁ କାମ ଶେଷ କରିଦେଇଥାଏ। ତାପରେ ଦୁହେଁ ମିଶି ରୋଷେଇ ଶେଷ କରନ୍ତି, ଧ୍ରୁବ କିନ୍ତୁ ଚିକେନ ରୋଷେଇ କରିଥାଏ। ତାପରେ ସାଙ୍ଗ ହୋଇ ସମସ୍ତେ ଖାନ୍ତି, ବାପା କହୁଥାନ୍ତି ଚିକେନ ଟା ବଢ଼ିଆ ହୋଇଛି। ସୋନିଆ କହୁଥାଏ, ବାପା ଚିକେନ ମୁ କରିନି, ଇଏ କରିଛନ୍ତି। ଖାଇବା ପିଇବା ସରିଲା ପରେ ସୋନିଆ ର ବାପା ଯାଆନ୍ତି ରେଷ୍ଟ କରିବା ପାଇଁ, ଧ୍ରୁବ ଓ ସୋନିଆ ବି ଯାନ୍ତି ରେଷ୍ଟ କରିବା ପାଇଁ। ୪ଟା ବେଳେ ଯେବେ ତାଙ୍କ ବାପା ବାହାରନ୍ତି ଘରକୁ ଯିବା ପାଇଁ। ଦୁହେଁ ବହୁତ ବାଧ୍ୟ କରିବାରୁ ସେଦିନ ସେ ରୁହନ୍ତି।


ସନ୍ଧ୍ୟାରେ ସେମାନେ ସମସ୍ତେ ଯାନ୍ତି ବରୁଣେଇ ପାହାଡ ଆଡେ ବୁଲା ବୁଲି କରିବାକୁ, କାହିଁକି ନା ସେଠି ରଜ ପୂର୍ବରୁ ୩ ଦିନ ଓ ରଜ ପରେ ୩ ଦିନ ଏମିତି ସେଠି ୭ଦିନ ପୁରା ଯାକ ଯମକ ରେ ଯାତ୍ରା ଓ ମେଳା ପଡେ। ବୁଲାବୁଲି ଶେଷ କରି ଖାଇପିଇ ଘରକୁ ଫେରିଲା ବେଳକୁ ରାତି ୮ ଟା। ତାପରେ ଫ୍ରେଶ ହୋଇ ସମସ୍ତେ ଶୋଇବାକୁ ଯାନ୍ତି। ଶୋଇବା ସମୟ ରେ ଧ୍ରୁବ ସୋନିଆ କୁ କହୁଥାଏ,


ଧ୍ରୁବ: ଆରେ ଆମେ ଯଦି ଆଜି କୋଣାର୍କ ପଳେଇଥାନ୍ତେ,ବଡ ଅସୁବିଧା ହୋଇଯାଇଥାନ୍ତା।


ସୋନିଆ: ହଁ ପରା,ଯାହା ହଉ ଭଗବାନ ରକ୍ଷା କରିବା କଥା। ମୋ ମୁଣ୍ଡ ବିନ୍ଧା ହବାରୁ ସିନା ଆଜି ଆମେ ରହିଲେ।


ଧ୍ରୁବ : ଆଉ ମୋର ଚା ପିଇଲାରୁ ସିନା ତୋ ମୁଣ୍ଡ ଭଲ ହେଲା😋😋।


ସୋନିଆ: ଆରେ ହଁ, ତୁମେ ଯେତେବେଳେ ବଜ଼ାର ଯାଇଥିଲ, ବାପା ତୁମ ଚା କୁ ବହୁତ ତାରିଫ କରୁଥିଲେ।


ଧ୍ରୁବ: ତାହେଲେ କାଲି ସକାଳୁ କପଟେ କରିକି ପିଏଇଦେବା।


ଏମିତି କଥା ହୋଇ ହୋଇ ଉଭୟ ଶୋଇଯାନ୍ତି। ସକାଳୁ ଉଠି ଦେଖନ୍ତି ତ ବାପା ତାଙ୍କର ଘରକୁ ଯିବା ପାଇଁ ପୁରା ରେଡି ହୋଇ ବସିଥାନ୍ତି ଓ  ବସି ପେପର ପଢୁଥାନ୍ତି। ଧ୍ରୁବ ଫ୍ରେଶ ହୋଇ ଚା ତିନି କପ କରି ଆଣେ, ସମସ୍ତେ ଏକାଠି ବସିକି ଚା ପିଅନ୍ତି, ତାପରେ ବାପା ସେ ଦୁଇଜଣଙ୍କୁ ଆଶୀର୍ବାଦ କରି, ବାଇକ ଷ୍ଟାର୍ଟ କରି ଘରକୁ ଫେରିଯାନ୍ତି।


*=======@===========@===========*

                      🙏   ସମାପ୍ତ   🙏

*========@============@=========*

No comments:

Post a Comment

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...