Friday, April 30, 2021

ODIA STORY (ଓଡ଼ିଆ ଗପ)-25

 . 


    *🌸🌻🌹"ଓଡ଼ିଆ କାହାଣୀ"🌹🌻🌸*


                  *🌹" କଖାରୁ ଡଙ୍କ "🌹*

  

     

*ତାରିଖ : ୩୦/୦୪/୨୦୨୧,ଶୁକ୍ରବାର !!*

*ରଚନା : ପ୍ରିୟରଞ୍ଜନ ସାହୁ !!*


ପୁଅ ବିଦେଶରୁ ଫେରୁଚି ଆଜି..l ବୋଉ..ବୋଉ..କଣ କରିଚୁ ମୋ ପାଇଁ? ଏତେ ତିଅଣ ନାଁ ଶୁଣି ବି ମନଟା ଟିକେ ଊଣା ହେଇଗଲା l ବୋଉଲୋ ଡଙ୍କ ଦିଟା ପକେଇ ଟିକେ ରାଇ କରିଦିଅନ୍ତୁନି..!! ଏତେ ଦିନେ କୋଟିନିଧି ଫେରିଚି ଯେତେବେଳେ ତା'କଥା ତ ନିଶ୍ଚୟ ପୂରଣ ହବ l ଆରମ୍ଭ ହେଇଗଲା 'ଡଙ୍କରାଇ'ମିଶନ... ଯା ହଉ ମିଶନ ବି ସଫଳ ହେଲା ପୁଅର ଆତ୍ମତୃପ୍ତିରେ... ଅଗଣାଟାରେ ପତର ପକେଇ ଗାଉଁ ଗାଉଁ ଗିଳିଯାଉଥିଲା ତା'ବୋଉର ହାତରନ୍ଧାସବୁ.... l


ଅଦୂରରେ ଲଟେଇଥିବା କଖାରୁ ଗଛଟା ଆଜିକାଲି ଗାଁରେ ଉଙ୍କିମାରୁଥିବା ବିଚିତ୍ର ସଭ୍ୟତାକୁ ଛିଗୁଲେଇ କହୁଥିଲା...ଆରେ ଡାଡି ମମି ଘରଛୁଆ ! ଦେଖରେ...ତମର ସେ ଚାଓମିନ-ପିଜା-ବର୍ଗର ଜମାନାରେ ମୋର ଚାହିଦା ଏବେବି ରହିଛି... ବଞ୍ଚିଛି ଏଇ ମାଟିର ଭିଜା ବାସ୍ନାକୁ ନେଇ... l ଏବେବି ମୋ ଫୁଲପାଇଁ ପିଠଉ ବଟା ହଉଚି.. ତେଲ ପରସ୍ତରେ ଚଡ଼ଚଡ଼ ହୋଇ ଭଜା ହଉଚି...!


ଦେଖ ଆମ ପୁଅ କେମିତି ମନଖୁସିରେ ଡଙ୍କ ଚୋବେଇ ଖାଉଚି... କେବଳ ତା'ରି ପାଇଁ ମୁଁ ଏଇ ମାଟି ଅରାକକୁ ଜାବୁଡ଼ି ଧରିଚି l ମୋ ପାଇଁ କେହି ଲିଜର ଟାଇମ ବାହାର କରି ଜଳସେଚନ କରୁନାହାନ୍ତି.. କେବେ କିଏ ମୋ ଉପରେ ହାତ ଧୋଇ ମେଞ୍ଚେ ପାଣି ଫୋପାଡ଼ିଦିଏ... କିଏ ମତେ ପଚାରୁ ନ ପଚାରୁ ମୁଁ କିନ୍ତୁ ବଞ୍ଚିବି ମୋ ଧନ ପାଇଁ... ମୋ ଲଟେଇ ସାଙ୍ଗରେ ମଥାନ ଉପରକୁ ଛୁଇଁ.......!!!


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

Thursday, April 29, 2021

ODIA STORY (ଓଡ଼ିଆ ଗପ)-24


LOVE LETTER


       *🌹" ଅବିର ବାସ୍ନାବୋଳା ଲଫାପା "🌹*

             *· · • • • • • • ✤ • • • • • • · ·*     

      

*ତାରିଖ : ୨୯/୦୪/୨୦୨୧,ଗୁରୁବାର !!*

*ରଚନା : କ୍ଷୀରୋଦ କୁମାର ସାହୁ !!


"'ମୁଁ ତୋତେ ଭଲ ପାଏ' ବାକ୍ୟଟିକୁ ଯଦି ହଜାର ବାର ବି ଜଣକୁ ଲକ୍ଷ୍ୟ କରି କୁହାଯାଏ, ଏଥିରେ ବିଶେଷ କିଛି ଫଳାଫଳ ଆସେନା । କାରଣ ଏହି ପ୍ରିୟ ବାକ୍ୟଟି ପ୍ରକୃତରେ ମୃତବତ୍ । ସତରେ ଯଦି ଜଣେ ଜଣକୁ ଭଲ ପାଉଛି, ତେବେ ମୂଳକଥା ହେଲା, ସେ ସମ୍ବେଦନା ତ ବିନା କୌଣସି ଶବ୍ଦରେ ପହଞ୍ଚିଯାଏ ପ୍ରିୟ ମଣିଷଟି ପାଖରେ, ଏଥିରେ ଶବ୍ଦର କିବା ପ୍ରୟୋଜନ ?"


ବନ୍ଧୁ ବିଜିତ ପାଖରୁ ଏମିତି ଗୋଟିଏ ଦାର୍ଶନିକ ତତ୍ତ୍ଵ ସମ୍ବଳିତ କଥାଟିଏ ଶୁଣି କ୍ଷିତିଶ ଟିକେ ଅପ୍ରତିଭ ହୋଇ ପଡିଲା ।


"ବୁଝିଲୁ ସାଙ୍ଗ ! ତୋର ଏମିତି ଅଖାଡୁଆ କଥା ମୁଁ ବହୁତ ସମୟରେ ବୁଝି ପାରେନା । ହଠାତ୍ କଣ ହେଲା କି ତୋ'ର, ଏମିତି ବସି ବସି ସିନେମା ଡାଏଲଗ୍ ମାରୁଛୁ ?"


ଦୁଇ ବନ୍ଧୁ ଏକା ସାଙ୍ଗରେ ଫୁଲବାଣୀ ଜିଲ୍ଲାରେ ଗୋଟିଏ ସରକାରୀ ଦପ୍ତରରେ କାର୍ଯ୍ୟ କରୁଥାନ୍ତି । ଗୋଟିଏ ସରକାରୀ କ୍ଵାର୍ଟରରେ ଦୁହେଁ ସାଙ୍ଗ ହୋଇ ରହୁଥାନ୍ତି । ସନ୍ଧ୍ୟାପରେ ଅନ୍ୟ କୌଣସି କାର୍ଯ୍ୟ ପ୍ରାୟ ନଥାଏ । ରାତି ଆଠ କି ନଅଟା ବେଳକୁ ଦୁହେଁ ମିଶି ରୋଷେଇ କରି ଖାଇଦେଲେ ସେଦିନର କାମଦାମ ସରିଲା ଜାଣ । ସେଦିନ ଖାଇ ସାରିବା ପରେ ଦୁହେଁ ନିଜ ନିଜ ଖଟରେ ବସି ଇଆଡୁ ସିଆଡୁ କଥାବାର୍ତ୍ତା ହେଉଥାନ୍ତି । ଦୁହିଁଙ୍କୁ ଦୁହେଁ ଥିଲେ ଅବିବାହିତ । କ୍ଷିତିଶର ବାହାଘର ବିଷୟରେ କଥାବାର୍ତ୍ତା ଚାଲିଥାଏ ତାଙ୍କ ଘରେ । ବିଜିତର ବାହାଘର କଥା ଉଠିନଥିଲା, କାରଣ ତା'ର ସାନ ଭଉଣୀର ବାହାଘର ହେବାକୁ ଥିଲା । ବିଜିତ ଥିଲା ମନୋବିଜ୍ଞାନରେ ସ୍ନାତକ ଛାତ୍ର । ତେଣୁ କଥା ଭିତରେ ସେ ବେଳେବେଳେ ଏମିତି କିଛି କହିଦିଏ ଯେ, ଯାହା କ୍ଷିତିଶ ମୁଣ୍ଡରେ ହଠାତ୍ ପଶେନା ।


କ୍ଷିତିଶ କହିଲା, "ବୁଝିଲୁ ବିନୁ  ! ମୁଁ ସତରେ ଏହି ସବୁକଥାର କିଛି ମାନେ ଥିବ ବୋଲି ବିଶ୍ବାସ କରେ ନାହିଁ । ଭଲପାଇବା ମାନେ ବୁଝେନା ଜମା । ତୁ ଭାବିପାରୁ, ମୁଁ ଗୋଟିଏ ଶୁଖିଲା କାଠ ବୋଲି । କିନ୍ତୁ ଏବେକାର ପ୍ରେମବିବାହ ମୋର ଆଦୌ ପସନ୍ଦ ହୁଏ ନାହିଁ ।"


ବିଜିତ ହସିଲା ଚୁପ୍ ଚାପ୍ । ଟିକେ ପରେ କହିଲା, "ବୁଝିଲୁ କ୍ଷିତି ! ତୋତେ କିଏ ବାଧ୍ୟ କରୁଛି କି ଭଲପାଇ ବାହାହେବାକୁ । କିନ୍ତୁ ଗୋଟିଏ କଥା, ତୁ ବାହାହେବା ପରେ ତୋ ଗୃହିଣୀକୁ ଭଲ ପାଇବୁ କି ନାହିଁ ? ମାନେ, ଯାହାକୁ କୁହନ୍ତି ଦାମ୍ପତ୍ୟ ପ୍ରେମ ।"


କ୍ଷିତିଶ ହସିଲା ଜୋର୍ କରି । ହସ ଥମିଲା ପରେ କହିଲା, "ବୁଝିଲୁ, ସେତେବେଳେ ଦେଖାଯିବ !"


ବିଜିତ ଟିକେ ଗମ୍ଭୀର ହୋଇ କହିଲା, "ମୁଁ ପ୍ରାୟ ସେତେବେଳକୁ ଏଗାରବାର ବର୍ଷର ହୋଇଥିଲି, ଦିନେ ଗୋଟିଏ ଅଜବ ଚିନ୍ତା ଆସି ମୋ ମୁଣ୍ଡରେ ପଶିଗଲା । ସେତେବେଳକୁ ମୋ କଣ୍ଠସ୍ଵର ଝିଅମାନଙ୍କ ଭଳି ସରୁ ଆଉ ନିଶ ବି ଉଠିବାକୁ ଆଉ ବହୁତ ଡେରି ଥିଲା । ମୋ ମନର ନିଭୃତ କୋଣରେ ମୁଁ ଭାବିବସିଲି ମୋ ଭାବୀପତ୍ନୀ କଥା । ମାନେ, ସେ ଝିଅଟି କେତେ ବୟସର ହୋଇଥିବ ? କେଉଁ କ୍ଲାସ୍ ରେ ପଢୁଥିବ ? କେମିତି ଦେଖିବାକୁ ହୋଇଥିବ ? ତା' ନାଁ କଣ ହୋଇଥିବ ? ତା' ଘର କେଉଁଠି ହୋଇଥିବ ? ଏମିତି ସବୁ କଥା । "


ଏକଥା ଶୁଣି କ୍ଷିତିଶ ତାର ସ୍ଵଭାବସୁଲଭ ଢଙ୍ଗରେ ହୋ ହୋ ହୋଇ ହସିଉଠିଲା ଆଉ କହିଲା, "ଆରେ ହେଇ ! ତୁ ତ ବଡ ଛୁପା ରୁସ୍ତମ୍ ! ସେଇଠୁ ତୁ ନିହାତି ଖୋଜିଥିବୁ ସେଇ......

ବିଜିତ ଯଥାରୀତି ଗମ୍ଭୀର ହୋଇ କହିଲା, "ଏ କଥାକୁ କେହି ମୋ ମୁଣ୍ଡରେ ପୁରେଇ ଦେଇନଥିଲା । ମନକୁମନ ମୋ ଭିତରେ ଏହି ପ୍ରଶ୍ନ ଉଠିଥିଲା । ମୁଁ କାହାକୁ ବି ପଚାରି ନାହିଁ ଏ ବିଷୟରେ । ଆଉ ଗୋଟିଏ ମଜାର କଥା କହୁଛି ତୋତେ । ମୁଁ ସେ ଝିଅର ନାଁକୁ ବି ଅନୁମାନ କରି ମୋର ଗୋଟିଏ ଖାତାରେ ଲେଖିଦେଇଥିଲି । ମୋ ମନକୁ ଗୋଟିଏ ଅକ୍ଷର ବାରମ୍ବାର ଆସେ । ଆଉ ସେ ଅକ୍ଷର ହେଲା, 'ପ' । 'ପ' ଅକ୍ଷରରେ ଆରମ୍ଭ ଯେତେ ଝିଅ ନାଁ, ମୁଁ ଗୋଟିଏ ତାଲିକା କରିଦେଇଥିଲି । ଯେମିତି କି ପଦ୍ମା, ପଲ୍ଲବୀ, ପରିଣିତା, ପାରମିତା, ପ୍ରତୀକ୍ଷା, ପ୍ରତିମା, ପ୍ରୀତି, ପ୍ରଣତି, ପ୍ରାଚୀ, ପିଆଲି, ପୂର୍ଣ୍ଣିମା ଇତ୍ୟାଦି ଇତ୍ୟାଦି । ଏବେ ବି ଅପେକ୍ଷାରେ ଅଛି । ଦେଖାଯାଉ, ମୋ ବାହାଘର ସ୍ଥିର ହୋଇଗଲା ପରେ ମୁଁ ଦେଖିବି, ମୋ ଭିତରେ ଯେଉଁ ସବୁ କଥା ଉଠୁଥିଲା, ସେ କେତେ ଠିକ୍ !"


-"ମାନେ ତୁ ରୀତିମତ ଗୋଟିଏ ବିସ୍ତୃତ ଯୋଜନା କରିଛୁ ତା'ହେଲେ ?"


-"ନା ରେ କ୍ଷିତି ! ଠିକ୍ ସେଇଆ ନୁହେଁ । କିନ୍ତୁ ମୋ ମନରେ ଉଠିଥିବା ଏହି ଛୋଟ ଛୋଟ କଥାର ନିଶ୍ଚୟ କିଛି କାରଣ ଥିବ ବୋଲି ମୋର ଧାରଣା । ଧରି ନେ ଇଏ ଗୋଟିଏ ଏକ୍ସପେରିମେଣ୍ଟ୍ ! କିମ୍ବା ଗୋଟିଏ ହାଇପୋଥେସିସ୍ ବି । ଯଦି ଏହାର ଉତ୍ତର ଠିକ୍ ଆସିଗଲା, ଜାଣିବୁ ମୋ ଭିତରେ ଉଠିଥିବା କଥା ଠିକ୍, ନହେଲେ ଏ ସବୁ ବେକାର କଥା !"


- "ଆଚ୍ଛା କଥା କହିଲୁରେ ଭାଇ ! ଇଏ କି ପ୍ରକାର କଥା ? ନଦେଖିଲା ଓଉ ଛଅ ଫଡା ଭଳି କଥା । ମୁଁ କିନ୍ତୁ ସତରେ ଶୁଖିଲା କାଠ । ମୁଁ ଏତେ ଭାବପ୍ରବଣ ହୋଇ ପାରେନି । ଯିଏ ମୋ ଜୀବନ ଭିତରକୁ ଆସିବ ଆସୁ , ମୁଁ ସ୍ଵାଗତ କରିବି । ଆଗରୁ ସେ ବିଷୟରେ ମୁଁ ଅନ୍ୟ କିଛିକଥା ଭାବି ପାରୁନାହିଁ ।"


- "ହଁ, ସିଏ ବି ଗୋଟିଏ ରାସ୍ତା । ମୁଁ ଏବେ ବି ବେଳେବେଳେ ବିଭୋର ହୁଏ ସେ ସବୁ କଥା ଭାବି । ଦେଖାଯାଉ ଆଗକୁ କଣ ସବୁ ଅଛି ମୋ ରାସ୍ତାରେ ।"


- "ଆଚ୍ଛା ବିନୁ, ତୁ କେବେ ଖୋଜିନୁ ସେ ଝିଅକୁ ?"


- "ଆରେ ! ଖୋଜିନି କାହିଁକି ? ବହୁତ ଖୋଜିଛି । ମୋ ଭିତରେ ତିଆରି ହୋଇଥିବା ମାନଦଣ୍ଡ ଅନୁଯାୟୀ କେଉଁ ଝିଅ ବି ଖାପ ଖାଇନାହାନ୍ତି ମୋ ଆଖିରେ । ଆଚ୍ଛା ତୁ କହ ତ, ମୋ ଠାରୁ ସେ ଝିଅଟି ବୟସରେ କେତେ ସାନ ହୋଇଥିବ ?"


- "ହଁ, ନିହାତି ତ ଚାରି ପାଞ୍ଚ ବର୍ଷ ସାନ ହୋଇଥିବ କିମ୍ବା ଆଉ ଟିକେ ଅଧିକ ସାନ ହୋଇଥିବ ।"


- "ମୁଁ ଯେତେବେଳେ ଷଷ୍ଠ ସପ୍ତମ ପଢୁଥିଲି, ସେତେବେଳେ ମୁଁ ଭାବେ ସେ ଝିଅ ନିଶ୍ଚୟ ତୃତୀୟ କି ଚତୁର୍ଥରେ ପଢୁଥିବ । କେଉଁ ସ୍କୁଲ୍ ରେ କେଜାଣି !"


- "ଆମେ ସବୁ ବିଜ୍ଞାନ ଛାତ୍ରମାନେ ଗୋଟିଏ ବିଷୟ ପଢୁଥିଲୁ ଗଣିତରେ । ଯାହାକୁ କୁହନ୍ତି ପ୍ରୋବାବିଲିଟି ବା ସମ୍ଭାବନା । ଯେମିତି ଗୋଟିଏ ଲୁଡୋ ଗୋଟିକୁ ଥରେ ପକେଇ ଛଅ ଦାନ ପାଇବାର ସମ୍ଭାବନା କେତେ ବୋଲି ଯଦି ଜାଣିବାକୁ ଚାହିଁବୁ, ତାହେଲେ ଏହାର ଗାଣିତିକ ସୂତ୍ର ଦ୍ଵାରା ସମାଧାନ କରାଯାଇପାରେ । କିନ୍ତୁ ତୁ ତୋ ମନରେ ଯେଉଁ ସବୁ ସମ୍ଭାବନାର ଚିତ୍ର ଆଙ୍କିଛୁ, ସେଥିରେ ସେମିତି ଝିଅଟେ ମିଳିବାର କୌଣସି ଗାଣିତିକ ସୂତ୍ର ବୋଧେ କେଉଁ ଗଣିତଜ୍ଞ ବାହାର କରିନାହିଁ ଏ ପର୍ଯ୍ୟନ୍ତ ।"


- "ହଁ ରେ କ୍ଷିତି, ମୁଁ ବି ଚାହୁଁନାହିଁ ଯେ ମୋ ପାଇଁ ଏ ପ୍ରହେଳିକାର ସମାଧାନ କିଏ ଆସି କରିଦେଉ । ସମୟକୁ ଅପେକ୍ଷା କରାଯାଉ । କାରଣ ମୋ ଜୀବନକୁ କେଉଁ ଝିଅଟି ଆସିବ, ସେ ସବୁ ଆଗରୁ ସ୍ଥିରିକୃତ ହୋଇସାରିଛି ଏବଂ ସେ ବିଷୟରେ ଆମେ ସଂପୂର୍ଣ୍ଣ ଭାବରେ ଅଜ୍ଞ ।"


- "ଏ ଶୁଖିଲା କାଠର ମନ ଭିତରେ ତୋ କଥା ଗୋଟିଏ ଅଲଗା ଶିହରଣ ଆଣିବା ଭଳି ମୋତେ ଲାଗୁଛି ।"


- "ମୁଁ କୌଣସି ରୋମାଣ୍ଟିକ୍ ନଭେଲ୍ ବିଷୟରେ ତୋତେ କହୁନି । ମୋର ଗୋଟିଏ ପର୍ସନାଲ୍ ଫିଲିଙ୍ଗ୍ ହିଁ କହୁଛି । ଏଥିରେ ଏମିତି କିଛି ନାହିଁ ଯେ, ତୋ' ଭିତରେ ଶିହରଣ ଆଣିବ । ମୁଁ କେବଳ ସମୟର କଥା ବିଷୟରେ ତୋତେ କହୁଛି ।"


- "ହଁ, ମୋ ବାପା ବି ଏଇ କଥା କୁହନ୍ତି । ତାଙ୍କ ମତରେ ସମୟ ହେଉଛି ସବୁ କିଛିର ଔଷଧ । ସମୟ ହିଁ ତୁମକୁ ତୁମ ଜାଗାରେ ଥୋଇବ । ନହେଲେ ତୁମକୁ ତୁମ ଜାଗାରୁ ବାହାର କରିଦେବ ।"


ବିଜିତ ଚୁପ୍ ହୋଇଯାଇଥିଲା । କ୍ଷିତିଶ ଅନେଇଲା ବିଜିତକୁ । କିଛି ସମୟ ପରେ ପଚାରିଲା, "ଏବେ ପୁଣି କେଉଁ ଭାବନାରେ ବୁଡିଗଲୁ କି ?"


ବିଜିତ ଗୋଟିଏ ଦୀର୍ଘ ନିଶ୍ଵାସ ନେଇ କହିଲା, "ହଁ ରେ କ୍ଷିତି, ସତରେ ସମୟର ମାୟା କିଏ ବୁଝିବ ? ମୋର ଗୋଟିଏ ଘନିଷ୍ଠ ବନ୍ଧୁ କଥା ମୋର ମନେ ପଡିଗଲା ତୋ କଥା ଶୁଣି । ତାହାରି କଥା ମନେ ମନେ ଭାବୁଥିଲି ।" ବିଜିତର ମୁହଁ କରୁଣ ଦେଖାଯାଉଥିଲା ।


କ୍ଷିତିଶକୁ ଏ କଥା ଅଜଣା ରହିଲା ନାହିଁ । "ଆରେ କହ କେଉଁ ସାଙ୍ଗ ?"


ବିଜିତ ଆଖି ବୁଝି ବସିଥିଲା । ବିଜିତ ଆଖି କୋଣରୁ ଲୁହ ଜକେଇ ଆସିଥିଲା । କ୍ଷିତିଶ ବି ଅସହାୟ ବୋଧ କରୁଥିଲା ନିଜକୁ ।


- "ହଉ । ତୁ ଯଦି ନ ଚାହୁଁଛୁ, ତୋତେ ମୁଁ ବାଧ୍ୟ କରୁନି ।"


ବିଜିତ ଆଖି ଖୋଲି ଅନେଇଲା କ୍ଷିତିଶକୁ ।


ଏବେ ବିଜିତ ଆରମ୍ଭ କଲା ଗୋଟିଏ ଶେଷ ହୋଇନଥିବା କଥାଟିଏ । ଯେଉଁ କଥାର ଶେଷ ଆସିବା ଆଗରୁ ଯବନିକା ପତନ ହୋଇଥିଲା ।


"ଆମେ ଦୁହେଁ ଥିଲୁ ଏକା ଗାଁର ଦୁଇ ହାଇସ୍କୁଲ ସାଙ୍ଗ । ସାଙ୍ଗ କହିଲେ ଏମିତି ସେମିତି ନୁହେଁ । ଯାହାକୁ କୁହନ୍ତି ଅନ୍ତରଙ୍ଗ ସାଙ୍ଗ । ଏକ ଥାଳିରେ ଖାଇବା, ଗୋଟିଏ ଗାମୁଛାରେ ଦୁହେଁ ଗାଧୋଇବା, ଗୋଟିଏ ସାବୁନ ଦୁହେଁ ବ୍ୟବହାର କରିବା ଭଳି ସାଙ୍ଗ । ସେ ସାଙ୍ଗ ନାଁ ଥିଲା ବିଭୁପ୍ରସାଦ । ଜାତିରେ ଗୁଡିଆ । ମୁଁ  ଯଦିଓ କରଣଘର ପୁଅ ଥିଲି, ଆମ ଭିତରେ ଯାହା କୁହନ୍ତି ପାଣି ଗଳୁନଥିଲା । ମୁଁ ତାଙ୍କ ଘରକୁ ଯାଏ । ତା' ବାପାବୋଉ ମୋତେ ନିଜ ପୁଅ ଭଳି ଆଦର କରୁଥିଲେ । ସେ ବି ଆମ ଘରକୁ ଆସିଲେ, ମୋ ବାପାବୋଉ ତାକୁ ନିଜ ପୁଅ ଭଳି ଆଦର କରୁଥିଲେ । ମୋର ସାହିତ୍ୟ, ଇଂରାଜୀ, ଇତିହାସ, ଭୂଗୋଳ ଭଲ ହେଉଥିଲା, ବିଭୁର ବିଜ୍ଞାନ ଆଉ ଗଣିତ । କିନ୍ତୁ ଆମ ଭିତରେ ପାଠ ଦିଆନିଆ ଏମିତି ହେଉଥିଲା ଯେ, ଦୁହେଁ ଆମ ଶ୍ରେଣୀରେ ସବୁଠାରୁ ଭଲ ଛାତ୍ର ଥିଲୁ । ସେଭଳି ସାଙ୍ଗଟିଏ ପାଇ ମୁଁ ନିଜକୁ ଧନ୍ୟ ମନେକରୁଥିଲି ନିଜକୁ । ଖାଲି ପାଠ ନୁହେଁ, ଗୁଡିଆ ଘର କାରିଗରୀ ବି ତାକୁ ବେଶ ମାଲୁମ୍ ଥିଲା । ଆମେ ଯଦି ଭୋଜି କରୁ, ସେ ଆମପାଇଁ  ନିଶ୍ଚୟ ରୋଷେଇ କରିଦେବ । ବେଳେବେଳେ ଆମର ତେଲଭାଜି ଖାଇବାକୁ ଇଚ୍ଛା ହେଲେ, ନିଜେ ସାଙ୍ଗେ ସାଙ୍ଗେ ସବୁ ଜିନିଷ ଯୋଗାଡ କରି ଆମକୁ ଖୁଆଇବ । ଆମେ ଦୁହେଁ ମାଟ୍ରିକ୍ ପାସ୍ କରି ଗୋଟିଏ କଳେଜ୍ ରେ ନାମ ଲେଖାଇଲୁ । ସେ ବିଜ୍ଞାନ ନେଇ ପଢିଲା ଏବଂ ମୁଁ କଳା ନେଇ ପଢିଲି । ଗୋଟିଏ ମେସ୍ ରେ ଦୁହେଁ ରହୁଥିଲୁ । ଦିନେ ବିଭୁ ମୋତେ ଗୋଟିଏ ଅପୂର୍ବ କଥାଟିଏ କହିଲା । ସେ କୁଆଡେ ଆମ ଗାଁର ଗୋଟିଏ ଝିଅକୁ ଭଲ ପାଉଛି । ରୀତିମତ ଚିଠି ଦିଆନିଆ ଚାଲିଛି ସେ ଝିଅ ସହ । ମୁଁ ଡରିଗଲି ସେ ସବୁ କଥା ଶୁଣି । ସେଦିନ ବିଭୁ ମୋତେ ଗୋଟିଏ ଅଲଗା ଜାଗାକୁ ଡାକି ନେଇ ସେ ଭଲ ପାଉଥିବା ଝିଅ ପାଖରୁ ଆସିଥିବା ଖଣ୍ଡେ ଚିଠି ପଢେଇଲା । ମୋତେ ଯଦିଓ ଭାରି ଲାଜ ଲାଗୁଥିଲା, କିନ୍ତୁ ମନରେ ମୋର ମଧ୍ୟ ଖୁବ୍ ଉତ୍ସୁକତା ଥିଲା ସେମିତି ଚିଠି ଖଣ୍ଡେ ପଢିବାକୁ । ଝିଅଟି ସେତେବେଳକୁ ଅଷ୍ଟମ ପଢୁଥିଲା । ଗାଁ ଝିଅ ହିସାବରେ ନିଜର ଭଲ ପାଇବାକୁ ସେ ଚିଠିରେ ପ୍ରକାଶ କରିବାକୁ ସେ ଯେମିତି ଭାଷା ପାଉନଥିଲା, ମୋତେ ସେମିତି ଲାଗିଲା । ମୋର ସେ ଝିଅ ନାଁ ବି ମନେ ଅଛି । ତା ନାଁ ଥିଲା ନମିତା । ମୁଁ ଯେତିକି ରୋମାଞ୍ଚିତ ହୋଇଥିଲି ସେ ଚିଠି ପଢି, ସେତିକି ଭୟଭୀତ ବି ହୋଇଥିଲି । ମୁଁ ବିଭୁକୁ ବହୁତ ବୁଝାଇଲି ସେଦିନ । ଭଲ ପାଠ ପଢି ଭଲ ଚାକିରୀ ଖଣ୍ଡେ କରିବା ବଦଳରେ ଏ ସବୁ ଶସ୍ତା ଧନ୍ଦାରେ କାହିଁକି ମୁଣ୍ଡ ପୁରୋଉଛୁ ବୋଲି ତାକୁ କହିଲି । ସେ ମୋତେ କଣ କହିଲା ଜାଣିଛୁ ?"


କ୍ଷିତିଶ ମନଧ୍ୟାନ ଦେଇ ଶୁଣୁଥିଲା ବିଜିତର କଥା । "କଣ କହିଲା ତୋ ସାଙ୍ଗ ?"


- "ଆରେ ସେ କହିଲା ଯେ ନମିତାର ଭଲ ପାଇବା ତା'କୁ ନିଶ୍ଚୟ ଭଲ ରାସ୍ତାରେ ନେବ । ତେଣୁ ମୋର ବ୍ୟସ୍ତ ହେବା ଉଚିତ ନୁହେଁ । ମୁଁ ଅଗତ୍ୟା ଚୁପ୍ ରହିଲି । ଆମର ବନ୍ଧୁତା ସେମିତି ଅତୁଟ ରହିଥିଲା । ନମିତାର ପ୍ରତ୍ଯେକ ଚିଠି ଆସିଲା ପରେ ମୋ ଉପସ୍ଥିତିରେ ହିଁ ଖୋଲାଯିବ ଏବଂ ସେ ପଢି ମୋତେ ଶୁଣେଇବ । ଆଉ ଗୋଟିଏ ଦିନ କଥା କହୁଛି । ସେଦିନ ଥାଏ ହୋଲି । ଆମେ ଘରକୁ ଯାଇଥାଉ l ହଠାତ ସେଦିନ ରାତିରେ ମୋ ପାଖକୁ ବିଭୁ ଆସି ପହଞ୍ଚିଲା ଏବଂ ମୋତେ ତା' ସହ ଯିବାକୁ କହିଲା । ଆମେ ଦୁହେଁ ସାଇକେଲ ମାରି ଆମ ଗାଁ ଠାରୁ କିଛି ଦୂରରେ ଥିବା ଗୋଟିଏ ବ୍ରିଟିଶ ଅମଳର ପଥର ଫେନ୍ଦଦିଆ କୂଅ ପାଖରେ ପହଞ୍ଚିଲୁ । କୂଅଟିର ଫେନ୍ଦ ବେଶ୍ ଚଉଡା ।  ମୁଁ ଆଶ୍ଚର୍ଯ୍ୟ ହେଉଥାଏ । ବିଭୁକୁ ପଚାରିଲି, "କେଉଁ କାରଣ ପାଇଁ ଏଠାକୁ ଡାକିଲୁ ମୋତେ  ?"


ବିଭୁ ମୋତେ ମୁରୁକି ହସି କହିଲା, "ଆଜି ସକାଳେ ନମିତା ଆମ ଘରକୁ ଆସିଥିଲା । ମୁଠାଏ ଅବିର ମୋ ମୁହଁରେ ବୋଳି ମୋ ହାତରେ ଲଫାପାଟିଏ ଧରେଇ ଦେଇ ଦୌଡି ଚାଲିଗଲା । ମୁହଁରୁ ଅବିର ତ ମୁଁ ଧୋଇଦେଇଛି । ହେଲେ ଲଫାପା ଖୋଲିନି ଏ ପର୍ଯ୍ୟନ୍ତ । ତୋ ସାଙ୍ଗରେ ପଢିବାକୁ ଏଠାକୁ ଡ଼ାକିଥିଲି ।"


ଦୋଳ ପୂର୍ଣ୍ଣିମା ପର ଦିନ । ଆକାଶରେ ଜହ୍ନ ତୋଫା ହୋଇ ଦିଶୁଥାଏ । ସେହି ଆଲୁଅରେ ସେ ଚିଠିଟିକୁ ପଢିବା ଥିଲା ବିଭୁର ଲକ୍ଷ୍ୟ ।


ମୁଁ ପଚାରିଲି, "ଆରେ ଚିଠି କାହିଁ ?"


ବିଭୁ ତରତରରେ ତା' ପ୍ଯାଣ୍ଟ ପକେଟରୁ ଲଫାପାଟିକୁ ବାହାର କରୁ କରୁ ଗୋଟିଏ ଅଘଟଣ ଘଟିଗଲା । ବିଭୁ ହାତରୁ ଲଫାପାଟି ଖସି ଯାଇ ସିଧା ପଡିଲା କୂଅ ଭିତରେ । ଆମେ ଦୁହେଁ କିଂକର୍ତ୍ତବ୍ୟବିମୁଢ ହୋଇ ପରସ୍ପରକୁ କେବଳ ଅନେଇ ରହିଲୁ । ହଠାତ୍ ବିଭୁ ସାଇକେଲ ମାରି ପାଖ  ବଜାରକୁ ଚାଲିଗଲା ଏବଂ ଖୁବ୍ କମ୍ ସମୟ ଭିତରେ ଗୋଟିଏ ଟର୍ଚ୍ଚ ଧରି ପହଞ୍ଚିଲା ସେଠାରେ । ମୋତେ କୂଅ ଭିତରକୁ ଟର୍ଚ୍ଚ ମାରିବାକୁ କହିଲା ଏବଂ ନିଜେ ବୀରଦର୍ପରେ କୂଅ ଭିତରେ ଥିବା ଲୁହା କଡାକୁ ଧରି ତଳକୁ ଓହ୍ଲାଇଲା । ମୋ ପିଣ୍ଡରେ ସତେ ଯେମିତି ପ୍ରାଣ ନଥାଏ । ମୁଁ ବିଭୁ ପାଇଁ ଭଗବାନଙ୍କୁ ଡାକୁଥାଏ କେବଳ । ସେ କିନ୍ତୁ ବିନା କୌଣସି ଅସୁବିଧାରେ ପାଣି ପର୍ଯ୍ୟନ୍ତ ଓହ୍ଲାଇ ଭାସୁଥିବା ସେ ଲଫାପାଟିକୁ ଉଦ୍ଧାର କରି ଉଠି ଆସିଲା ଉପରକୁ । ମୁଁ କୁଣ୍ଢେଇ ପକେଇଲି ବିଭୁକୁ । ମନେ ମନେ ଭାବୁଥିଲି, ସତରେ ଭଲ ପାଇବା ଭିତରେ ବି ଗୋଟିଏ ଅପୂର୍ବ ଶକ୍ତି ଅଛି । ନହେଲେ ଏ ନହନହକା ଟୋକା ଏମିତି ରାତିଟାରେ କୂଅ ଭିତରେ ପଶି କେମିତି ଗୋଟିଏ ଚିଠି ଉଦ୍ଧାର କରିଥାନ୍ତା ।


ଏବେ ସେହି ଟର୍ଚ୍ଚ ଆଲୁଅରେ ସେ ଲଫାପାଟିକୁ ଖୋଲାଗଲା । ନମିତାର ସେହି ଅବିର ବୋଳା ଚିଠିଟିକୁ ବଡ ପାଟିରେ ବିଭୁ ପଢିଲା ଆଉ ମୁଁ ଶୁଣିଲି । ହୋଲିରଙ୍ଗରେ ଆମେ ଦୁହେଁ ଯେମିତି ଗାଧୋଇଥିଲୁ ସେ ଜହ୍ନରାତିରେ । ବିଭୁ ଓ ମୁଁ ସେହି କୂଅର ବାଡ ଉପରେ ବସିଥାଉ ବହୁତ ସମୟ । ନମିତାର ଅବିରବୋଳା ଚିଠିର ବାସ୍ନା ଯେମିତି ଆମକୁ ଜ୍ୟୋତ୍ସ୍ନାମଗ୍ନ କରି ରଖିଥିଲା ।


ମୋତେ ବୋଧେ ସେଇଦିନ ଅନୁଭବ ହୋଇଥିଲା ପ୍ରେମର ଶକ୍ତି । ମୁଁ ବିଭୁ ପାଇଁ ବହୁତ ଖୁସି ହୋଇଥିଲି ସେଦିନ । ବିଭୁ ବି ମୋତେ ନିରାଶ କରି ନଥିଲା । ବିଜ୍ଞାନ ଇଣ୍ଟରମିଡିଏଟ୍ ଭଲ ମାର୍କରେ ପାସ କଲାପରେ ଏଣ୍ଟ୍ରାନ୍ସ ଦେଇ ଇଞ୍ଜିନିୟରିଂ ପଢିବାକୁ ଯାଏ ରାଉରକେଲା । ମୁଁ ରେଭେନ୍ସାରେ ବି.ଏ. ସାରି ଉତ୍କଳ ୟୁନିଭରସିଟିରୁ ଏମ.ଏ. ପାସ କଲା ବେଳକୁ ସିଏ ନାଲକୋରେ ଟ୍ରେନି ଇଞ୍ଜିନିୟର ହିସାବରେ ଯୋଗ ଦିଏ । ଆମ ଭିତରେ ଯୋଗାଯୋଗ ସବୁବେଳେ ରହିଥାଏ । କେବଳ ଗୋଟିଏ କଥା ବାକି ଥିଲା । ବିଭୁ ଆଉ ନମିତାର ବାହାଘର ।"


ଏତିକି କହି ଚୁପ୍ ହୋଇଯାଇଥିଲା ବିଜିତ । କ୍ଷିତିଶ ଅନେଇଲା ବିଜିତକୁ । "ସେଇଠୁ କଣ ହେଲା କହୁନୁ ?" କ୍ଷିତିଶ କଣ୍ଠରେ ଥିଲା ଉଦଗ୍ରୀବ ଭାବ ।"


ବିଜିତ ତଥାପି କିଛି କହୁ ନଥିଲା । ତା' ଆଖିରେ ଏବେ କରୁଣ ଭାବ ସ୍ପଷ୍ଟ ଭାବରେ ଦେଖି ପାରୁଥିଲା କ୍ଷିତିଶ । "ଆରେ କଣ ହେଲା ତା'ପରେ ?"


ବିଜିତ ଏଥର ପାଟି ଖୋଲିଲା, " ଆଉ କଣ ହେବ ? ସମୟ କିନ୍ତୁ ଆମେ ଚାହୁଁଥିବା ଘଟଣାଟିକୁ ସଂପୂର୍ଣ୍ଣ ଭାବରେ ବଦଳେଇ ଦେଇଥିଲା ଗୋଟିଏ ମୁହୂର୍ତ୍ତରେ । ମୋର ସେ ପ୍ରିୟ ସାଙ୍ଗ ଗୋଟିଏ ରାସ୍ତା ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା ଆରପାରିକୁ । ଘରକୁ ଆସୁଥିଲା ରଜ ଛୁଟିରେ । ଜୁଲାଇ ମାସରେ ହିଁ ସେ ନମିତାକୁ ବାହା ହୋଇଥାଆନ୍ତା ।ଆପଣ ମାନେ କାହାଣୀ ପଢ଼ୁଛନ୍ତି l କିନ୍ତୁ ସମୟ ସବୁ କିଛି ଓଲଟପାଲଟ କରିଦେଲା । ମୋ ଭିତରେ ଯେମିତି ମୁଁ ମରିଗଲି ସେଦିନ, ଏମିତି ଲାଗିଥିଲା ମୋତେ ।" ଏତିକିରେ କଥା ସାରି ବିଜିତ କାନ୍ଦୁଥିଲା ଏବଂ ପ୍ରଥମ ଥର ପାଇଁ ଗୋଟିଏ ଅଠେଇଶି ବର୍ଷର ଯୁବକକୁ ଏମିତି କାନ୍ଦିବାର ଦେଖିଥିଲା କ୍ଷିତିଶ ।


କ୍ଷିତିଶ ଉଠି ଆସିଲା ନିଜ ଖଟ ଉପରୁ ଆଉ ବିଜିତ ପାଖରେ ବସି ତା' କାନ୍ଧରେ ହାତ ପକେଇଲା । ବିଜିତ ଆସ୍ତେ ଆସ୍ତେ ପ୍ରକୃତିସ୍ଥ ହେଉଥିଲା । ଦୁହେଁ କିଛି ସମୟ ଚୁପଚାପ୍ ବସିଥିଲେ ନୀରବ ହୋଇ ।


ରାତି ବାରଟା ଟପି ସାରିଥିଲା ସେତେବେଳକୁ । ଦୁହେଁ ଏଥର ନିଜ ନିଜ ଖଟରେ ଶୋଇବା ପାଇଁ ବାହାରିଲେ । କ୍ଷିତିଶ ଏଥର ତା' ମଶାରୀ ଭିତରେ ଥାଇ କହିଲା, "ବୁଝିଲୁ ବିନୁ, ତୋ ସାଙ୍ଗ ବିଭୁ କଥା ଶୁଣି ଏବେ କାହିଁକି ମୋର ମନେ ହେଉଛି, ଏମିତି ଭଲପାଇ ବାହା ହୋଇଥିଲେ ବୋଧେ ଖୁବ୍ ଭଲ ହୋଇଥାନ୍ତା ?"


ବିଜିତ ଟିକେ ହସିଲା କ୍ଷିତିଶ କଥା ଶୁଣି ।


ଏହାର ତିନିବର୍ଷ ପରର କଥା । ସେତେବେଳକୁ କ୍ଷିତିଶ ଆଉ ବିଜିତ ଦୁହେଁ ଭିନ୍ନ ସ୍ଥାନରେ ଅବସ୍ଥାପିତ ଥିଲେ । କ୍ଷିତିଶ ଘର ସଂସାର ଆରମ୍ଭ କରି ସାରିଥିଲା । ତା' ଦାମ୍ପତ୍ୟ ଜୀବନ ଖୁବ୍ ସୁନ୍ଦର ଥିଲା । ଦିନେ ବନ୍ଧୁ ବିଜିତ ଠାରୁ ସେ ପାଇଲା ଗୋଟିଏ ନିମନ୍ତ୍ରଣ ପତ୍ର  । ଉପରେ ଲେଖାଥିଲା "ବିଜିତ ୱେଡ୍ସ୍ ପଦ୍ମଜା" । କ୍ଷିତିଶ ପାଟିରୁ ବାହାରିପଡିଲା ହଠାତ୍ "ହ୍ଵାଟ୍ ଏ ମାଗ୍ନିଫିସିଏଣ୍ଟ୍ ସରପ୍ରାଇଜ୍ ୟାର୍ ! ୟୁ ଆର୍ ରିଏଲି ପରଫେକ୍ଟ ୱିଥ୍ ୟୋର୍ ହାଇପୋଥେସିସ୍ !"


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

Tuesday, April 27, 2021

ODIA STORY (ଓଡ଼ିଆ ଗପ)-23




          *🌹" ଭଗବାନ Vs CORONA "🌹*

                         *କିଏ ଜିତିବ ?*

             *· · • • • • • • ✤ • • • • • • · ·*     

      ଓଡ଼ିଆ ଗପ 

*ତାରିଖ : ୨୮/୦୪/୨୦୨୧,ବୁଧବାର !!*

*ରଚନା : ସୌମ୍ୟକାନ୍ତ ପଟ୍ଟନାୟକ !!*

*______________________________________*



ମୋତେ ଜଣେ ମୋର Student ପଚାରିଲା, Sirr ଆପଣ କହୁଥିଲେ ଭଗବାନ ସବୁଠି ଅଛନ୍ତି... ପୃଥିବୀର କୋଣ ଅନୁକୋଣ ରେ ଅଛନ୍ତି... ଆମ Room ରେ ଅଛନ୍ତି... ଆମ ଘର Balcony ରେ ଅଛନ୍ତି... ଆମେ Auto ରେ କୁଆଡେ ବୁଲିବାକୁ ଗଲେ ମଧ୍ୟ ଭଗବାନ ସେଇ Auto ରେ ଆମ ପାଖେ ପାଖେ ଥାଆନ୍ତି....


ତାହାଲେ କଣ ଭଗବାନ ଜାଣି ପାରୁ ନାହାନ୍ତି ଯେ ପୃଥିବୀ କୁ CORONA ରୂପୀ ବିପଦ ମାଡି ବସିଛି.... ଭଗବାନ ନିଶ୍ଚିତ ସବୁ ଜାଣି ଛନ୍ତି...


ଯଦି ଭଗବାନ ସବୁ ଜାଣିଛନ୍ତି ତାହାଲେ ସିଏ କାହିଁକି ସବୁ ଠିକ କରି ଦେଉ ନାହାନ୍ତି... ଭଗବାନ କାହିଁକି CORONA କୁ ବାଡେଇ କି ସାବାଡ଼ କରି ଦେଉ ନାହାନ୍ତି...


ଏଥର ମୁଁ ମୋର ସେଇ Student ର ପ୍ରଶ୍ନ ର ଉତ୍ତର ଦେବା ଆରମ୍ଭ କଲି.....


ମୁଁ ମୋ Student କୁ କହିଲି ଗଲା କାଲି ଗୋଟିଏ ଦୁଃଖଦ ଘଟଣା ଘଟି ଗଲା.... ମୋ Student ପଚାରିଲା କଣ Sirr ???


ମୁଁ କହିଲି ମୋର ଭାଇ 4 ଜଣ ଙ୍କୁ ଫାସୀ ଦିଆ ହେଇ ଗଲା...


ମୋ Student ପୁରା ପୁରି ଆଶ୍ଚର୍ଯ୍ୟ !


ସିଏ କହିଲା Sir ଆପଣ ସେଇ ଯଉ Nirbhaya ଦୋଷୀ ମାନଙ୍କ କଥା କହୁ ନାହାନ୍ତି ତ ?


ମୁଁ କହିଲି ହଁ ସେମାନଙ୍କ କଥା କହୁଛି.....


ଖାଲି ସେଇ 4 ଜଣ ନୁହେଁ, ସମଗ୍ର ଭାରତ ର Jail ରେ ଯେତେ ଲକ୍ଷ ଲକ୍ଷ ଲୋକ ଅଛନ୍ତି ସେମାନେ ସମସ୍ତେ ମୋର ଭାଇ.... ଯଦିଓ ସେମାନେ ମୋର ଭାଇ ନୁହନ୍ତି, ଅନ୍ତତଃ ଆଉ କାହାର ଭାଇ, ପୁଅ, ସ୍ୱାମୀ, ବାପା ଇତ୍ୟାଦି....


ମୁଁ ତାପରେ ମୋ Student କୁ କହିଲି, ଯେମିତି CORONA ରେ ଆମ ଭାରତ ରେ 5 ଜଣ ମଲେଣି ଏବଂ 223 ଜାଣ ଆକ୍ରାନ୍ତ ହୋଇ କଷ୍ଟ ପାଉଛନ୍ତି.... ସମସ୍ତେ ଚାହୁଁଛନ୍ତି କେହି ନ ମରନ୍ତୁ, ଆଉ ବାକି 223 ଜଣ ଭଲ ହୋଇ ଘରକୁ ଯାଆନ୍ତୁ......


ଠିକ ସେମିତି ମୁଁ ଚାହୁଁଛି ଗଲା କାଲି ଯେଉଁ 4 ଜଣ ଫାସୀ ରେ ମରି ଗଲେ ସେମାନେ ଙ୍କୁ ଫାସୀ ନ ଦିଆ ହେଉ, ସେମାନେ ଖୁସି ରେ ଘର କୁ ଯାଆନ୍ତୁ... ପରିବାର ସହିତ ସମୟ କଟାନ୍ତୁ... ଆଉ ଯେଉଁ ଲକ୍ଷ ଲକ୍ଷ ଲୋକ Jail ରେ ଅଛନ୍ତି, କିଏ 10 Rape କରିଛି, କିଏ 1 ବର୍ଷ ର ଶିଶୁ କନ୍ୟା କୁ ବି ଛାଡ଼ିନି ତାର Rape କରିଛି, ପୁଣି ଆଉ କିଏ 20 ଟା Murder କରିଛି, ଏମିତିକା ଯେଉଁ ଲକ୍ଷ ଲକ୍ଷ ଲୋକ Jail ରେ ରହି କଷ୍ଟ ପାଉଛନ୍ତି ସେମାନଙ୍କୁ Jail ରୁ ଖଲାସ କରି ଦେବା... ସେମାନେ ଯିବେ ନିଜ ପରିବାର ସହିତ ହସ ଖୁସି ରେ ରହିବେ...


ମୁଁ ପୁଣି ମୋ Student କୁ କହିଲି ଏଇଟା ବିଲକୁଲ ବି ଅସମ୍ଭବ ନୁହେଁ..... ପୁରା ପୁରି ସମ୍ଭବ.... ଆମ ସରକାର ଯଦି ଚାହିଁବେ ତାହାଲେ ସମ୍ଭବ...


ଯେମିତି ରାଷ୍ଟ୍ରପତି ଙ୍କ ପାଖରେ Power ଅଛି ସିଏ ଜଣେ ଫାସୀ ପାଇଥିବା ଦୋଷୀ କୁ ରାଜକ୍ଷମା ଦେଇ ପାରିବେ.... ସେମିତି August 15 ଏବଂ January 26 ରେ ସରକାର କିଛି କିଛି କଏଦୀ ମାନଙ୍କୁ ଯେଉଁ ମାନେ କି Jail ଭିତରେ ନିଜକୁ ପରିବର୍ତ୍ତନ କରି ନିଅନ୍ତି, ଭଲ ମଣିଷ ହୋଇ ଯାଆନ୍ତି, Jailer ର ଗୁପ୍ତ ରିପୋର୍ଟ ଅନୁସାରେ ସରକାର ସେଇ ଭଲ ଲୋକଙ୍କ ଦୋଷ କ୍ଷମା କରି ଦିଅନ୍ତି ଏବଂ ତାଙ୍କୁ Jail ରୁ ମୁକୁଳାଇ ଦିଆ ଯାଏ... ସେମାନେ ଆରାମ ରେ ପରିବାର ସହିତ ବାକି ଜୀବନ କଟାନ୍ତି...


ଆଜି ଯଦି ଆମେ ଭାରତ ବାସୀ ଚିନ୍ତା କରିବା ଯେ ଆମରି Jail ରେ ଯେଉଁ ଲକ୍ଷ ଲକ୍ଷ ଲୋକ ଅଛନ୍ତି ସେମାନେ ଆମରି ଭାଇ, ପୁଅ, ବାପା ଇତ୍ୟାଦି... କୌଣସି ବାହାର ଲୋକ ନୁହେଁ ... ତେଣୁ ତାଙ୍କୁ ଛଡ଼ା ଯାଉ... ତାହେଲେ ସରକାର ଚାହିଁଲେ ସେଇଟା କରି ପାରିବେ... କାହିଁକି ନା ଭାରତ ଏକ ସ୍ୱତନ୍ତ୍ର/Independent ଦେଶ... ଏଠି କେହି ଆମେରିକା କି ରୁଷ ମୁଣ୍ଡ ଖେଳେଇ ପାରିବେନି.... ଆମ ଦେଶରେ ଆମେ କଣ କଲୁ ଏଇଟା ଆମ ଦେଶର ଆନ୍ତରିକ ବ୍ୟାପାର... ଏଥିରେ କେହି ଅନ୍ୟ ଦେଶ ମୁଣ୍ଡ ଖେଳେଇ ପାରିବେନି...


ପୃଥିବୀରେ ଅନେକ ଦେଶରେ ଫାସୀ ଦଣ୍ଡ ବନ୍ଦ ହେଇ ସାରିଲାଣି... କିନ୍ତୁ ଭାରତ ରେ ଆଜି ପର୍ଯ୍ୟନ୍ତ ଚାଲିଛି... କିଛି ଦେଶ ଭାରତ କୁ ବିରୋଧ କରୁଛନ୍ତି ଓ କହୁଛନ୍ତି ଯେ ଫାସୀ ଦେବା ଟା ହେଉଛି ଅମାନବିକ...


କିନ୍ତୁ ଯିଏ ଯାହା କହୁଛି କହୁ ଥାଉ... ଆମେ ଆମର କାମ କରିବା କଥା କରି ଚାଲିବା....


ମୁଁ ଏଥର ମୋ Student କୁ ପଚାରିଲି, ଭାରତ ସରକାର ଚାହିଁଲେ Nirbhaya ଦୋଷୀ ଙ୍କ ର ଫାସୀ ବନ୍ଦ କରି ପାରିବେ ଓ ଲକ୍ଷ ଲକ୍ଷ କଏଦୀ ମାନଙ୍କୁ ମୁକ୍ତ କରି ପାରିବେ... ଏ Power ଭାରତ ସରକାର ଙ୍କ ପାଖେ ଅଛି.... କିନ୍ତୁ ସିଏ ଏମିତି କରିବେ କି ?????????


ମୋ Student ଉତ୍ତର ଦେଲା, ନା Sirr ସରକାର ଏମିତି ବିଲକୁଲ ବି କରିବେନି.... ଯଦି ସରକାର ଏମିତି କରିବେ ତାହେଲେ ସତ ଓ ମିଛ ଭିତରେ କିଛି ପାର୍ଥକ୍ୟ ରହିବନି... ଦିନ ଓ ରାତି ଭିତରେ କିଛି ପାର୍ଥକ୍ୟ ରହିବନି... ସବୁଆଡେ ଅଶାନ୍ତି, ଅରାଜକତା, ଗୁଣ୍ଡା ଗରଦି, ବଳାତ୍କାର, ଚୋରୀ, ଛିନ ତାଇ, ଡକାୟତି ଆଦି ହୁ ହୁ ହୋଇ ବଢିବ..


ମୁଁ ତାପରେ ମୋ Student କୁ କହିଲି ଠିକ ସେମିତି ଭଗବାନ ହେଉଛନ୍ତି ସର୍ବ ଶକ୍ତିମାନ.... ଅନନ୍ତ ଶକ୍ତି ର ଅଧିକାରୀ... ଅନନ୍ତ ଅର୍ଥ ହେଉଛି ଯାହାକୁ ମାପି ହେବ ନାହିଁ.... CORONA କୁ ମାରିବାକୁ ହେଲେ ଭଗବାନ ଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବନି... ଭଗବାନ ଏତେ Powerful ଯେ ଭଗବାନ ଖାଲି ବସିକି ମନେ ମନେ ଏତିକି ଚିନ୍ତା କରିବେ ଯେ CORONA ଖତମ୍ ହେଇ ଯା... CORONA ର ଚି଼ହ୍ନ ଟିଏ ବି ରହିବନି... CORONA ତା ମୂଳ ରୁ ନିପାତ ହେଇ ଯିବ...


କିନ୍ତୁ ଭଗବାନ ଏମିତି କରିବେନି...


ପୁଅ ଯେତେବେଳେ ବଦମାସି କରେ ତ ବାପା ତାକୁ Punishment ଦେବା ଦରକାର... ପୁଅ ଦୃଷ୍ଟ ହେଲା ଓ ବାପା ଯଦି ତାକୁ ମାଡ଼ ପରିବର୍ତ୍ତେ ଗେଲ କରିବ ତାହାଲେ ପୁଅ ଆଉ ଭଲ ପୁଅ ହେଇ ରହିବନି ଭବିଷ୍ୟତ ରେ ଗୋଟିଏ ଗୁଣ୍ଡା ବଦମାସ ହୋଇ ଯିବେ

ଏବେ ଦୁନିଆରେ ଅରାଜକତା, ଅଶାନ୍ତି, ଗୁଣ୍ଡା ଗରଦି, ବଳାତ୍କାର, ଚୋରୀ, ଛିନ ତାଇ, ଡକାୟତି ଆଦି ହୁ ହୁ ହୋଇ ବଢ଼ି ଗଲାଣି... ମଣିଷ ମାନେ ଯିଏ କି ଭଗବାନ ଙ୍କ ସନ୍ତାନ, ସେମାନେ ଆଉ ମଣିଷ ହୋଇ ନାହାନ୍ତି... ଅମଣିଷ ହୋଇ ଗଲେଣି...


କିଛି ଡର ଭୟ ନାହିଁ... ବେଧଡକ୍ ଅପରାଧ ଉପରେ ଅପରାଧ ଘଟେଇ ଚାଲିଛନ୍ତି.... 1 ବର୍ଷ ର ଶିଶୁ କନ୍ୟା ବି ଆଜି ବଳାତ୍କାର ର ଶିକାର ହେଉଛି.... ମଣିଷ ଆଉ ମଣିଷ ହୋଇ ନାହିଁ, ମଣିଷ ଶରୀର ଥିବା ଗୋଟେ ଗୋଟେ ରାକ୍ଷସ...


ଠିକ ଅଛି ତୁ ପୋଲିସ କୁ ଚକମା ଦେଇ ପାରୁ... Court କୁ ଠକି ପାରୁ... ଆଇନ କାନୁନ ଆଖିରେ ଧୂଳି ଦେଇ ଖସି ପାରୁ... କିନ୍ତୁ ଭଗବାନ ଙ୍କୁ କେବେ ଠକି ପାରିବୁନି... ସିଏ ସବୁଠି... ଓ ସବୁ ଦେଖୁଛନ୍ତି...


ଆଉ ତାଙ୍କୁ ଭଲ ଭାବେ ଜଣା କେମିତି ପିଠିରେ ମାଡ଼ ଦେଇ ପୁଅ କୁ ବାଟ କୁ ଆଣିବି...


CORONA, ବାତ୍ୟା, ଭୂମି କଂପ, ବନ୍ୟା, Cancer, Diabetes, ଇତ୍ୟାଦି ହେଉଛି ଭଗବାନ ଙ୍କ ମାଡ଼... ଯଦି ଏଗୁଡାକ ନ ଥାନ୍ତା ତାହାଲେ ମଣିଷ ଭିତରେ ଟିକିଏ ଯଉ ଭୟ ରହୁଛି... ଯାହା ଦ୍ଵାରା ସତ୍ ମାର୍ଗରେ ଚାଲୁଛି, ଏଇ ରୋଗ କଷ୍ଟ ନ ଥିଲେ କେହି ବି ସତ୍ ମାର୍ଗରେ ଚାଲିବେ ନାହିଁ... ସମସ୍ତେ କହିବେ ମୁଁ ଯାହା କରିବା କଥା କରିବି ମୋର କେହି କିଛି କରି ପାରିବେନି... ଯାହାକୁ ପାଇବି ତାକୁ Rape କରିବି, ଯାହାକୁ ମନ ତାକୁ Murder କରିବି... ଦିନ ରାତି ମିଛ କହିବି... ଚୋରୀ କରିକି ଧନ ଉପାର୍ଜନ କରିବି... ଲୋକ ଙ୍କୁ ସବୁବେଳେ ଠକିବି...


ତେଣୁ, ମଝିରେ ମଝିରେ ଭଗବାନ ଏମିତି CORONA ପରି ଝଟକା ଦିଅନ୍ତି... ଏବଂ ଝଟକା ଦେଇ ଜଣେଇ ଦିଅନ୍ତି ଯେ👉 ଏ ମଣିଷ ତୁ ଯାହା ଯାହା କରୁଛୁ ମୁଁ ସବୁ ଦେଖୁଛି... ଏବେ ବି ସମୟ ଅଛି ଭଲ ମଣିଷ ହେଇଯା...


CORONA, ଭୂମି କମ୍ପ, ବାତ୍ୟା, ଘଡ ଘଡି ବଜ୍ର ପାତ, Cancer, Swine Flu, ଭଳି ଅନେକ ଅସ୍ତ୍ର ମୋ ପାଖରେ ଅଛି... ତୁ ଯେତେ ଚେଷ୍ଟା କଲେ ବି ବଞ୍ଚି ପାରିବୁନି.... CORONA ତ କିଛି ନୁହେଁ... ଏଥିରେ ତ ଲୋକ ଭଲ ହେଇ ଯାଉ ଛନ୍ତି.... ଏବେଠୁ ଯଦି ଭଲ ମଣିଷ ନ ହେବୁ ତାହେଲେ ଆଗକୁ MORONA, FORONA, TORONA ଭଳିଆ ଅନେକ Virus ଆସିବେ....


କଥା ଟା ମୋ Student ମନ କୁ ପାଇଲା... ସିଏ ବୁଝି ଗଲା.... ଭଗବାନ ଙ୍କ ଇଚ୍ଛା ବିନା କିଛି ହୁଏନି... CORONA ଯେତେବେଳେ ପୃଥିବୀ କୁ ପ୍ରବେଶ କଲା ନିଶ୍ଚୟ ଭଗବାନ ଙ୍କ ଅନୁମତି ନେଇ ପ୍ରବେଶ କରିଛି.... ଓ କିଛି ଭଲ ଉଦେଶ୍ୟ ନେଇ ପ୍ରବେଶ କରିଛି.....


ବାପା ମାଆ ପିଲା କୁ ବାଡେ଼ଇଲେ, ପିଲା ଟି ସାଙ୍ଗେ ସାଙ୍ଗ ବାପା ମାଆ ଙ୍କୁ ଖରାପ ବୋଲି ଭାବେ.... କିନ୍ତୁ ଯେତେବେଳେ ଭବିଷ୍ୟତରେ ଗୋଟେ ଭଲ ମଣିଷ ହୁଏ, ସେତେବେଳେ ସିଏ ବୁଝି ପାରେ ଯେ ସେଦିନ ବାପା ଯଉ ମୋତେ ବାଡେଇଥିଲେ ସେଇଟା ମୋ ମଙ୍ଗଳ ପାଇଁ ଥିଲା.....


ପିଲା କୁ ବାପା ବାଡେ଼ଇଲେ ପିଲାଟି କାନ୍ଦି କାନ୍ଦି ସାଙ୍ଗେ ସାଙ୍ଗ ଭାବେ ଇଏ ମୋର ନିଜର ନୁହନ୍ତି... ଇଏ ମୋ ଶତ୍ରୁ... ଆମେ ଠିକ ସେମିତି ବର୍ତ୍ତମାନ CORONA ର ପ୍ରକୋପ ରେ ଭଗବାନ ଙ୍କୁ ଗାଳି ଦେଉଛେ... ହେ ! ଭଗବାନ ଫଗବାନ କେହି ନାହାନ୍ତି... ଭଗବାନ ଥିଲେ କଣ CORONA ଆମକୁ ଡରେଇ ଥାନ୍ତା... ଏତେ ଜୀବନ ନେଇ ଥାନ୍ତା... ଏତେ ଲୋକ କଷ୍ଟ ପାଇ ଥାନ୍ତେ...


କିନ୍ତୁ, ଏଇ CORONA ଭିତରେ ସମଗ୍ର ମାନବ ସମାଜ ର କଲ୍ୟାଣ ଲୁଚି ରହିଛି... ସେଇଟା ଆମେ ଏବେ ବୁଝି ପାରୁନେ ଆଗକୁ ନିଶ୍ଚୟ ବୁଝିବା....


ମୋ Student ଏଥର ସବୁ ବୁଝି ଗଲା... ଆଉ କହିଲା ହଁ Sir ସତ କଥା, ଭଗବାନ All Powerful ହେଇକି ବି ବେଳେ ବେଳେ ଜାଣି ଶୁଣି ଚୁପ ରହି ଯାଆନ୍ତି... କିଛି ସମୟ ପାଇଁ....


ମୁଁ ମୋ Student କୁ ଆଶ୍ବସନା ଦେଲି, ଯେମିତି ବାପା ପୁଅକୁ ବଡ଼ାଏ ସତ... କିନ୍ତୁ Control ରେ ରହିକି ବାଡାଏ... ଏମିତି ନ ହଉ ଯେ ପୁଅ ର ଗୋଡ଼ ହାତ ଭାଙ୍ଗି ଯିବ....


ଠିକ ସେମିତି ଭଗବାନ ଜାଣି ଛନ୍ତି କେତେ ମାଡ଼ ଦେବା ଦରକାର... ଆଉ ଏଇ CORONA ଆମର ଚେଷ୍ଟା ଓ ଭଗବାନ ଙ୍କ ଆଶୀର୍ବାଦ ରୁ ଖୁବ ଶିଘ୍ର ନିୟନ୍ତ୍ରଣ ହୋଇ ଯିବ...


ଏଥର ମୋ Student ଶେଷ ପ୍ରଶ୍ନ ପଚାରିଲା...


Sir, CORONA ରେ ଗୁଡିଏ ନିରୀହ ଲୋକ ବି କଷ୍ଟ ପାଉଛନ୍ତି... ଯେଉଁ ମାନେ ଭଦ୍ର ଲୋକ... ଜୀବନ ରେ କାହାର କ୍ଷତି କରି ନାହାନ୍ତି...


ମୁଁ ତାପରେ ମୋ Student କୁ ଉତ୍ତର ଦେଲି ମହାଭାରତ serial ଦେଖିଛ... ସିଏ କହିଲା ହଁ Sir ଦେଖିଛି...


ମହାଭାରତ ଯୁଦ୍ଧ ରେ ଅନ୍ଧ ଧୃତରାଷ୍ଟ୍ର ଙ୍କ ର 100 ପୁଅ ମରି ଗଲେ ଯୁଦ୍ଧ ରେ.... ପାଣ୍ଡଵ ମାତ୍ର 5 ଜଣ ଥିଲେ, ସମସ୍ତେ ଜୀବିତ ରହିଲେ....


ଧୃତରାଷ୍ଟ୍ର ଯୁଦ୍ଧ ସରିଲା ପରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଭେଟିଲେ... ଆଉ ପଚାରିଲେ ମୁଁ ଏ ଜନ୍ମ ରେ ସେମିତି ବିଶେଷ କିଛି ପାପ କରିନି... ତାହାଲେ ମୋର କାହିଁକି 100 ପୁଅ ମରିଗଲେ... ମୋତେ କାହିଁକି ବୁଢ଼ା କାଳେ ଏତେ ଦୁଃଖ ମିଳିଲା ?????


ଶ୍ରୀକୃଷ୍ଣ ଉତ୍ତର ଦେଲେ ହଁ ହଁ ଠିକ କଥା, ଏ ଜନ୍ମ ରେ କିଛି ବଡ଼ ଅପରାଧ କରିନ.... କିନ୍ତୁ ପୂର୍ବ ଜନ୍ମ ରେ !


ଧୃତରାଷ୍ଟ୍ର କହିଲେ ମୁଁ ସାଧନା ବଳ ରେ ମୋର ପୂର୍ବ 3 ଜନ୍ମ କଥା ମନେ ଅଛି...


ଶ୍ରୀକୃଷ୍ଣ ତାପରେ କହିଲେ ହଁ ପୂର୍ବ 3 ଜନ୍ମ ରେ ତୁମେ ସେଭଳି କିଛି ଅପରାଧ କରିନ , କିନ୍ତୁ ତା ପୂର୍ବ ଜନ୍ମ ରେ ?


ଧୃତରାଷ୍ଟ୍ର ତୁମର ଅନନ୍ତ ଜନ୍ମ ହୋଇ ସାରିଲାଣି... ଖାଲି 3 ଟି ଜନ୍ମ ର କର୍ମ ତୁମେ ମନେ ରଖିଛ.....


ଠିକ ସେମିତି ସମସ୍ତ ମଣିଷ ଙ୍କର ଅନନ୍ତ ଜନ୍ମ ହେଇ ସାରିଲାଣି... ଆଉ ତାର ପାପ ର ଫଳ ଦୁଃଖ ଓ ପୁଣ୍ୟ ର ଫଳ ସୁଖ ଆମକୁ ସମୟ ସମୟ ରେ ମିଳେ...


ତେଣୁ ମୁଁ ମୋ Student କୁ ବୁଝେଇଲି ତୁ ସିନା କହୁଛୁ ଯେ ସିଏ ଭାରି ଭଦ୍ର ଲୋକ, କାହାକୁ ଜୀବନ ରେ ହଇରାଣ କରି ନାହାନ୍ତି... ଠିକ ଅଛି... କିନ୍ତୁ ପୂର୍ବ ଜନ୍ମ ରେ ହିସାବ କାହିଁ ???????


ସେଇଟା ଭଗବାନ ଙ୍କ ପାଖରେ ଅଛି... ଆଉ ସେଥିରେ ପାପ + ପୁଣ୍ୟ ଉଭୟ ଅଛି.... ଭଗବାନ ଖାତା ଦେଖିକି ମଝିରେ ମଝିରେ ପାପ ର ଫଳ ଦୁଃଖ ଓ ପୁଣ୍ୟ ର ଫଳ ସୁଖ ଦିଅନ୍ତି.....


କଥା ଟା ମୋ Student ମନ କୁ ପାଇଲା..... ଓ ଆଜି ଠୁ ଭଗବାନ ଙ୍କ ମାର୍ଗରେ ଚାଲିବ ବୋଲି ସଂକଳ୍ପ କଲା...


*=============================*

*☘️🌸🌼🙏   ସମାପ୍ତ   🙏🌼🌸☘️*

*=============================*

Monday, April 26, 2021

ODIA STORY (ଓଡ଼ିଆ ଗପ) -22



ଆଧୁନିକ ପ୍ରେମ ଓ ପ୍ରତାରଣା ।

ଆରେ ବାବା ଟିକେ ସାଇଡ୍ ଦିଅ । ହୋ ହଲ୍ଲା ଠେଲା ପେଲାରେ ଟ୍ରେନ୍ ବଗିଟା ଫାଟି ପଡୁଛି । ଲୋକାଲ୍ ଟ୍ରେନ୍ l ପୁଣି ଲାଷ୍ଟ୍ ଲୋକାଲ୍ । ଅଫିସ୍ ଫେରିବା ଠାରୁ ଆରମ୍ଭ କରି ହାଟ ଫେରନ୍ତା ସମସ୍ତଙ୍କର ଭିଡ l କେମିତି ଗୋଟେ ସିଟ୍ ମିଳିଯାଆନ୍ତା କି ? ବଗି ସାରା ଖଚା ଖଚ୍ ଭରି ହୋଇଛନ୍ତି ଲୋକ ।  ହେଲେ ଏ ସବୁ ଖାତିର ନାହିଁ ଭାନୁପ୍ରତାପଙ୍କର । ଆଜି ଶନିବାର ; ସପ୍ତାହର ଶେଷ ଦିନ । ଭିଡ ହେବ ଜାଣି ଟିକେ ଆଗରୁ ପଳେଇ ଆସିଛନ୍ତି । ତେଣୁ ସିଟ୍ ଖଣ୍ଡକ ପାଇ ଯାଇଛନ୍ତି ଆରାମ୍ ସେ । ପୁଣି ଝରକା ପାଖ ପ୍ରଥମ ସିଟ୍ । ଏତେ ଗହଳି ଭିତରେ ମ୍ୟାଗାଜିନ୍ ଗୋଟିଏ ଧରି ପଢୁଥାନ୍ତି । ହଠାତ୍ ଗୋଟିଏ କଅଁଳ ସ୍ୱର ଶୁଣି ମ୍ୟାଗାଜିନରୁ ମୁହଂ ଉଠେଇଲେ ।


       : ସାର୍ ! ଟିକେ ଜାଗା ଦେବେ ?


       ଅସଞ୍ଜତ କେଶ ରାଶି । ପରିପାଟୀ ବେଶ୍ ସାଧାରଣ l ଗୋଟେ ହାତରେ ବ୍ୟାଗ୍ । କାଖରେ ଦୁଇ ତିନି ବର୍ଷର ପୁଅଟିଏ l ଗୋଟେ ଝଟକାରେ ଝରକା ପାଖକୁ ଟିକେ ଚାପି ହୋଇଗଲେ ସେ ଭଦ୍ରମହିଳାଙ୍କୁ ଜାଗା ଟିକେ ଦେବା ପାଇଁ l ବ୍ୟାଗଟିକୁ ସିଟ୍ ତଳକୁ ପେଲି ଦେଇ ଟିକେ ଥକ୍କା ମାରିଲେ ଭଦ୍ରମହିଳାଜଣଙ୍କ l କୋଳର ଛୁଆଟି ବେଶ୍ ଗୁଲୁଗୁଲିଆ ଥିଲା l ଆଖି ଦୁଇଟା ବେଶ୍ ଚଳଚଞ୍ଚଳ l ଭିଡ ନ ଥିଲେ ବୋଧେ ସମସ୍ତଙ୍କର ଗେହ୍ଲାର ପାତ୍ର ହୋଇଥାନ୍ତା l ନଜର ଫେରାଇଲେ ଭାନୁ ମ୍ୟାଗାଜିନ୍ ଉପରକୁ l ଏମିତି କେତେ ଲୋକ ଆସନ୍ତି, କେତେ ଲୋକ ଯାଆନ୍ତି l ବେଳେବେଳେ କୋଉଠି କେଜାଣି ନଜର ଅଟକି ଯାଏ । 

କିଛି ସମୟ ପରେ, ଛୁଆଟି ଭାନୁ ପ୍ରତାପଙ୍କ ସାଙ୍ଗେ ଖେଳିବାକୁ ଆରମ୍ଭ କରିଦେଲା l କେତେବେଳେ ସାର୍ଟ୍ ଟାଣିଲାଣି ତ କେତେବେଳେ ପକେଟରୁ ପେନ୍ ଟାଣିଲାଣି l ସେ ସବୁ ପ୍ରତି ଯେମିତି ତା’ ମାଆର ନିଘା ନାହିଁ l ଦେଖିଲେ ତା’ ମାଆ କୋଉ ଏକ ଭିନ୍ନ ଦୁନିଆରେ ହଜିଯାଇଛି l ଛୁଆଟି କିନ୍ତୁ ତା’ କାମରେ ଲାଗି ପଡିଛି l ଛୋଟ ପିଲାଙ୍କ ସାଙ୍ଗେ ଖେଳିବାକୁ ତାଙ୍କୁ ବହୁତ ଭଲ ଲାଗେ l ତାଙ୍କ ସାଙ୍ଗ ପ୍ରଭାତ କହୁଥିଲା, ଫୁଲ ଆଉ ଛୋଟ ଛୁଆ କୁଆଡେ ସ୍ରଷ୍ଟାଙ୍କର ସୁନ୍ଦର ସୃଷ୍ଟି l ସେ ବି ଛୁଆଟି ସାଥିରେ ଖେଳିବା ଆରମ୍ଭ କଲେ l 

ଯେତେବେଳେ ଭଦ୍ରମହିଳା ଜଣଙ୍କ ଦେଖିଲେ ଭାନୁଙ୍କର ପେନ୍ ଆଉ ଚଷମା ପୁଅର ଅକ୍ତିଆରକୁ ଆସିଗଲାଣି, ହଠାତ୍ ଚିଲ୍ଲେଇ ପାଟି କରି କହିଲେ, ‘ମୁନା ! ଅଙ୍କଲଙ୍କ ଜିନିଷ ଲାଗନା l ଦେଇ ଦେ l’ ଭାନୁ ବିରୋଧ କରି କହିଲେ, ଛୋଟ ଛୁଆଟା l କଥା ଶୁଣି ଭଦ୍ରମହିଳାଜଣଙ୍କ ଭାନୁଙ୍କ ମୁହଁକୁ ବକ୍ ବକ୍ ଚାହିଁ ରହି କହିଲେ, କିଏ ଭାନୁ ଭାଇ ? ଏତେ ଚିହ୍ନା ସ୍ୱରଟି ଶୁଣି ଚମକି ପଡିଲେ ସେ l କାହାକୁ ଦେଖୁଛନ୍ତି ? ଆରେ ୟେ ତ କୁନି l ତାଙ୍କ ପଡିଶା ଘରର ଝିଅ l ହତବାକ୍ ହୋଇ ଦୁହେଁ ଦୁହିଁଙ୍କୁ ଚାହିଁ ରହିଲେ l


       : କୁନି.............


       : ହଁ ଭାନୁ ଭାଇ ! କୁନି........... ତୁମ କୁନି........... ଛଳ ଛଳ ଆଖିରେ ଚାହିଁ ରହିଲା ସେ l


       : ୟେ କ’ଣ ତୋ’ ପୁଅ ?


       : ହଁ......


       : ଆଉ ତୋ’ ବାବୁ ?


       ଚୁପ୍ ଚାପ୍ ତଳକୁ ମୁହଁ କଲା କୁନି l କିଛି ପଚାରିବାକୁ ସାହସ କଲେନି ଭାନୁ l ପଛ କଥା ସବୁ ତାଙ୍କ ଆଖି ଆଗରେ ଭାସି ଆସିଲା l


       ପଡିଶା ଘର ଶ୍ୟାମ ମଉସାଙ୍କ ଝିଅ କୁନି l କେତେ ସୁନ୍ଦର ଥିଲା l ଗାଆଁ ଯାକରେ ସବୁ ଠାରୁ ସୁନ୍ଦରୀ l ପରୀଟିଏ ଭଳି ଚେହେରା l ରୂପ ଯେମିତି, ବ୍ୟବହାର ବି ସେମିତି l ଅନେକ ସ୍ୱପ୍ନ ଦେଖିଥୁଲେ ତା’କୁ ନେଇ l ପିଲାଟି ଦିନରୁ ତା’ ସାଙ୍ଗରେ ମିଶି ଆସିଛନ୍ତି l ସବୁ ଦିନେ ତାଙ୍କ ଘରକୁ ଆସେ l ଘରେ କଥାବାର୍ତ୍ତା, ହସଖୁସି, ଟାହିଟାପରା ସବୁ ଚାଲେ l କଲେଜରୁ ଫେରୁ ନ ଫେରୁ ଘରେ ଆସି କୁନି ହାଜର ହୋଇଯାଏ l ତା’କୁ ନ ଦେଖିଲେ ଭାନୁକୁ ଦିନଟା ଯେମିତି ଅଧା ଅଧା ଲାଗେ l କୁନି ପ୍ରତି ତାଙ୍କର ଆସକ୍ତି ଦିନକୁ ଦିନ ବଢି ଚାଲିଲା l ତା’କୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ l ହେଲେ ମନ କଥା କହିବି କହିବି ବୋଲି କହି ପାରି ନ ଥିଲେ l ସମୟ ଗଡି ଚାଲିଲା l 

ଦିନେ ଏମ୍.ଏ. ପଢିବାକୁ ଭାନୁ ଭୁବନେଶ୍ୱର ଚାଲିଗଲେ l ଖରାଛୁଟିରେ ଘରକୁ ଆସିଥାନ୍ତି l ଏ ପାଖ ସେ ପାଖ ହେଲେ l କୁନିକୁ ଛଅ ମାସ ହେଲା ଦେଖିନାହାନ୍ତି l ଖବର ପାଇ ସେ ଦଉଡି ଆସିବା କଥା l ତିନି ଚାରି ଥର ବାଡି ଆଡକୁ ଗଲେଣି l ତାଙ୍କ ଘର ଆଡେ ଆଖି ବୁଲେଇ ଆଣିଲେଣି l ହେଲେ କୁନିର ଦର୍ଶନ ନାହିଁ l ବୋଉ ତାଙ୍କ ହାବଭାବ ଦେଖୁଥାନ୍ତି l କହିଲେ, କାହାକୁ ଖୋଜୁଛୁ ?


       : ନା ବୋଉ l ସେ କିଛି ନୁହେଁ l


       : ହଉ ଘର ଭିତରକୁ ଚାଲ l ବସ୍ ରେ ଆସି ହାଲିଆ ହୋଇ ଯାଇଥିବୁ l ହଁ ବୋଉ l ତୁ ଯାଆ l ମୁଁ ଯାଉଛି l ପୁଣି ତାଙ୍କ ଘର ଆଡେ ଚାହିଁ ରହିଲେ l ମିଛି ମିଛିକା ଖଣ୍ଡି ଖଣ୍ଡି ସିନେମା ଗୀତର ସ୍ୱରକୁ ପାଟିରେ ହ୍ୱିସିଲ୍ ବଜେଇ ବଜେଇ ଗାଇଲେ l ହେଲେ କୁନିର ଦେଖା ନାହିଁ l ମନଟା କେମିତି କେମିତି ଲାଗିଲା l ବାପା ଆସିବା ଜାଣି ଭାନୁ ଘରକୁ ଗଲେ l ସମସ୍ତଙ୍କ ସାଙ୍ଗେ ଖିଆ ପିଆ କରୁ ଶୋଇବାକୁ ଗଲେ l ବୋଉ ଆସି ଟିକେ ତେଲ ଆଣି ପାଦରେ ଘସି ଦେଉଥାନ୍ତି l ପୁଅ ଆସିଛି l କେତେ ଆଦରରେ ପାଦକୁ ସାଉଁଳି ଦେଲେ l ପଚାରିଲେ,‘କୁନିକୁ ଖୋଜୁ ଥିଲୁ କି ?’  


       : ହଁ, ହଁ........ ସିଏ କୁଆଡେ ଗଲା ?


       : ସେ କ’ଣ ଆଉ ଅଛି ?


       : ମାନେ........?


       : ସେ ପରା ଆର ସାହି ରବି ସାଙ୍ଗରେ ପଳେଇଲା l


       : ପଳେଇଲା ? ମାନେ........?


       : ମାନେ କ’ଣ ବୁଝି ପାରୁନୁ ବା ?


       ବିଶ୍ୱାସ କରିପାରିଲେନି ସେ ଦିନ ସେ ବୋଉ କଥା l ଏ ସେହି କୁନି l ବାପା, ମାଆ, ଭାଇ, ଭଉଣୀ, କୁଟୁମ୍ବ ସମସ୍ତଙ୍କୁ ପଛରେ ପକେଇ ପଳେଇଲା ରବି ସାଙ୍ଗରେ l


       କୁନିକୁ ଚାହିଁଲେ ସେ ତଳକୁ ମୁହଁ ପୋତି କାନ୍ଦୁଥିଲା ସେ l ଇଚ୍ଛା ହେଲା କିଛି ପଚାରିବାକୁ l ହେଲେ ସାହସ ହେଲାନି l କ’ଣଟା ପଚାରିଥାନ୍ତେ ଯେ ? କିଛି ସମୟ ପରେ ସେ ଶାନ୍ତ ହେଲା l ହେଲେ ଲୁହ ଗଡି ଚାଲିଥିଲା l ତାଙ୍କର ଗୋଟିଏ ପାପୁଲିକୁ ଚାପି ଧରି କୋହ ଭରା କଣ୍ଠରେ କହିଲା,


       : ଭାନୁ ଭାଇ ! ମୋର ଭୁଲ ହୋଇଗଲା l ମସ୍ତ ବଡ ଭୁଲ ହୋଇଗଲା l


       ତା’ ହାତରେ ହାତ ରଖି କିଛିଟା ସାନ୍ତ୍ୱନା ଦେଇ କହିଲେ, ‘ଏତେ ବଡ ନିଷ୍ପତ୍ତି ନେଇଗଲୁ........ ତୋ’ ଭାନୁ ଭାଇକୁ ଟିକେ ପଚାରିଲୁନି ?’


       କିଛି ଉତ୍ତର ଦେଲାନି କୁନି l ଭାନୁଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦି ଚାଲିଲା l କିଛି ସମୟ ପରେ ଭାନୁ ପଚାରିଲେ, ତା’ ପରେ କ’ଣ ହେଲା ? ଗୋଟେ ପରେ ଗୋଟେ ଘଟଣା କହିଚାଲିଲା କୁନି l କେମିତି ସେ ରବିର ପ୍ରେମର ଜାଲରେ ଫସିଗଲା l ମିଠା ମିଠା କଥା ..... ଗାଡି...... ଚାକିରି..... ଘର...... ପୁଣି ଭୁବନେଶ୍ୱର ସହର....... ଏ ସବୁ ଭେଳିକିରେ ମୁଁ ହଜିଗଲି l ମୋ ଅଜାଣତରେ ମୋ ପାଦ ତଳକୁ ଖସିଗଲା l ତା’ପରେ ଆଉ କିଛି କହିପାରିଲା ନାହିଁ l ତଳକୁ ମୁହଁ କରି ପୁଣି କାନ୍ଦି ଚାଲିଲା l କୁନିର ଲୁହ ଆଉ ନିରବତାରୁ ଅନୁମାନ କରିପାରିଲେ ଭାନୁ କ’ଣ ଘଟିଯାଇଥିବ l 

ତା’ପରେ ପୁଣି କହି ଚାଲିଲା, ଯେତେବେଳେ ମୁଁ ମାଆ ହେବାକୁ ଯାଉଛି ଜାଣିଲି, ମୋ ମୁଣ୍ଡରେ ବଜ୍ର ପଡିଲା l ସବୁ ଆଡ ଶୂନ୍ୟ ଦେଖାଗଲା l ଭାବିଲି, କ’ଣ କରିବି ? ବୋଉ ଜାଣିବ, ବାପା ଜାଣିବେ, ସାଇ ପଡିଶା ଗାଆଁ ଲୋକ ସମସ୍ତେ ଜାଣିବେ l ବିକଳ ହୋଇ ତୁମ ଘରକୁ ଧାଇଁଲି l ତମେ ବି ନ ଥିଲ l ଗଲ ଯେ ଗଲ........... କେତେ ଖୋଜିଲି l କିଛି ଦିନ ପରେ ରବି ଆସି ଗାଆଁରେ ପହଞ୍ଚିଲା l ତା’କୁ ଖୋଲି ସବୁ କଥା କହିଲି l ମୋତେ ଜଲଦି ବାହା ହୋଇଯାଅ l ହେଲେ ସେ ମୋ କଥା ବୁଝିବାକୁ ନାରାଜ l ମୁଁ କହିଲି ମୋତେ ଯଦି ବାହା ନ ହେବ, ମୁଁ ବିଷ ଖାଇଦେବି l ଯାହା କରୁଛ, ଜଲଦି କର l ଡେରି ହେଲେ ସମସ୍ତେ ଜାଣିଯିବେ l ତା’ପରେ ଦିନେ ରାତିରେ ଗୋଟେ ଗାଡି ଆଣି ସେ କହିଲା, ‘ଚାଲ ପଳେଇବା l ଏଠି ଏମାନେ ବାହାଘର କରେଇ ଦେବେନି l ଭୁବନେଶ୍ୱର କୋର୍ଟରେ ବାହା ହେବା l’ ବାହାଘର କଥା ଶୁଣି ଟିକେ ଆଶ୍ୱସ୍ତ ହେଲି l ଚିନ୍ତା କରିବାକୁ ସମୟ ନ ଥିଲା l ନା ଆଗ ଦେଖିଲି, ନା ପଛ l ସେ ଦିନ ରାତିରେ ଭୁବନେଶ୍ୱର ପଳେଇଆସିଲି l


: ତା’ପରେ.............


: ତା’ପରେ ଆଉ କ’ଣ ? ପାଣି ପାଇଁ ମରିଚୀକା ପଛରେ ଧାଇଁଥିଲି l ନେଇଗଲେ ମୋତେ ଗୋଟେ କ୍ଲିନିକକୁ l


: ଆମେ ପରା କୋର୍ଟକୁ ଯାଇଥାନ୍ତେ ? ଏଠିକି କାହିଁକି ଆଣିଲ ? ମୁଁ ତାଙ୍କୁ ପଚାରିଲି l


ରବି କହିଲେ ଟିକେ ପ୍ରୋବ୍ଲେମ୍ ଅଛି l ଏଥର ଆବର୍ସନ୍ କରେଇନେବା l ପରେ ସମୟ ହେଲେ କୋର୍ଟ୍ ମ୍ୟାରେଜ୍ କରିବା l


ମୁଁ କହିଲି, ତୁମେ ମୋ କଥା ଚିନ୍ତା କରି ପାରୁଛ ? ୟା ପରେ ମୁଁ କୁଆଡେ ଯିବି ? ଆବର୍ସନ୍ ପାଇଁ ଜମ୍ମା ରାଜି ନ ହେବାରୁ ଅନିଚ୍ଛା ସତ୍ତ୍ୱେ ମୋତେ ଆଣି ଗୋଟେ ଭଡା ଘରେ ରଖିଲେ l ତା’ ପରଠୁ ଖାଲି ସବୁ ସମୟରେ ମୋତେ ଗରଗର ହେଉଥାଆନ୍ତି l ତାଙ୍କର ହାବ ଭାବ ଦେଖି ମୁଁ ଯେତିକି ଆଶ୍ଚର୍ଯ୍ୟ ହେଉ ନ ଥିଲି, ତା’ ଠାରୁ ବେଶି ଦୁଃଖ କରୁଥିଲି l ଭାବୁଥିଲି ଏ ଲୋକଟା କିଏ ? ଆସ୍ତେ ଆସ୍ତେ ଜାଣିଲି, ମୋ ସହ ସେ ମିଛ ନାଟକ କରି ମୋ ଜୀବନକୁ ନଷ୍ଟ କରି ଦେଇଛନ୍ତି l 

ମୋ ଭଳି ଆଉ ଗୋଟିଏ ଝିଅକୁ ସେ ଆଗରୁ ବାହା ହୋଇ ସାରିଛି l ସେ ଝିଅଟି ତାଙ୍କ ଅଫିସରେ ଚାକିରି କରେ l ଜାଣିନି, କେମିତି ସିଏ ଫସିଗଲା ୟା ଜାଲରେ ? ସେମାନେ ରହୁଥିଲେ ରବିର ନିଜ ଘରେ l ଠିକ୍ ସମୟରେ ମୁନା ଜନ୍ମ ହେଲା l ହେଲେ ତାଙ୍କ ମୁହଁରେ ଟିକିଏ ବି ଖୁସି ନ ଥିଲା l ନା ଏକୋଇଶିଆ, ନା ସ୍ୱନକ୍ଷତ୍ର l ପାଖ ପଡିଶା କାହା ସାଙ୍ଗରେ କଥାବାର୍ତ୍ତା ନାହିଁ l ଯିବା ଆସିବା ତ ଦୂରର କଥା l ଆଗରୁ କହିଥିଲେ, ଏମାନେ କୁଆଡେ ଭଲ ଲୋକ ନୁହଁନ୍ତି l ତେଣୁ କାହା ସାଙ୍ଗରେ ମିଳା ମିଶା କରିବା ନାହିଁ l ଦିନେ ମୋତେ ପଡିଶା ଘର ସ୍ତ୍ରୀ ଲୋକ ସାଙ୍ଗେ କଥାବାର୍ତ୍ତା ହେବା ଦେଖିଲେ l ସେ ଦିନ ମୋତେ ଭୀଷଣ ଗାଳି ଦେଲେ l ଏତେ କରି କହିଥିଲି l ତଥାପି ତମେ ମାନୁନ ? କାହିଁକି ସେମାନଙ୍କ ସହ କଥାବାର୍ତ୍ତା କରୁଛ ? ସେମାନେ କେହି ଭଲ ଲୋକ ନୁହନ୍ତି l ସେହି ଦିନ ଠାରୁ ବାହାରୁ ତାଲା ପକେଇ ଯାଆନ୍ତି l


: ତୁ କ’ଣ ସାରା ଦିନ ଏକା ରହୁଥିଲୁ ?


       : ହଁ......... କାହା ସାଙ୍ଗେ କଥାବାର୍ତ୍ତା ନାହିଁ ..............ବାହାରକୁ ଯିବା ମନା l ତେଣୁ ସବୁ ସମୟ ଘରେ ରହୁଥିଲି l ମୁନା ମୁହଁକୁ ଚାହିଁ ଦୁଇ ବର୍ଷ କାଟିଦେଲି l ପର୍ ଦିନ ପୁଅକୁ ଭୀଷଣ ଜର l ପାଖରେ ଫୋନ୍ ନାହିଁ l କାହାକୁ ଡାକିବି ? ତା’ ଦେହର ତାତି ଯେମିତି ବଢିଲା, ମୋତେ ଛାନିଆଁ ଲାଗିଲା l ଆଗପଛ ବିଚାର ନ କରି ଝରକା ବାଟେ ଡାକିଲି l ମୋ ବିକଳ ଡାକ ଶୁଣି ପଡିଶା ଘର ମାଉସୀ ତାଙ୍କ ପୁଅକୁ ପଠେଇଲେ l ସେ ବାଡ ଡେଇଁ ଆସି ପଚାରିଲା, କ’ଣ ହେଇଛି ? ତା’କୁ ସବୁ କଥା ଝରକା ବାଟେ କହିଲି l ତାଙ୍କ ମଉସା ଡାକ୍ତର l ତାଙ୍କୁ ପଚାରି ଔଷଧ ଦେଲେ ।

 ଆଉ ଆମ କଥା ଶୁଣି ପୋଲିସକୁ ଖବର ଦେବେ କହିଲେ l ମୁଁ ନେହୁରା ହୋଇ ମନା କଲି l ରାତିରେ ଯେମିତି ଜାଣିଲେ ଏ କଥା, ପୁଅ କଥା କ’ଣ ଚିନ୍ତା କରିବେ, ମୋତେ ପିଟିଲେ l କାନ୍ଦିବାକୁ ଲାଗିଲା କୁନି l କହିଲେ, ବେଶି ଚାଲାକି କରୁଛୁ ମୋ ସାଙ୍ଗରେ ? ଶେଷ କରିଦେବି ଦୁଇ ଜଣଙ୍କୁ l ଭାବିଲି, ମୋର ତ ଜୀବନଟାକୁ ନଷ୍ଟ କରି ଦେଇଛି l ମୋ ପୁଅକୁ ବି କୋଉ ଦିନ ମାରି ଦେବ l


: ତା’ପରେ ...........


: ଭାବିଲି ଏମିତି ଡରି ଡରି ବଞ୍ଚିବା ଅପେକ୍ଷା, ଥରକେ ମରିଯିବାଟା ଭଲ l ହେଲେ ମୁନା ମୁହଁକୁ ଚାହିଁ ମାୟା ଲାଗିଲା l କାହାକୁ ଦେବି ? କାହା ପାଖରେ ଛାଡି ଦେବି ?


: ତା’ପରେ ...........


: ଯାହାର ମରିବାକୁ ଭୟ ନାହିଁ, ରବିକୁ କ’ଣ ଡରିବ ? ବାଡ ଡେଇଁ ପଳେଇ ଆସିଲି . ଆସିବା ବେଳକୁ ପାଖରେ ଶହେଟା ଟଙ୍କା ଥିଲା ।


ଭାନୁ କହିଲେ, ଚାଲ ଏବେ ଥାନାକୁ ଯିବା ।


: ଥାନାକୁ ଗଲେ କ’ଣ ହେବ ? ମୋ ଅତୀତ ଫେରି ଆସିବ ? ନା ଭବିଷ୍ୟତ ଆଲୁଅ ହୋଇଯିବ ? ଭାନୁଭାଇ ! ତମ ଫୋନ୍ ନମ୍ବରଟା ଟିକିଏ ଦେବ ? କେତେବେଳେ ଦରକାର ହେଲେ............


: ହଁ.......... ହଁ.......... ଯେତେବେଳେ ଇଚ୍ଛା ହେବ ଫୋନ୍ କରିବୁ ।ତୋ’ ପାଇଁ ଚବିଶି ଘଣ୍ଟା ମୋ ଫୋନ୍ ଖୋଲା ଅଛି । ଭାନୁ ନମ୍ବରଟା ଡାକିଲେ ।


ବ୍ୟାଗ୍ ଭିତରୁ ଡାଇରୀଟିଏ ବାହାର କରି କୁନି ନମ୍ବରଟା ଟିପିଲା  ।ତା’ପରେ ମୁଣ୍ଡିଆ ମାରି ଆଗ ଷ୍ଟେସନରେ ଓହ୍ଲାଇବାକୁ ବସିଲା । ଭାନୁ ପଚାରିଲେ, ଏଠି କାହିଁକି ଓହ୍ଲାଉଛୁ ?


: ମୋର ଟିକେ ଉପରକୁ ଯିବାକୁ ଅଛି ତ........ କହି ତରବରରେ ଓହ୍ଲେଇ ପଡିଲା କୁନି l


: ଆରେ ................. ଆରେ ଶୁଣ୍..............ଶୁଣ୍............


ଗୋଟେ ମିନିଟର ରହଣୀ l ଟ୍ରେନ୍ ଛାଡିଦେଲା l ଏତେ ଅସହାୟ, ଏତେ ରାଗ, ଏତେ ଘୃଣା ଲାଗୁଥିଲା l କ’ଣ ଗୋଟେ କରି ପକେଇବାକୁ ଇଚ୍ଛା ହେଉଥିଲା l କିଛି ସମୟ ପରେ ଟ୍ରେନ୍ ଆସି ତାଙ୍କ ଗାଆଁ ଷ୍ଟେସନରେ ଲାଗିଲା l ଥକ୍କା ମାରି ପ୍ଲାଟଫର୍ମରେ ଗୋଟେ ସିଟ୍ ଉପରେ ବସି ପଡିଲେ ଭାନୁ l ଷ୍ଟେସନ୍ ଠାରୁ ତାଙ୍କ ଗାଆଁ 20 କିଲୋମିଟର୍ ।

ତାଙ୍କୁ ପ୍ଲାଟଫର୍ମରେ ଦେଖି ତାଙ୍କ ଗାଆଁ ବସନ୍ତ ପାଖକୁ ଆସି ପଚାରିଲା, ଆରେ ଭାନୁ ଭାଇ ! ଏଠି ବସିଛ ? ଗାଆଁକୁ ଯିବ ନା କ’ଣ ? ବେଶି ଜିନିଷ ନ ଥିଲେ ମୋ ସାଥିରେ ଚାଲି ଆସ l ମୁଁ ଷ୍ଟେସନ୍ ଆସିଥିଲି ମାଉସୀଙ୍କୁ ଛାଡିବା ପାଇଁ l ଯନ୍ତ୍ରଚାଳିତ ଭଳିଆ ଯାଇ ତା’ ମୋଟରସାଇକେଲ୍ ପଛରେ ବସିଗଲେ ଭାନୁ l ବାଟଯାକ ଖାଲି କୁନି କଥା ହିଁ ଭାବୁଥାଆନ୍ତି l ନା........ ତା’କୁ ସେ ଏମିତି ଛାଡି ଦେଇ ପାରିବେ ନାହିଁ l ଗାଆଁରେ ପହଞ୍ଚିବା ବେଳକୁ ଘଣ୍ଟାଏ ଲାଗିଗଲା l ଘରେ ନ ପଶୁଣୁ ଗୋଟେ ଫୋନ୍ କଲ୍ ଆସିଲା l ଚମକି ପଡିଲେ ଭାନୁ l ଏଇଟା ତ ପୋଲିସ୍ ନମ୍ବର୍ l ତୁରନ୍ତ ଦେଖା କରିବାକୁ କହିଲେ l ବସନ୍ତକୁ କହିବାରୁ ସେ ରାଜି ହୋଇଗଲା l ସେଇଠୁ ସିଧା ଚାଲିଲେ ମୁକ୍ତାପୁର ରେଲୱେ ଷ୍ଟେସନ୍ l ପାଖାପାଖି 30/35 କିଲୋମିଟର୍ l ହେଲେ ଏବେ ରାସ୍ତା ଖୁବ୍ ଭଲ ହୋଇଯାଇଛି l


ରେଲୱେ ଷ୍ଟେସନ୍ ଫାଣ୍ଡିରେ ପହଞ୍ଚି ଦେଖିଲେ, ଥାନା ଅଧିକାରୀଙ୍କ ଚାରିପଟେ ଲୋକମାନେ ଘେରି ରହିଛନ୍ତି l ଭିଡ କାଟି ସେ ଆଗକୁ ବଢିଲେ l


: ଆପଣ ମୋତେ ଡକେଇଥିଲେ ?


: ଆପଣ ମିଃ ଭାନୁ ?


: ଆଜ୍ଞା 


: ଏ ଛୁଆ ପକେଟରୁ ଆପଣଙ୍କ ନମ୍ବର୍ ମିଳିଲା l ଆଉ ଏ ଚିଠି ।


ଛୁଆକୁ ଦେଖି ତାଙ୍କ ଛାତି ଧଡ୍ କିନା ହୋଇଗଲା l ଇଏ ତ କୁନିର ପୁଅ ମୁନା l ଥାନା ଅଧିକାରୀ କହିଲେ, ଏ ସ୍ତ୍ରୀ ଲୋକଟି ଆତ୍ମହତ୍ୟା କରିଛି l ବୋଧେ ୟେ ତା’ର ପୁଅ l ଚିଠିଟା ନେଇ ପଢିଲେ ଭାନୁ l ଲେଖାଥିଲା, ଭାନୁ ଭାଇ ! ମୁଁ ଯାଉଛି l ମୁଁ ସବୁ କଥା ପୋଲିସକୁ ଚିଠି ଦ୍ୱାରା ଜଣେଇ ଦେଇଛି l ଡାଇରୀ ବି ଅଛି l ରବିକୁ ତା’ ସଜା ଯେମିତି ମିଳେ l ନ ହେଲେ ଆମ ଭଳିଆ ଆଉ କେତେ ଝିଅଙ୍କ ଜୀବନ ନଷ୍ଟ ହୋଇଯିବ l ମୋ ପୁଅ ଲାଗିଲା ।

ମୁନା ପାଇଁ ତୁମକୁ ଖୋଜୁଥିଲି l ପୁଅକୁ ଧରି ଭୋ ଭୋ ହୋଇ କାନ୍ଦିଲେ ଭାନୁ l ତୁ ଉପରକୁ ଯିବୁ ବୋଲି କହିଲୁ l ମୁଁ ଚାଣ୍ଡାଳ ଜାଣିପାରିଲିନି l ମୋତେ ହଲାଇ ଦେଇ ଥାନା ଅଧିକାରୀ କହିଲେ, ‘ଚାଲନ୍ତୁ । ଥାନାରେ କିଛି ଫର୍ମାଲିଟିସ୍ ଅଛି  । ପୁରଣ କରି ପୁଅକୁ ନେଇଯିବେ l’


ମୁନାକୁ ଧରି ତାଙ୍କୁ ଅନୁସରଣ କଲେ ଭାନୁ ।

ମୁନା କୁ ନିଜ ପାଖରେ ରଖି ବାକିତକ ଜୀବନ କୁନିର ସ୍ମ୍ରୁତି ରେ କାଟିଲେ ।


*(ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି .....ଅପେକ୍ଷା କରିଥାଅ ସମସ୍ତେ!)*



======@=======@========@==========

                              ସମାପ୍ତ 

======@=======@==≈=====@==========

Sunday, April 25, 2021

ODIA STORY (ଓଡ଼ିଆ ଗପ)-21



ଏ ଗପରେ ଚାରୋଟି ଚରିତ୍ର । ଟିକେ ପରିଚୟ ହେଇଯାଉ ।


ପ୍ରଥମ ଚରିତ୍ର । ପ୍ରତାପ ଚୌଧୁରୀ ବିଶିଷ୍ଟ ବିଚାରପତି । ସହରରେ ଥିବା ସେସନ୍ କୋର୍ଟର ଜଜ୍ । ଅବସର ନେବାକୁ ଆଉ ପାଂଚ ବର୍ଷ ଅଛି । ପୁଅ ବାହା ହୋଇ ଆମେରିକାରେ । ସ୍ତ୍ରୀ ପ୍ରୀତିଧାରା ସହରର ସବୁଠୁ ବଡ଼ ଘରୋଇ କଲେଜରେ ପ୍ରିନ୍ସିପାଲ୍ । ଏମାନଙ୍କ ଆଉ ଗୋଟେ ପରିଚୟ ହେଲା ସହରର ସୀମାରେ ଥିବା ତାଙ୍କର ଭିଲ୍ଲାରେ ଆଜି ହେବାକୁ ଯାଉଏଛି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ।


ଦ୍ୱିତୀୟ ଚରିତ୍ର । ଅଭିରାମ ପଣ୍ଡା । ଏବେ ଏବେ ଇଞ୍ଜିନିୟର୍ ସେବାରୁ ଅବସର ନେଇଛନ୍ତି । ଦୁଇପୁଅ ବିବାହିତ । ବଡ଼ପୁଅ ଅନ୍ୟରାଜ୍ୟରେ ପୋଲିସ୍ ଅଫିସର୍ । ସାନପୁଅ ସଇ ସହରର ଗୋଟିଏ ଲୁଗା ଦୋକାନର ମାଲିକ । ସ୍ତ୍ରୀ ସଂସାର ଛାଡ଼ି ଆରପାରିରେ । 

ଆଉ ଏକ ପରିଚୟ ହେଲା ବନ୍ଧୁ ପ୍ରତାପ ଚୌଧୁରୀ ଡାକିଛନ୍ତି ଘରକୁ । କଣ ଗୋଟେ ଏମର୍‌ଜେନ୍ସି କଥା ହେବାର ଅଛି ।


ତୃତୀୟ ଚରିତ୍ର । ସତୀଶ ତ୍ରିପାଠୀ । ଏ ଯାଏଁ ଅବିବାହିତ । ବୟସ ଚଉବନରୁ ଛପନ ଭିତରେ ହୋଇପାରେ । ସହରର ମେୟର । ପିତାଙ୍କର ରାଜନୈତିକ ପ୍ରଚ୍ଛଦରେ ଇଏ ମହାଶୟ ବଳୀୟାନ୍ । ସମସ୍ତ ଭାଇ ଭଉଣୀ ନିଜ ନିଜ ବାଟରେ । କହିବାକୁ ଗଲେ ସଂପୂର୍ଣ୍ଣ ଏକା । ତେଣୁ ବିଭିନ୍ନ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତି । ଆଉ ଏକ ପରିଚୟ ହେଲା ବନ୍ଧୁ ଅଭିରାମ ପଣ୍ଡା ଡାକିଛନ୍ତି ପ୍ରତାପ ଚୌଧୁରୀଙ୍କ ଘରକୁ ଯିବାପାଇଁ ।


ଚତୁର୍ଥ ଚରିତ୍ର ।ମୋହିନୀ ମହାନ୍ତି । ଛଅମାସ ହେଲା ଏହି ସହରକୁ ଆସିଛନ୍ତି, ଯେଉଁ ସହରରେ ରହନ୍ତିି ପ୍ରତାପ ଚୌଧୁରୀ, ଅଭିରାମ ପଣ୍ଡା ଓ ସତୀଶ ତ୍ରିପାଠୀ ପରି ଚରିତ୍ରମାନେ । ସହରରେ ନୂଆ ନୂଆ ଖୋଲୁଥିବା ପଂଚତାରକା ହୋଟେଲର ସେ ମୁଖ୍ୟ ପରିଚାରିକା । ସଂସାର ମାନେ ଛାଡ଼ପତ୍ର ଦେଇ ସ୍ୱାମୀଠୁ ଅଲଗା । ଗୋଟିଏ ମାତ୍ର କନ୍ୟା ସନ୍ତାନ ମଧୁସ୍ମିତାର ବିବାହକୁ ନେଇ ଅତ୍ୟନ୍ତ ଚିନ୍ତିତ ।


ଭିଲ୍ଲାର ଛାତ ଉପରେ ଚୁପଚାପ୍ ବସିଛନ୍ତି ପ୍ରତାପ ଚୌଧୁରୀ, ଅବିରାମ ପଣ୍ଡା ଓ ସତୀଶ ତ୍ରିପାଠୀ । ସେମାନଙ୍କ ଭିତରେ ଦୀର୍ଘ ନୀରବତା । ଛାତଉପରୁ ଦିଶୁଛି ସଂପୂଣ୍‌ର୍ନ ସହର । ସହର ଉହାଡ଼ରୁ ସୂର୍ଯ୍ୟ ଅସ୍ତ ହେବାର ମନୋରମ ଦୃଶ୍ୟ ଅଛି ସେମାନଙ୍କ ନୀରବତା ମଧ୍ୟରେ । ତା ସହ ସୋଡ଼ା, ସାମ୍ପେନ୍ ଓ ଆଭିଜାତ୍ୟକୁ ପସନ୍ଦିତ କରୁଥିବା ତିନୋଟି କାଚଗ୍ଲାସ୍ ।


ସେହି ଛାତକୁ ଲାଗିଥିବା ଛୋଟ କିଚେନ୍‌ରୁ ଗରମାଗରମ ପକୋଡ଼ି, ରୋଷ୍ଟ୍ କରାହୋଇଥିବା ଚିକେନ୍ ପିସ୍ ନେଇ ମଝିରେ ମଝିରେ ଆସୁଛନ୍ତି ପ୍ରତାପ ଚୌଧୁରୀଙ୍କ ସ୍ତ୍ରୀ ପ୍ରୀତିଧାରା । କିନ୍ତୁ ସେମାନଙ୍କ ନୀରବତା ଭାଙ୍ଗିବାକୁ ନ ଅଛି ତାଙ୍କର ଇଚ୍ଛା, ନ ଅଧିକାର ।


ସତକଥା ହେଲା ତିନିହେଁ କଲେଜ ଦିନର ଘନିଷ୍ଠ ସାଙ୍ଗ । ଗୋଟିଏ କଲେଜରେ ଗୋଟିଏ ଛାତ୍ରବାସରେ ରହି ପାଠ ପଢ଼ିଲା ବେଲି ପ୍ରତାପ ଚୌଧୁରୀ ଦ୍ୱିତୀୟ ବର୍ଷର ଛାତ୍ର, ଅବିରାମ ପଣ୍ଢା ତୃତୀୟ ବର୍ଷର ଛାତ୍ର ଓ ସତୀଶ୍ ତ୍ରିପାଠୀ ପ୍ରଥମ ବର୍ଷର ଛାତ୍ର ଥିଲେ । ଅଭିରାମ ପଣ୍ଡାଙ୍କୁ ଦୁହେଁ ଭାଇନା ବୋଲି ସମ୍ବୋଧନ କରୁଥିଲେ । ସମସ୍ତ କଲେଜ ସେମାନଙ୍କ ବନ୍ଧୁତ୍ୱକୁ ଉଦାହରଣ ରୂପେ ଗ୍ରହଣ କରୁଥିଲେ । ସବୁବେଳେ ତିନି ହେଁ ଏକାଠି ।



ସମୟକ୍ରେମ ବନ୍ଧୁତା, ବୟସ ଓ ପରିସ୍ଥିତିର ସୀମା ଡେଇଁ ଯିଏ ଯା ରାସ୍ତାରେ ଗତିକଲେ ।ଅନେକ ଦିନପରେ ଗୋଟିଏ ସହରରେ ବାସ କଲେ । କିନ୍ତୁ ଜୀବନର ବ୍ୟସ୍ତତାରେ ଭେଟ ହେଇନଥିଲା କହିଲେ ଚଳେ ।


ଅବଶ୍ୟ ଗପର ତିନୋଟି ଚରିତ୍ର କେବେ ଏମିତି ନୀରବରେ ବସିବା ତାଙ୍କ ଜାତକରେ ନାହିଁ । କିନ୍ତୁ ଯେତେବେଳେ ପ୍ରତାପ ଚୌଧୁରୀ ଘୋଷଣା କରିଛନ୍ତି, ମୋହିନୀ ମହାନ୍ତି ଏଠିକୁ ଆସିବ ଓ ସେ ହିଁ ସମସ୍ତଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଛି, ଏ କଥା ନୀରବତାକୁ ଅଧିକ ଗାଡ଼ ଅନ୍ଧାର, ଗହ୍ୱରତମ କରିଦେଇଛିଯେମିତି ଏକ ଅନ୍ଧାରୁଆ ଅଜଣା ଅଶୁଣା ଗୁମ୍ଫାରେ ପଶିରେ ହୁଏ । ଯେଉଁଠି ଆଗକୁ ଯିବାର ପଥ ମିଳୁନଥାଏ କି ପଛକୁ ଫେରିବାର ସ୍ପୃହା ନଥାଏ ।


ଅବଶ୍ୟ ସେ ନୀରବତା ସେମାନଙ୍କୁ ନେଇଯାଇଛି କଲେଜ ସମୟକୁ ଯେଉଁଠି ଦିନେ ସତୀଶ୍ ତ୍ରିପାଠୀ ନିଜ କ୍ଲାସ୍‌ମେଟ୍ ମୋହିନୀ ମହାନ୍ତିକୁ ପରିଚୟ କରେଇଥିଲା, ସେମାନଙ୍କ ବନ୍ଧୁତ୍ୱ ଭିତରେ । ତିନି ବନ୍ଧୁଙ୍କ ଗହଣରେ ପ୍ରବେଶ ହୋଇଥିଲା ଦିନେ ମୋହିନୀ ମହାନ୍ତି । ମୋହିନୀର ଅବତାର ନେଇ ଓ ତାହା ପରେ ଯାହା ସବୁ ଘଟିଥିଲା ସେମାନଙ୍କ ଜୀବନରେ ଏଠି ଆଉ କିଏ ବି କାହାକୁ କହିବାକୁ ନାହିଁ । ହତାହତ ଅତୀତକୁ ମନ ପକେଇ କିଏ ବି ଏଠି ଏ ବୟସର କ୍ଳାନ୍ତ ଆପରାହ୍ନରେ ଅଧିକ ମର୍ମାହତ ହେବାକୁ ଚାହୁଁନାହାନ୍ତି । ଅବଶ୍ୟ ହତାହତ ନ ହେବାଟା ବି ଏକପ୍ରକାର ଠିକ୍ । କାରଣ ତାରୁଣ୍ୟ ବୟସରେ ଫୁଟିଥିବା କୃଷ୍ଣଚୂଡ଼ା ଏବେ ରଙ୍ଗଛଡ଼ା । ଅର୍ଥାତ୍ ଅପ୍ରାସଙ୍ଗିକ । ଏମିତି ଏକ ସମୟରେ ସୋଡ଼ା ଓ ସାମ୍ପେନ୍ ନୀରବତାକୁ ଆହୁରି ଦୀର୍ଘସ୍ଥାୟୀ କରିବାରେ ଲାଗିଛି ।


- “ପ୍ରତାପ! କଣ ପାଇଁ ଡାକିଛି ସେ ଏତେ ଦିନ ପରେ? କି ସମ୍ପର୍କ ଆମର ତା ସହ? କଲେଜ ସରିଲା । କଥା ସରିଲା । ଆମେ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ।” ନୀରବତା ଭଙ୍ଗ କରି ଅଭିରାମ ପଣ୍ଡା ପଚାରିଲେ । ଯେହେତୁ ସେ ସମସ୍ତଙ୍କଠୁ ବଡ଼ ।

-“ମୁଁ ବି ଭାଇନା ତମ ପରି ଭାବୁଥିଲି । ସିଏ ଛଅମାସ ହେଲା ଏଠିକୁ ଆସିଲାଣି । ଦିନେ ପଂଚତାରକା ହୋଟେଲରେ ଆମର ମିଟିଙ୍ଗ୍‌ ଥିଲା। ସେଇଠି ଭେଟ । ସେଇଠୁ ମୁଁ ଭାବିଲି କାହିଁକି ସେ ଆସିଲା ଏ ସହରକୁ? କଣ ବାକିଥିବା ଜୀବନକୁ ରକ୍ତାକ୍ତ କରିବାକୁ? ଏ ଭିତରେ ସେ ଦିନେ ଆମ ଘରେ ରହିଥିଲା । ମୁଁ ନଥିଲି ଏଠି । କେଜାଣି କଣ ସବୁ କହିଥବ ପ୍ରୀତିଧାରାକୁ ସେ? ଅବଶ୍ୟ ପୂର୍ବେ ମୁଂ ମୋ ଅସଫଳ ପ୍ରେମ କାହାଣୀ ସମ୍ପର୍କରେ ପ୍ରୀତିକୁ କହିଛି । ତେଣୁ ଟିକେ ବଂଚିକି ଅଛି । ନ ହେଲେ ଭାବି ଦେଖିଲ ତମେ ଦୁହେଁ । ଏ ସଂସାରରେ ଏମିତି କେଉଁ ସ୍ତ୍ରୀ ସୁଖିହେବ ଯେତେବେଳେ ସେ ଜାଣିବ ତା ସ୍ୱାମୀର ପୂର୍ବତନ ପ୍ରେମିକା ଏଠି ଅଛି, ପାଖରେ,ଅତି ନିକଟରେ ।”ଏତିକି କହି ଆଉ ଗୋଟିଏ ପେଗ୍ ପିଇଲେ ପ୍ରତାପ ଚୌଧୁରୀ । ଆମ ଏ ଗପର ପ୍ରଥମ ଚରିତ୍ର ।



“ତମେ ତ ବିଶିଷ୍ଟ ବିଚାରପତି । ଅପରାଧୀକୁ ଦେଖୁ ଦେଖୁ ତା ଅପରାଧକୁ ଜାଣିପାରୁଥିବା ଲୋକ, କିଛି ତ ଜାଣିଥିବା ମୋହିନୀ କହିଁକି ଡାକିଛି ଆଜି?” ଟିକେ ଉସ୍‌କେଇଲା ପରି କହିଲା ସତୀଶ୍ ତ୍ରିପାଠୀ । (ମନେ ମନେ ସତୀଶ୍ ତ୍ରିପାଠୀ ଭାବୁଥିଲା ଓଃ! ତାହାହେଲେ ଏ ସହରକୁ ଆସିବ ପରେ ମୋହିନୀ ପ୍ରତାପ ଘରେ ବି ରାତିଟିଏ କଟେଇଛି । ଭଲହେବ ସେ ତ କହିବ ନାହିଁ, ଦିନେ ମୋହିନୀ ତା ଘରେ ବି ରାତିଟିଏ କଟେଇଛି । ଯେଉଁ ରାତିରେ ସେ ବାରମ୍ବାର ପ୍ରାୟଶ୍ଚିତ କରିଛି ଯେ ପ୍ରତାପକୁ ଭଲପାଇ ତାକୁ ଛାଡ଼ି ଆଉ କାହାକୁ ବାହାହେବାର ଦଣ୍ଡ ତାକୁ ମିଳିଛି । ଯାହାଦ୍ୱାରା କେବଳ କନ୍ୟା ସନ୍ତାନଟିଏ ଧରି କେମିତି ହେଇଛିି ସେ ସମ୍ପୂର୍ଣ୍ଣ ଏକା ଓ ତା ବିବାହକୁ ନେଇ କେତେ ଚିନ୍ତିତ । ସେ ରାତିରେ ସତୀଶ୍‌, କଲେଜ ସମୟଠୁ ତାକୁ ଏକତରଫା ଭଲପାଇ ଏବେ ବି ଏକା ରହିବାର କଥା କହିପାରିଥିଲା । କାରଣ ତା ଆଗରୁ ଭାଇନା, ମାନେ ଅଭୀରାମ ପଣ୍ଡା ମୋହିନୀକୁ ହୃଦୟର ରାଣୀ କରିବାର ଆଶା ବ୍ୟକ୍ତ କରିଥିଲେ । ବନ୍ଧୁପାଇଁ ସତୀଶ୍ ମୋହିନୀକୁ ଭଲପାଇବାର କଥା ଭୁଲିବାକୁ ପଡ଼ିଥିଲା । ସତରେ ସେ ଭୁଲିପାରିଛି ମୋହିନୀକୁ?


“ସତୀଶ୍ ଠିକ୍ ପ୍ରଶ୍ନ ପଚାରିଛି ପ୍ରତାପ? ଘରେ ସ୍ତ୍ରୀକୁ ବୁଝିପାରିଲିନି, କଥା ଛଳରେ ଗୁମର ଆଦାୟ କରିପାରିଲିନି । ସ୍ତ୍ରୀର କଥା ପଛର କଥାକୁ ଜାଣିପାରିଲିନି । କଲେଜ୍ ସମୟରେ ତ ତମେ ଥିଲା ପରମ ପ୍ରେମିକ ପୁରୁଷ । ସେଥିପାଇଁ ତ ମୋହିିନୀ ତମକୁ ପସନ୍ଦ କରିଥିଲା ।” ସତୀଶ୍ କଥାକୁ ସମର୍ଥନ କରି ଆଉଟିକେ ନିଆଁରେ ଘିଅ ପକେଇଲେ ଅଭିରାମ ପଣ୍ଡା ।


(ଅଭିରାମ ପଣ୍ଡାକୁ ଲାଗିଲା ଏଇଟା ହିଁ ଉପଯୁକ୍ତ ସମୟ ପ୍ରତାପ ପ୍ରତି ଥିବା କଲେଜ ସମୟର ରାଗ ଶୁଝେଇବାକୁ । ମୋହିନୀକୁ ପାଇବା ପାଇଁ ବ୍ୟାକୁଳିତ କେତେକଣ ନ କରଛି ସତୀଶ୍ ପାଇଁ । ଯେଉଁଦିନ ସୁଯୋଗ ଉଣ୍ଡି କଲେଜ୍ କାଫେଟେରିଆର ଏକାନ୍ତ କୋଣରେ ତାଙ୍କ ହୃଦୟର କଥା ସତୀଶ୍ ନିଜ ଭାଷାରେ କହିଥିଲା, ସେଦିନ ମୋହିନୀର ରୁପଥିଲା ଭିନ୍ନ । ଅତି ସହଜରେ ସେ ହସି କହିଥିଲା “ଯିଏ ନିଜ ହୃଦୟ କଥା ଅନ୍ୟଦ୍ୱାରା କୁହେ, ତାକୁ ଏ ମୋହିନୀ କେମିତି ଭଲପାଇପାରିବ, ବରଂ ସେ ସମୟ ଯାଏଁ କେମିତି ଅପେକ୍ଷା କରାଯାଉ ।”


ଅପମାନରେ ଜୁଡ଼ୁବୁଡ଼ୁ ହୋଇଥିଲେ ଅଭିରାମ ପଣ୍ଡା । ସିନିଅର୍ ହେବାର ମାନସମ୍ମାନ ଟିକକ ଜୁନିଅର୍ ଝିଅଟିଏ ଆଗରେ ସରିଗଲା । ଏଇନେ କଲେଜ୍ ସାରା ପ୍ରଘଟ ହେଇଯିବ । ସାଙ୍ଗମାନେ ଥୁ ଥୁ କରିବେ । ଏହା ଭାବି କେତେଦିନ ଯାଏଁ ହଷ୍ଟେଲରୁ ବାହାରି ନଥିଲେ ସେ । ସତୀଶ୍‌କୁ ତ ସେ ଆଖି ଉଠେଇ ଚାହିଁପାରିନଥିଲେ । କିନ୍ତୁ ଦୁଇବନ୍ଧୁଙ୍କୁ ଚମକେଇ ଶେଷରେ ମୋହିନୀ ପ୍ରତାପ ଚୌଧୁରୀଙ୍କୁ ଭଲପାଇବସିଲା । ଦୁଇବର୍ଷ ସେମାନେ ବନ୍ଧୁ ଭିଡ଼ରେ ଭାରି ରୋମାନ୍ସ କଲେ । ମରିବା ହଜିବାର ଶପଥ କଲେ ଜୀବନ ସାରା ପାଇଁ । କିନ୍ତୁ ତାଙ୍କ ଘରେ ବି ମୋହିନୀ ରାତିଟିଏ କାଟିଛି କହିଲେନି ସେ ।

ଅଭିରାମ ପଣ୍ଡା ଓରଫ ଭାଇନା କଥାରେ ଯେମିତି ଛାତି ଚିରି ହୋଇଗଲା ପ୍ରତାପ ଚୌଧୁରୀଙ୍କ । ଲାଗିଗଲା ଯେମିତି ହୃଦୟରେ ନିଆଁ, ଯେମିତି ଲାଗେ ନିଜ ପ୍ରିୟତମା ଆଉ କାହାର ହୋଇଗଲେ । ସେଇଠି ସେ ଗର୍ଜି ଉଠିଲେ ।


- “ଭାଇନା କଣ ବେକାର କଥା ସବୁ କହୁଛ । ତମେ ଓ ସତୀଶ୍ କଣ ଜାଣିନ ଯେ କିମିତି ମୋହିନୀ ମୋତେ ଧୋକ୍କାଦେଇ ଅନ୍ୟକୁ ବିବାହ କଲା । ଭୁଲିଗଲ କି କଲେଜ୍ ଛାଡ଼ିବାର ଚାରିବର୍ଷ ପରେ ମୁଁ ତମମାନଙ୍କ ଆଗରେ କେମିତି ପାଗଳପ୍ରାୟ କାନ୍ଦିଥିଲି । ମରିଯିବାକୁ ଚେଷ୍ଟା କରିଥିଲି । ମୋ ହୃଦୟ, ମୋ ଭାବନା, ମୋ ଆବେଗ ସହ ଖେଳ ଖେଳି ମନ ଭରିଗଲା ପରେ ସେ ହୋଇଗଲା ଅନ୍ୟର । ମୋହିନୀ ପରି ନାରୀ କେବେ କାହାର ନୁହନ୍ତି । କାହାର କଣ ହେବେ, ସେମାନେ ନିଜର ବିି ନୁହନ୍ତି । ସବୁବେଳେ ଏ ପ୍ରକାର କେଶ୍ ମୋ କୋର୍ଟରେ ଆସିଲେ କାଠଗଡା଼ରେ ଠିଆ ସମସ୍ତ ନାରୀ ଯେମିତି ମୋତେ ମୋହିନୀ ମହାନ୍ତି ପରି ଲାଗନ୍ତି ।”ଏତିକି ବେଳକୁ ବିନା ସୋଡ଼ାରେ ଆଉ ଗୋଟିଏ ପେଗ୍ ବଢ଼େଇଦେଲା ସତୀଶ୍ ପ୍ରତାପ ଚୌଧୁରୀଙ୍କ ଆଡ଼କୁ । ଏତିକି ବେଳକୁ ତାଙ୍କ ସ୍ତ୍ରୀ ପ୍ରୀତିଧାରା ଥାଳିରେ ଆଣି କଣ ରଖିଦେଲା ଓ ଇସାରାରେ ଧୀରେ କଥାହେବା ପାଇଁ କହିଲା ।


ପେଗ୍‌ଟା ସାରିଦେଇ ପୁଣି ପ୍ରତାପ ଚୌଧୁରୀ ଆରମ୍ଭ କଲେ- “ମୁଁ ଶପଥ କରିଥିଲି ମଲାଯାଏଁ ତା ମୁହଁ ଚାହିଁବିନି । କଲେଜ୍ ଛାଡ଼ିଲା ପରେ ମୁଁ ଆଉ କେବେ ଜାଣିବାକୁ ଚେଷ୍ଟାକରିନି ସେ ମଲା କି ହଜିଲା ଜାଣିବା ପାଇଁ ।”


ପ୍ରତାପ ଚୌଧୁରୀଙ୍କ କଥାକୁ ଅଧାରେ ଅଟକାଇ ସତୀଶ୍ କହିଲା - “ତମେ ଭାଇନାଙ୍କୁ ମିଛ କହିପାର । ମୋତେ ନୁହଁ । ଯେବେଯେବେ ବି ମୋତେ ମିଶିଛ ପଚାରିଛ ମୋହିନୀ ବିଷୟରେ ।” ଅବଶ୍ୟ ମୁଁ ଚେଷ୍ଟା କରିନି । ଏତିକି କହି ସତୀଶ୍ ମୁହଁ ପୋତିଲା ।


  ସେ ଜାଣିଛି ଭାଇନା କଲେଜ ଟପର୍ । ଭାରି ଇଣ୍ଟେଲିଜେଣ୍ଟ୍‌, ତା ମିଛ ଧରା ପଡ଼ିଯିବ । ସତକଥା ହେଲା ଯେବେଠୁ ସେମାନେ କଲେଜ ଛାଡ଼ିଛନ୍ତି ସେବଠୁ ସେ ମୋହିନୀର ଖବର ରଖିବାକୁ ଚେଷ୍ଟା କରୁଛି । ମୋହିନୀ ମହାନ୍ତି ଜଣେ ହୋଟେଲ ବ୍ୟବସାୟୀକୁ ବାହାହେଲା । ସେ ହୋଟେଲ୍ ମାଲିକ ଜଣେ ରଙ୍ଗୀନ୍ ମିଜାଜ୍‌ର ଲୋକଥିଲେ । ଅନେକ ଝିଅସହ ଅବୈଧ ସମ୍ପର୍କଥିଲା । ମୋହିନୀ ଛାଡ଼ପତ୍ର ଦେଲା । କିନ୍ତୁ ନିଜ ଝିଅକୁ ଦେଲା ନାହିଁ । ପୁଣି ସେ ବିଭିନ୍ନ ହୋଟେଲରେ ମ୍ୟାନେଜର୍ କାମ କଲା । ଏ ଭିତରେ ସ୍ୱାମୀର ମୃତ୍ୟୁ ହେଲା । ପୁନଶ୍ଚ ମୋହିନୀ ମହାନ୍ତି ଆଉଥରେ ଦ୍ୱିତୀୟ ବିବାହ କଲେ । ଶୁଣିଛି ତାହା ବି ଅଧିକ ଦିନ ରହିଲା ନାହିଁ । ଏତିକି ତ ମୋହିନୀ ମହାନ୍ତି ବି କହିଥିଲା, ଯେଉଁଦିନ ରାତିରେ ସେ ତା ଘରେ ରହିଥିଲା ।


ସତୀଶର କଥା ଶୁୁଣି ଅଭିରାମ ପଣ୍ଡା ତାଟକା ହୋଇ ଅନେଇ ରହିଲେ ତାକୁ । ତାଙ୍କ ଦେଖିବାର ଶର୍ଥତିଲା ଶଳା! ବନ୍ଧୁ ହୋଇ ଏମିତି କେମିତି କହିନାହିଁ ଆଜିଯାଏଁ ସତୀଶ୍ ତାକୁ । (ଯଦିବା ମନେ ମନେ ଅଭିରାମ ଓରଫ୍ ଭାଇନା ଜାଣିଛନ୍ତି ମୋହିନୀ ମହାନ୍ତିର ସବୁ କଥା । ଏମିତିକି ଯେଉଁଦିନ ରାତିରେ ମୋହିନୀ ତାଙ୍କ ଘରେ ରହିଥିଲା କହିଥିଲା ତା ଦ୍ୱିତୀୟ ବିବାହ ବି ସ୍ଥାୟୀ ହୋଇପାରିଲାନି । କିନ୍ତୁ ମନେ ମନେ ସେ ମୋହିନୀ ମହାନ୍ତିକୁ ଅଭିଶାପ ଦେଉଥିଲେ । କାରଣ କଲେଜ୍ ଛାଡ଼ିଲା ପରେ ଦିନେ ରାତିରେ ସତୀଶ୍ ଓ ସେ ଧୁମ୍ ପିଇଥିଲେ । ମଦ ବାଉଳାରେ ସତୀଶ୍ ମୋହିନୀ ମହାନ୍ତିକୁ ନିଜ ପ୍ରଥମ ପ୍ରେମ ବୋଲି କହିଥିଲା । ଯଦି ମୋହିନୀ ଦ୍ୱିତୀୟ ବିବାହ କଲା, ତେବେ ସତୀଶ୍‌କୁ ବାହା ହୋଇପାରିଥାନ୍ତା । ବିଚାରା ଏବେ ବି ଅପେକ୍ଷାରେ ଅଛି । ଏକଥା କିନ୍ତୁ ସେ କହିନାହାନ୍ତି ପ୍ରତାପକୁ । ନହେଲେ ସେ ଆହୁରି ଦୁଃଖି ହେ।।ଇଥାଆନ୍ତା ।)


“ହଉ ହଉ! ମୁଁ ବୋକା । ମୁଁ ମୁର୍ଖ । ତେଣୁ ତ ପାଠପଢ଼ା ଛାଡ଼ି, କଲେଜ୍ ବନ୍ଦ କରି, ତମ ଭଳି ବନ୍ଧୁଙ୍କ ବନ୍ଧୁତ୍ୱ ଛାଡ଼ି ତା ପଛରେ ପଡ଼ିଥିଲି ମୁଁ । ମୋତେ କଣ ମିଳିଲା? ଖମ୍ବଆଳୁ! ମୋତେ ମିଳିବା ଯୋଗ୍ୟ ମଧ୍ୟ ।ତଥାପି ତମେ ଯେତିକି ମୋତେ ଭାବୁଛ ବୋକା ବୋଲି ମୁଁ ସେତିକି ବୋକା ନୁହଁ ।


ସତକଥା ହେଲା ମୋହିନୀ ତା ଝିଅର ବାହାଘର ପାଇଁ ଏ ସହରକୁ ଆସିଛି । ଯେହେତୁ ସେ ଆମମାନଙ୍କୁ ଆଗରୁ ଜାଣିଛି, ତେଣୁ ସାହାଯ୍ୟ ମାଗିବାକୁ ଆସିଛି ।”


ପ୍ରତାପ ଚୌଧୁରୀଙ୍କ ଏତିକି କଥାରେ ସମସ୍ତେ ପରସ୍ପର ମୁହଁକୁ ଚାହାଁଚାହିଁ ହେଲେ । ପୁଣି କିଛି ସମୟ ନୀରବତା । “ଏଥିରେ କଣ ଅଛି? ଆମେ ସାହାଯ୍ୟ କରିଦେବା । ଆଜିକାଲି ବାହାଘର ପାଇଁ କଲ୍ୟାଣ ମଣ୍ଡପଠୁ ଆରମ୍ଭ କରି ହନିମୁନ୍ ପାଇଁ ସବୁ ସୁବିଧା ବଜାର ଯୋଗେଇ ଦେଉଛି ।ଇଏତ ଅତି ସହଜ କଥା । ମୋହିନୀ ଆମମାନଙ୍କ ପ୍ରତି ଯାହା କଲା କଲେଜ୍ ସମୟରେ ଏବେ ତାକୁ ମନ ପକାଇ ବିରୋଧ କରିବା ଠିକ୍ ନୁହଁ ।” ନୀରବତା ଭଙ୍ଗ କରି କହିଲା ସତୀଶ୍ ।


“ଏତେ ସହଜ ନୁହଁ ସତୀଶ୍ , ଝିଅ ବାହାଘର, ଯେମିତି ତମେ ଭାବୁଛ ।” ପୁରୁଣା ପରିଚିତ ସୁଲୋଳିତ ନାରୀ କଣ୍ଠରେ ଏତିକି ଶୁଣି ତିନିଜଣ ବନ୍ଧୁ ମାନେ ଏ ଗପର ତିନି ଚରିତ୍ରବୁଲିକି ଅନେଇଲେ । ପାଖ ରୁମ୍‌ରୁ ହାତରେ ଥାଳିଟି ଧରି ମୋହିନୀ ଆସୁଥିଲା ସେମାନଙ୍କ ଫାଖକୁ । ଏବେ ବି ସେହି ହରିଣୀ ଭଳି ଚାଲି । ସେହି ପୋଷାକ ପିନ୍ଦିବାର ଢ଼ଙ୍ଗ ଓ ଛଳଛଳ ଝରଣା ଢ଼ଳି କଥା କହିବାର ଆକର୍ଷଣ । ସବୁବେଳେ ସଂଧ୍ୟାରେ ଛାତ୍ରାବାସ ଆଗରେ ମୋହିନୀ ଯିବାଆସିବାର ଦେଖିବା ପରି ମୁଗ୍ଧ ନୟନରେ ଦେଖୁଥିଲେ ସେମାନେ । ସେମାନଙ୍କ ମଧ୍ୟରେ ପ୍ରବେଶ କରିଥିଲା ଏ ଗପର ଚତୁର୍ଥ ଚରିତ୍ର ମୋହିନୀ ମହାନ୍ତି । ସନ୍ଧ୍ୟା ନଇଁ ନଇଁ ଆସୁଥିଲା । କଲେଜ୍ ସମୟର ଆବେଗ ତିନି ବନ୍ଦୟଙ୍କୁ ପୁନଶ୍ଚ କବଳିତ ହେଉଥିଲା ମୋହିନୀ ମହାନ୍ତିଙ୍କ ଆଗମନରେ । ଏମିତି ପରିଣତ ବୟସରେ ବି ସେ ଲାଗୁଥିଲେ ଆପରୂପା ସୁନ୍ଦରୀ । ସସମସ୍ତଙ୍କ ହାତରୁ ଖସି ଗ୍ଳାସ୍ ରହିଯାଇଥିଲା ଟିପଟ୍ ଉପରେ । ଅକସ୍ମାତ୍ ଏମିତି ଆସିଯିବ ବୋଲି କାହାର ଅଶା ନଥିଲା ।


ମୋହିନୀ ମହାନ୍ତି ସମସ୍ତଙ୍କୁ କୋଳାଗ୍ରତ କରି ଅଭିବାଦନ କଲା । ସମସ୍ତଙ୍କ ଗ୍ଲାସରେ ସୋଡ଼ା ଓ ସାମ୍ପେନ୍ ରଖି ବଢ଼େଇଦେଲା ଓ ନିଜେ ବି ପିଇଲା । ସର୍ବତ ସମସ୍ତେ ପିଉଥିଲେ କିନ୍ତୁ ନୀରବ ଥିଲେ । ଏଇ ମଝିରେ ପ୍ରୀତିଧାରା ଆସି କହିଗଲା ଆଉ ଘଣ୍ଟାଏ ପରେ ଡିନର୍‌ର ବନ୍ଦୋବସ୍ତ ହେଇଯିବ ତଳେ ଡାଇନିଙ୍ଗ୍ ହଲ୍‌ରେ ।

ଯେଉଁ ପ୍ରକାର ସେ ଖାଇବା ପାଇଁ ଡାକିଲେ ସେ ଢ଼ଙ୍ଗକୁ ତିନି ବନ୍ଧୁ ହଜମ କରିପାରୁନଥିଲେ ।


ଯଦିବା ଧମକ ନଥିଲା ତଥାପି ଏକ ଅଭିମାନ ଥିଲା ବୋଲି ସମସ୍ତେ ଅନୁରୋଧ କରୁଥିଲେ । ତିନି ବନ୍ଧୁଙ୍କ ମନ ଭିତରେ ଗୋଟିଏ ହିଁ କଥା ଚାଲୁଥିଲା ।


ବୋଧେ ସ୍ୱାମୀଙ୍କର ପୂର୍ବତନ ପ୍ରେମିକାର ଏ ପ୍ରକାର ପୁର୍ନମିଳନ ପ୍ରୀତିଧାରାଙ୍କୁ ମୋଟେ ଭଲଲାଗିନି । ସଂସାରର କୌଣସି ସ୍ତ୍ରୀକୁ ବି ଭଲଲାଗିବ ନାହିଁ । ପୁନଶ୍ଚ ସ୍ୱାମୀ ମନରେ ସ୍ତ୍ରୀ ପ୍ରତି ପ୍ରେମ ଜାଗ୍ରତ ହେବାର ଡର ଶୁଆଇ ଦେବନି ସ୍ତ୍ରୀକୁ । ସେ ମଧ୍ୟ ବୟସ ହେଉ ବା ପରିଣତ ବୟସ । ପ୍ରେମ ସବୁବେଳେ ପ୍ରେମ । (ବର୍ତ୍ତମାନ ସମସ୍ତଙ୍କ ଭାବନା ଆଉ ମୋହିନୀ ମହାନ୍ତି ପ୍ରତି ନଥିଲା । ବରଂ କେନ୍ଦ୍ରୀଭୂତ ହୋଇଥିଲା ପ୍ରୀତିଧାରାଙ୍କ ଉପରେ । ଯଦିବା ଏ ଗପରେ ପ୍ରୀତିଧାରା ଚରିତ୍ରଟିଏ ନୁହଁ)


ମୋହିନୀ ଜାଣିପାରିଛି, ତା ଜୀବନକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ । ଅନେକ ବର୍ଷର ଦୂରତା କଲେଜ୍ ଛାଡ଼ିବା ପରେ । ସେ ଜାଣିପାରୁଛି, ଜଣଙ୍କ ପାଇଁ ଛାଡ଼ି ଦେଇଥିଲା ପ୍ରତାପଙ୍କ ହାତ । ସେ ଜାଣିଛି ଅଭିରାମ ହୋଇଛନ୍ତି ତାଙ୍କଦ୍ୱାରା ପ୍ରତ୍ୟାଖ୍ୟାନ । ସେ ଠିକ୍ ଜାଣିଛିି ଏ ଯାଏଁ ବି ସତୀଶ୍ ହୃଦୟରେ ଅଛି । (ସେଥିପାଇଁ ତ ଯେତେବେଳେ କଲେଜ୍ ସମୟରେ ଅଭିରାମ ପାଇଁ ସତୀଶ୍ କହୁଥିଲା ମୋହିନୀ ତା ଭଲପାଇବାର କଥା ବୁଝିଥିଲା । ସେଥିପାଇଁ ସେ ଅଭିରାମଙ୍କୁ ମନା କରିଥିଲା । ହେଲେ ଏ କଥା କେମିତି ବୁଝେଇ ଥାଆନ୍ତା ସତୀଶ୍‌କୁ । ତା ପରେ ତା ଜୀବନରେ ଧୀରେ ଧୀରେ ପ୍ରବେଶ କରିଥିଲା ପ୍ରତାପ । ପ୍ରତ୍ୟେକଙ୍କ ଘରେ ରାତିଟିଏ ରହି ସେ ଜାଣିପାରିଥିଲା ।)


କଲେଜ୍ ଛାଡ଼ିବା ଦିନଠୁ ଆଜିଯାଏଁ ଜୀବନରେ ଘଟିଥିବା ଅନେକ ଝଡ଼, ଦୁଃଖକଷ୍ଟ, ଯନ୍ତ୍ରଣା ସବୁକୁ ଗୋଟି ଗୋଟି ଗପ ଭଳି କହୁଥିଲା ସେ । ଆଖିରେ ତାର ଅଶ୍ରୁ । ଜୀବନରେ ସବୁ ହାରିଦେବାର ଅଶ୍ରୁ । ସତୀଶ୍ ପ୍ରତି ଜାଣି ଅଜଣା ରହିବାର ଅଶ୍ରୁ । ତା ଦୁଃଖଦ ଅସଫଳ ଜୀବନକୁ ନେଇ ଏ ଗପର ତିନି ଚରିତ୍ରଙ୍କ ଆଖିରେ ବି ଅଶ୍ରୁ ।


ତିନିବନ୍ଧୁଙ୍କ ମାନ ଅଭିମାନ ଯେମିତି ଧୋଇ ହୋଇଯାଇଥିଲା ମୋହିନୀ ମହାନ୍ତିଙ୍କ ଦୁଃଖଦ କାହାଣୀରେ । ସେମାନଙ୍କ ମନରେ ନଥିଲା ଆଉ ତାହାପ୍ରତି ଶୋଚନା, ରାଗ, ଅପମାନ ।


- “ସବୁ ଠିକ୍ ଅଛି ଯେ, ହେଲେ ତମେ ଏମିତି ବିନା କାରଣରେ ଭେଟିବାକୁ ଆସିଛ, ନା କିଛି ଉଦ୍ଦେଶ୍ୟ ଅଛି?” ପଚାରି ବସିଲା ସତୀଶ୍ । ( ଜାଣି ଜାଣି ସେ ମୋହିନୀ ଝିଅର ବାହାଘର କଥାରେ ଅଜଣା ହେଲା ।)


- “ତମମାନଙ୍କୁ ଭେଟିଗଲି ସେଇଟା ସବୁଠୁ ବଡ଼ କଥା । କଲେଜରେ ଯାହା ସବୁ ଘଟିଗଲା ଏବେ ତାହା ଅପ୍ରସଙ୍ଗିକ । ମୋ ଝିଅକୁ ବାହାକରେଇ ଦେଲେନି ମୋ ବର୍ତ୍ତମାନ ସ୍ୱାମୀର ସ୍ତ୍ରୀଘର । ଶେଷରେ ମୁଂ ଏ ସହରକୁ ଆସିଲି । ମୁଁ ଜାଣିଥିଲି ତମେ ତିନିଜଣ ଏଇଠି ଅଛ । ମୋ ଝିଅ ପ୍ରେମ ବିବାହ କରୁଛି । ସବୁଠୁ ବଡ଼ କଥା ହେଲା ପୁଅଟା ଅନାଥ । ଭଲକାମଟିଏ କଲା ମୋ ଝିଅ । ସେମାନେ ଏ ସହରରେ ମୋ ହୋଟେଲରେ ବିବାହ କରିବାକୁ ରାଜି । ସବୁ ସୁବିଧା ଅଛି ।” କହିଲା ମୋହିନୀ ।


- “ତେବେ ଅସୁବିଧା କଣ ?” ପଚାରିଲେ ଅଭିରାମ ।

- “ମୁଁ ଚାହୁଁଛି ତମମାନଙ୍କ ଭିତରୁ କିଏ ଜଣେ ବାପପଣରେ ମୋ ଝିଅକୁ କନ୍ୟାଦାନ କର ।”


ଏତିକି କଥାରେ ଅଭିରାମ ପଣ୍ଡା ଓ ସତୀଶ୍ ତ୍ରିପାଠୀ ଅନାଇ ରହିଲେ ପ୍ରତାପ ଚୌଧୁରୀଙ୍କୁ । ସେମାନେ ଭାବୁଥିଲେ ଯାହା ତାହା ଏପ୍ରକାର । (ଶଳେ ବୁଢ଼ାବୁଢ଼ୀ ହେଲେଣି । ଆହୁରି ପ୍ରେମ ଯାଇନି । ଏତେ ନାଟ କାହିଁକି କରୁଛି ମୋହିନୀ? ସିଧାସିଧା କରିବ ପ୍ରତାପ କନ୍ୟାଦାନ କରିବ, ଯାହାଦ୍ୱାରା ପ୍ରତାପକୁ ଯେଉଁ ଧୋକ୍କା ସେ ଦେଇଥିଲା, ତା ରାଗ ଟିକେ କମ୍ ହେବ । ଇଆଡ଼େ ପ୍ରତାପ ଶଳା ଭଲଲୋକ ଦେଖେଇ ହେଉଛି । କନ୍ୟାଦାନ କରିବାକୁ ମନ ହେଉଥିବ ଛନଛନ । କିନ୍ତୁ ସ୍ତ୍ରୀ ପ୍ରୀତିଧାରାକୁ କହିବ କଣ?) ନିଜ ଭାଗ୍ୟ ଯେମିତି କଲେଜରେ ରହିଥିଲା, ସେମିତି ରହିବ ।


ମୋହିନୀର ପ୍ରଶ୍ନର ଉତ୍ତର କିଏହେଲେ ଦେଲେନି । ଏଇ ସମୟରେ ତଳେ ଡାଇନିଙ୍ଗ୍‌କୁ ଡିନରର୍ ପାଇଁ ଡକାଗଲା । ସମସ୍ତେ ତଳକୁ ଗଲେ । ଖାଇବାକୁ ବସିଲେ ।

ସତୀଶ୍ ତ୍ରିପାଠୀ ଭାବୁଥିଲେ, ଯେଉଁ ଝିଅ ମୋ ହୃଦୟର କଥା ବୁଝିପାରିଲା ନାହିଁ, କଣ ପାଇଁ ଏ ଦୟୀତ୍ୱ ନେବି?


ଅଭିରାମ ପଣ୍ଡା ଭାବୁଥିଲେ, ଯେଉଁ ଝିଅ ନିର୍ମମ ଭାବରେ ତା ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲା, କଣ ପାଇଁ ସେ ଉଦାର ହେବ ଓ କନ୍ୟାଦାନ କରିବ?


ପ୍ରତାପ ଚୌଧୁରୀ ପଡ଼ିଥିଲେ ମଝି ଦରିଆରେ । ଯେତେହେଲେ ସେ ଭଲପାଉଥିଲେ କେବେ ମୋହିନୀକୁ । ଗଲା କଥା ଗଲା । କିନ୍ତୁ ସ୍ତ୍ରୀ ପ୍ରୀତିଧାରା ଆଗରେ ସେ ଦୋଷୀ ହୋଇଯିବେ ।

ତିନିବନ୍ଧୁଙ୍କ ମନରେ ଗୋଟିଏ ଭାବନା, କିନ୍ତୁ ଏକପ୍ରକାର ନଥିଲା । ତାହାହେଲେ ସମାଜକୁ କଣ କଣ ବୁଝେଇବେ? ମୋହିନୀ ମହାନ୍ତି କିଏ? ସେମାନେ କିଏ?


ଖିଆ ସରିବାକୁ ବସିଥାଏ । ସମସ୍ତେ ଜାଣିଛନ୍ତି ମୋହିନୀ ଉତ୍ତରର ଆଶାରେ । ଖାଇବ ସରୁ ସରୁ ଯେମିତି ହେଲେ ଗୋଟିଏ ନିର୍ଣ୍ଣୟ ହେବ । ପୁଣି ଯଦି ଜଣେ ସାହାଯ୍ୟ ମାଗୁଛି, ସାହାଯ୍ୟଟିଏ ନକରି ଫେରେଇ ଦେବାର ଚରିତ୍ର କିଏ କରିବାକୁ ଚାହୁଁ ନାହାନ୍ତି । ପୁଣି ଏ ପରିଣତ ବୟସରେ ଯେଉଁଠି ସମସ୍ତଙ୍କ ସାମାଜିକ ସ୍ଥିତି ଠିକ୍‌ଠାକ୍ ଅଛି ।


“ତମେମାନେ ସମସ୍ତେ ଏକାଠି ହୋଇଛ । କିଏ କଣ ଭାବୁଛ ଭାବ । ମୁଁ ରୋକ୍‌ଠୋକ୍ ଲୋକ । ମୋର ଗୋଟିଏ କଥା କହିବାର ଅଛି । କଥା କଣ ନିର୍ଣ୍ଣୟ ମୋର ।” ସମସ୍ତଙ୍କୁ ମିଠା ଦେଉଦେଉ ପ୍ରୀତିଧାରା ଟାଣସ୍ୱରରେ କହିଲେ ।


ସମସ୍ତେ ସ୍ତବ୍ଧ । ଏମାନେ ତ ସମସ୍ତେ ମୋହିନୀ ମହାନ୍ତି, ତା କନ୍ୟାର ବିବାହ ଓ କଲେଜ୍ ଦିନର ଘଟଣା ନେଇ ବ୍ୟସ୍ତ । ପୁଣି ପ୍ରୀତିଧାର କେଉଁ କଥା କହିବ? ତିନିବନ୍ଧୁ ନିଜ ଅପାରଗ ପଣରେ ଥିଲେ ଭାରାକ୍ରାନ୍ତ । ମୋହିନୀ ମହାନ୍ତି ମୁହଁରେ ନିରାଶାର କଳାମେଘ ।


“ସମସ୍ତେ କଣ ଅନଉଛ ମୋତେ ତମମାନଙ୍କ ଜୀବନ ମାଗିନେଲା ଭଳି । ମୋହିନୀଙ୍କ ଝିଅ ବାହାଘର । ଭଉଣୀଟା ମୋର କେତେ ଦୁଃଖ ପାଇଛି । ତା କନ୍ୟାଦାନ କଥା ସେ ମୋତେ କହିଛି ଅନେକ ଥର, ଯେବେ ବି ମୋ ଘରେ ରାତି ରହିଛି । ଆମମାନଙ୍କ ଭାଗ୍ୟଦେଖ! ସତୀଶ୍ ବାହା ହୋଇନାହାନ୍ତି । ଅଭିରାମବାବୁ ଓ ଆମର ସବୁ ପୁଅ । ବୋଧେ ଆମେମାନେ ସବୁ ପାପୀ । ସେଥିପାଇଁ ଭଗବାନ ଝିଅଟିଏ ଆମ କୋଳରେ ନଦେଇ, କନ୍ୟାଦାନ ଭଳି ମହାପୁଣ୍ୟଠୁ ଦୂରେଇ ରଖିଛନ୍ତି । ତେଣୁ ମୁଁ ଅନେକ ଭାବିବା ପରେ ନିର୍ଣ୍ଣୟ ନେଇଛି ପ୍ରତାପ କନ୍ୟାଦାନ କରିବେ । ଆଶା ସେ ମୋତେ ଭୁଲ ଭାବିବେନି ।”

ପ୍ରୀତିଧାରାଙ୍କ କଥା ଶୁଣି ଚାରି ଚରିତ୍ରଙ୍କର ଅବରୁଦ୍ଧ ଶ୍ୱାସ ଯେମିତି ଫିଟିବାର ବାଟ ପାଇଲା । ପ୍ରତାପ ବି ନିଜ କୋହକୁ ଆକଟି ପାରିଲେ ନାହିଁ ।


- “କିନ୍ତୁ! ପ୍ରୀତି...!”


- “କିନ୍ତୁ ଫିନ୍ତୁ କିଛି ନାହିଁ । ମୁଁ ଯାହା କହିଲି ତାହା ହେବ । ବଡ଼ ଧୁମ୍‌ଧାମ୍‌ରେ ବାହାଘର ହେବ । ଅବଶ୍ୟ ଏହା କରିବା ପଛରେ ମୋର ଆଉ ଗୋଟିଏ କାରଣ ଅଛି । ତାହାହେଲା ମୋହିନୀର ପ୍ରଥମ ସ୍ୱାମୀମୋତେ ଛାଡ଼ି ବାହା ହୋଇଥିଲେ ମୋହିନୀକୁ । ଦୁର୍ଭାଗ୍ୟ ଭାବ କି ସୌଭାଗ୍ୟ, ମୁଁ ସେଇ ବ୍ୟକ୍ତିକୁ ବାହାହେଲି ଯାହାକୁ ମୋହିନୀ ଛାଡ଼ିଥିଲା । ତେଣୁ ମୁଁ ଏତେ ଛୋଟ ମନୋବୃତ୍ତିର ମଣିଷ ନୁହଁ ଯେ, ଅତୀତକୁ ନେଇ ବର୍ତ୍ତମାନ ଖରାପ କରିବି । ବରଂ ଜଣେ ନାରୀ ହିସାବରେ ମୋହିନୀ ପ୍ରତି ମୋର ସହୃଦୟତା ଓ ସମବେଦନା ଅଛି । ତେଣୁ କାଲିଠୁ ସମସ୍ତେ ଏ କାମରେ ସମସ୍ତେ ଲାଗିଯାଅ । କଲେଜ୍‌ର ବନ୍ଧୁତ୍ୱକୁ ଆହୁରି ମଜ୍‌ବୁତ୍ କର । କଣ କହୁଛ ପ୍ରତାପ? ମୁଁ ଠିକ୍ କହିଲି ନା?”


ପ୍ରୀତିଧାରାଙ୍କ ଏତିକି କଥାରେ ମୋହିନୀ କାନ୍ଦି କାନ୍ଦି ତାଙ୍କୁ ଭିଡ଼ି ଧାରିଲେ । ପ୍ରତାପଙ୍କ ପାଖରେ କିଛି କହିବାର ନଥିଲା । ଅଭିରାମ ଓ ସତୀଶ୍‌ଙ୍କ ପାଟିରୁ କଥା ବାହାରୁନଥିଲା ।


ଏମାନେ ଭାବୁଥିଲେ ମୋହିନୀର ଏ ସହରକୁ ଆସିବା, ତା ଝିଅର କନ୍ୟାଦାନ ଉପାଖ୍ୟାନରେ କେବଳ ଚାରୋଟି ଚରିତ୍ର । କିନ୍ତୁ ପ୍ରୀତିଧାର ନାମକ ପଂଚମ ଚରିତ୍ର ଯେ ଅନେକ ଦିନ ତଳେ, ସେମାନଙ୍କ ବନ୍ଧୁତ୍ୱ ଜୀବନରେ ପ୍ରବେଶ କରିଥିଲା । ତାହା ଜାଣି ହଠାତ୍ ସେମାନେ ହଜମ କରିପାରୁନଥିଲେ ।


ଚାରିବନ୍ଧୁ ଭାବୁଥିଲେ, ସତରେ ଦୁନିଆଟା କେତେ ଛୋଟ!

         ----XXX--------XXXX------


       (ପୁଣି ଆସନ୍ତା କାଲି ଆଉ ଗୋଟିଏ ନୂଆ ଗପ ନେଇ ଆସିବି.......ଅପେକ୍ଷା କରିଥାଅ ସମସ୍ତେ !)


*========@============@=========*

                          ସମାପ୍ତ 

*=========@============@========*

ODIA STORY ( ଓଡ଼ିଆ ଗପ)-20



ପକ୍ଷୀ ଙ୍କ କବିତା ଦିଵସ l

ଗାଁ'ରେ କବିତା ଦିବସ ପାଳନ କରିବାକୁ ସଜବାଜ ହେଉଥିଲେ। ଏ ଦିନରେ କବିତା ଲେଖିଲେ କି ଆବୃତ୍ତି କଲେ କୁଆଡେ଼ ଭଲ କବିତା ଝଙ୍କୃତ ହୋଇ ଯୁଗ ଉପଯୋଗୀ ହୁଏ ବୋଲି ବିଶ୍ବାସ। ଏ କଥା କହୁଥିଲା ସରୋଜ ସାଙ୍ଗ ବୈଲୋଚନକୁ। ବୈଲୋଚନ ସରୋଜର କଥାକୁ ସମର୍ଥନ କରି କିପରି ପାଳିବା ବୋଲି ଦୁହେଁ ବସି ଆଲୋଚନା କଲେ ଗାଁ'ର ବିରାଟ ଆମ୍ବଗଛ ମୂଳେ।


         ଏ ଦୁହିଁଙ୍କର ଆଲୋଚନା ଶୁଣିଦେଲେ ଆମ୍ବଗଛ ଉପରେ ବସିଥିବା କୋଇଲି ଦମ୍ପତି। ସେମାନେ ତ ପକ୍ଷୀ କୁଳର ଗାୟକ ଗାୟିକା ତାଙ୍କର କବିତା ପାଠକଲେ କିପରି ହୁଅନ୍ତା? କବିତା ଦିବସକୁ ସରସ ସୁନ୍ଦର କରିବାକୁ ଦୁହେଁ ଅଣ୍ଟା ଭିଡି଼ଲେ ଓ ଉଡି଼ଯାଇ ଗାଁ,ବଣ,ବିଲ,ପ୍ରାନ୍ତର,ନଦୀ,ଓ ପାହାଡ଼ ସବୁଆଡେ଼ ବୁଲିବୁଲି ପକ୍ଷୀମାନଙ୍କୁ ବୁଝାଇ ଏକତ୍ରୀତ କଲେ। ସବୁ ପକ୍ଷୀ ସମାଜ ଉଡି଼ଆସି ଆମ୍ବଗଛରେ ବସିଲେ। ହଜାର ହଜାର ପକ୍ଷୀ ସମାଜକୁ ଦେଖି ସରୋଜ ଓ ବୈଲୋଚନ ଆଖି ତରାଟି ପରି ଅନେଇ ରହିଲେ।


       ଶୁଆ ସଭାପତିତ୍ବ ଆସନରେ ବସିଲା। କାଉ,କଜଳପାତି ଯଥାକ୍ରମେ ମୁଖ୍ଯବକ୍ତା ଓ ମୁଖ୍ଯ ଅତିଥି ଆସନ ଅଳଙ୍କୃତ କଲେ। ହରଡ଼ ଚଢେ଼ଇ ପାଠତ୍ସୋବ ପାଇଁ ମନୋନୀତ ହୋଇ କବିତା ସଂଯାଜନା କଲେ। ପୂରା ପରିବେଶ କଳ ମୁଖରିତ। ସବୁ ପ୍ରକାର ଚଢେ଼ଇ ଉପସ୍ଥିତ ହେଲେ ଆଉ କବିତା ପାଠତ୍ସୋବକୁ ସୁଚାରୁରୂପେ ଫଳପ୍ରଦ  କଲେ। ସବୁ ପକ୍ଷୀ ସମାଜ ଏବେ କୋଇଲି ଦମ୍ପତିଙ୍କୁ ଅଶେଷ ଅଶେଷ ଧନ୍ଯବାଦ ଦେଇ ସଭା ସାଙ୍ଗ କରି ଘୋ..ଘୋ.. ଗର୍ଜନରେ ନିଜନିଜ ବସାକୁ ଉଡି଼ ଚାଲିଗଲେ।


        ଏ ଦୃଶ୍ଯ ସରୋଜ ଓ ବୈଲୋଚନଙ୍କ ଆଖି ଆଗରେ ହୋଇଗଲା ତ ତଟସ୍ଥ ହୋଇ ଅନେଇ ରହିଲେ। ପକ୍ଷୀ ସମାଜ ବି ଠିକ୍ ମଣିଷମାନଙ୍କ ପରି କବିତା ଦିବସରେ ପାଳନ କରିଥାନ୍ତି ଏହା ମନକୁ ସୁଦ୍ଧା ବିଶ୍ବାସ କରି ନ ପାରିଲେ ବି ସତ୍ଯତା ଜାଣିଲେ ଓ ଅଙ୍ଗେ ଲିଭାଇଲେ। ଦୁହେଁ ସବୁ ପକ୍ଷୀ ସମାଜଙ୍କୁ ଯୋଡ଼ ହସ୍ତରେ ପ୍ରଣାମ କଲେ। ସେ ଦିନ ତାଙ୍କର ଆନନ୍ଦ କହିଲେ ନ ସରେ। ନିଜେ ଏ ଉତ୍ସବକୁ ସରସ ସୁନ୍ଦର କରିବାକୁ ସଙ୍କଳ୍ପ ନେଉଥିଲେ ହେଲେ ଯେବେ ଯଥାଶୀଘ୍ର ଆଖି ସାମ୍ନାରେ ଦେଖିନେଲେ ନିଜକୁ ସୌଭାଗ୍ଯଶାଳୀ ମନେ କଲେ। ଦୁହିଁଙ୍କ ଆଖିରେ ଥିଲା ଆନନ୍ଦର ଲୁହ ଓ ଶତକୋଟି ଧନ୍ଯବାଦ ଦେବାର କାମନା।


                      




*=======@===========@===========*

                         ସମାପ୍ତ   

*========@==========@===========*

Saturday, April 24, 2021

ODIA STORY (ଓଡ଼ିଆ ଗପ)-19




ରାଜୀବ ବାପା ଓ ମାଆଙ୍କର ଏକମାତ୍ର ପୁଅ ଥିଲା। ସେ ଏତେ ଗେହ୍ଲାରେ ବଢି଼ଥିଲା ଯେ କୁଟା ଖଣ୍ଡକୁ ଦି'ଖଣ୍ଡ ସୁଦ୍ଧା କରିବାକୁ ମନ ବଳାଉ ନ ଥିଲା। ତା'ର ଏହି କାମ ପାଇଁ ବାପା ଓ ମାଆ ବହୁତ ଦୁଃଖିତ। ତାକୁ ସର୍ବଦା ବୁଝାନ୍ତି କି କାମ ନ କଲେ ଖାଇବା ମିଳିବ ନାହିଁ। ବସି ଖାଇଲେ ତ ନଈବାଲି ସରିଯିବା ପରି ତମର ଅବସ୍ଥା ଭବିଷ୍ଯତରେ ହୋଇପାରେ। ଏ କଥା ରାଜୀବ ଶୁଣିଦିଏ ଓ ନ ଶୁଣିଲା ପରି ଚାଲିଯାଏ। ତା'ର କିନ୍ତୁ କାମ କରିବାକୁ ଇଛା ହିଁ ନାହିଁ।


          ଏକଦା କୁଆଡୁ କରୋନା ଆସିଲା। ଏକାବେଳକେ ବାପା ଓ ମାଆଙ୍କୁ ଧରିଲା ତ ବଞ୍ଚିବା କଷ୍ଟସାଧ୍ଯ ହେଲା। ଜିଲ୍ଲା କ୍ବାରେଣ୍ଟାଇନରେ ସେମାନଙ୍କୁ ରହିବା ହେଲା। ସେମାନେ ଆଉ କୌଣସି କାମ କରିବାକୁ ବାହାରିଲେ ନାହିଁ ତ ଖାଇବା ପିଇବା ରାଜୀବଙ୍କର ଭଲରେ ହେଲା ନାହିଁ। ଯିଏ ରାତି ପାହିଲେ ଲମ୍ଵାକଲି ଛାଡି଼ ବୁଲୁଥିଲା ଖାଇବା ବିନା ଡହଳ ବିକଳ ହେଲା। ଘରେ ବାପା ଓ ମାଆ ଯାହା ରୋଜଗାର କରି ରଖିଥିଲେ ତାକୁ ଖାଇ ରହିବାକୁ ହେଲା ଅଥଚ ଲଜ୍ଜାରେ କୁଆଡେ଼ କାମ କରିବାକୁ ସୁଦ୍ଧା ବାହାରିଲା ନାହିଁ।

      ଦେଖୁ ଦେଖୁ ତା'ର ବାପା ଆର ପାରିକୁ ଚାଲିଗଲେ। ମାଆ ବାପାଙ୍କ ଦେହରେ ମୁଣ୍ଡ ବାଡେ଼ଇ ଦେଲା। ବାପାଙ୍କ ମୃତ୍ଯୁର ଏକ ଘଣ୍ଟା ନ ଯାଉଣୁ ମାଆ ଆର ପାରିକୁ ଚାଲିଗଲା ତ ଏ କଥା ଯଦିଓ ରାଜୀବ ଜାଣିଲା ହେଲେ ବାପା କି ମାଆଙ୍କର ଶବକୁ ଦେଖିବା ସୁଦ୍ଧା ହେଲା ନାହିଁ। କିପରି ବଞ୍ଚିବ ରାଜୀବକୁ କୌଣସି ବୁଦ୍ଧିବାଟ ସୁଦ୍ଧା ଦେଖାଗଲା ନାହିଁ। ସେ କାନ୍ଦିକାନ୍ଦି ବାରଣ୍ଡାରେ ବସି ଲୁହ ଗଡେ଼ଇବା ବେଳେ ସେହି ବାଟଦେଇ ଜଣେ ସାଧୁ ମହାତ୍ମା ଯାଉଥିଲେ। ଯୁବକଟିଏ ବିକଳ ରଡି଼ଛାଡି଼ କାନ୍ଦିବାର କାରଣ କ'ଣ ଜାଣିବାକୁ ଇଛାକରି ପାଖକୁ ଯାଇ କହିଲେ,"ବାପା ! କାନ୍ଦୁଛ କାହିଁକି କ'ଣ ହୋଇଛି ତୁମର?"


         ଲୁହ ଛଳଛଳ ହୋଇ ରାଜୀବ ସତ୍ଯତା ଜଣେଇଲା ତ ସାଧୁ ମହାତ୍ମା କହିଲେ,"ବାପା ! ଦୁଃଖ କର ନାହିଁ। ଜନ୍ମହେଲେ ମୃତ୍ଯୁ ସୁନିଶ୍ଚିନ୍ତ। ଆଜି ନ ହେଲେ କାଲି ଅବଶ୍ଯ ସଭିଏଁ ମରିବା। ଏଠି ତ ଆମେ ଜଣେ ଅଭିନେତା ଓ ଅଭିନେତ୍ରୀ ହୋଇ କର୍ମ ନିର୍ବାହ କରିବାକୁ ପଡୁଛି। ଏବେ ତୁମେ କର୍ମକରି ବଞ୍ଚିବା ଶିଖ। କର୍ମକଲେ ଭଲ ଫଳ ଅବଶ୍ଯ ପାଇବ। ଆଉ ହଁ ଗୋଟିଏ କଥା କାନ ଖୋଲି ଶୁଣ ଆଜିର ଏ ଘୋର କଳି କାଳରେ ଯେତେଦିନ ଯାଏ ବାପା ଓ ମାଆ ନାମକ ଶଦ୍ଦ ଦୁଇଟି ଥାଏ ସେତେଦିନ ଯାଏ ସର୍ବଦା କଣ୍ଟା ବି ଫୁଲ ହୋଇଥାଏ କିନ୍ତୁ ଯେବେ ଏ ଦୁହେଁ ସଂସାରରୁ ଚାଲିଯିବେ ତ ଅଳସୁଆ ହୋଇ ବସିଥିବା ସନ୍ତାନ ଅବଶ୍ଯ କଷ୍ଟ ହିଁ କଷ୍ଟ ପାଇବ।"


         ଟିକିଏ ନିରବ ହୋଇ ପୁଣି କହିଲେ,"ବାପା ! ଜାଣିଛ ବାପା ଓ ମାଆ ଚଳନ୍ତି ଠାକୁର ଅଟନ୍ତି। ସେମାନେ ବୁଢା଼ବୁଢୀ଼ ହୋଇଗଲେ ବୋଲି କେବେ ବି ହେୟ ମନେ କରିବା ଉଚିତ ନୁହଁ। ବୁଢା଼ବୁଢୀ଼ ବରଗଛ ସଦୃଶ ଅଟନ୍ତି। ସେମାନେ ଯଦିଓ ଫଳ ଦେବାକୁ ଅକ୍ଷମ ହୋଇଥିବେ ତଥାପି ପ୍ରଚଣ୍ଡ ଖରାରୁ ତ ଛାଇ ପ୍ରଦାନ କରିବାକୁ ଭୁଲିବେ ନାହିଁ।" ବାସ ! ଏହି କଥା କହି ସାଧୁ ମହାତ୍ମା ଆଗକୁ ବଢି଼ଲେ ତ ରାଜୀବ ବୁଝିଲା ତା'ର ବାପା ମାଆ କେତେ ବୁଝାଇ ଥିଲେ ଅଥଚ ସେ ଅବୁଝା ହୋଇ ରହିଲା। ଆଜି ସେ ଯଦିଓ ବୁଝି ପାରୁଛି ହେଲେ ନେଡି଼ଗୁଡ଼ କହୁଣିକୁ ବୋହି ଯାଇ ସାରିଛି। ସେ ଆଖିରୁ ଲୁହ ପୋଛିଲା। ବାପା ଓ ମାଆଙ୍କର ଶୁଦ୍ଧିକ୍ରିୟା କରି ସାରିବା ପରେ କଠିନ ଶ୍ରମ କରି ବାକିତକ ଜୀବନକୁ ଚଳେଇ ଚାଲିବା ଆରମ୍ଭ କଲା।



*=======@============@==========*

                               ସମାପ୍ତ   

*========@============@=========*

Thursday, April 22, 2021

ODIA STORY (ଓଡ଼ିଆ ଗପ)-18



ପ୍ରେମ ର ପରିଭାଷା 

ସ୍ନିଗ୍ଧାର ପ୍ରୋଫାଇଲ ଫଟୋକୁ ମୋବାଇଲରେ ନିର୍ନିମେଶ ନୟନରେ ଚାହିଁ ରହିଥିଲା ଶୁଭେନ୍ଦୁ । ଅସ୍ତ ରବିର କିରଣ ବୁଣି ଦେଉଥିଲା ମେଞ୍ଚାଏ ରଙ୍ଗ ଅବିର ।ଘର ବାଲକୋନିରେ ଚେଆର ଟେ ପକାଇ ବସିଥିଲା ସେ, ଆଉ ଭାବୁଥିଲା ସ୍ନିଗ୍ଧା ବିଷୟରେ। ତା'ବିଷୟରେ ଯେତେ ଯେତେ ଭାବୁଥିଲା ସେ ,ସେତେ ଅଧିକ ରହସ୍ୟର ଘନ ତିମିର ଭିତରକୁ ଯାଉ ଥିଲା ଶୁଭେନ୍ଦୁ ।


           ଗୋଟିଏ ବ୍ଲକରେ ଦୁଇଜଣ ଚାକିରୀ କରନ୍ତି । ଏକା ଅଫିସରେ । ଫିଲଡ଼ ଡିଉଟି ପ୍ରାୟ ରହେ । ସବୁବେଳେ ଗ୍ରାମୀଣ ଲୋକଙ୍କ ସହ ସମ୍ପର୍କ ,ସେମାନଙ୍କ ପାରିପାର୍ଶ୍ବିକ ସମସ୍ୟାର ଆଶୁ ସମାଧାନ, କୃଷି କାର୍ଯ୍ୟର ବିକାଶ ତଥା ଅନ୍ୟାନ୍ୟ ସରକାରୀ କଳର ଚାପ ପ୍ରାୟଃ ଲାଗିରହେ । ଆଜିକୁ ତିନି ବର୍ଷ ହେଲାଣି ତା' ସହ ପରିଚୟ । ଯେତେ ସରଳ ଉପରକୁ ଦେଖା ଯାଏ ସେତିକି ଜଟିଳ ସେ ଅନ୍ତର୍ମନରେ ।


ବୟସ କଥା ପଚାରିଲେ କହେ,"ବୟସ ଜାଣି କଣ କରିବ ?


 ଯେଉଁ  ମାନେ ଲାଇଫ ପାର୍ଟନର ଖୋଜନ୍ତି ସେମାନଙ୍କ ବୟସ ଜାଣିବା ଦରକାର ପଡେ । ମୋର ତ ସେମିତି କିଛି ନାହିଁ । "


କ୍ବାଲିଫିକେସନ କଥା ପଚାରିଲେ କହେ "କଣ ମିଳିବ ଶିକ୍ଷାଗତ ଯୋଗ୍ୟତା ର ଇତିହାସରୁ ? ଏଇ ଚାକିରୀ ହିଁ ମୋ ଶେଷ ଯୋଗ୍ୟତା ।" ଜୀଵନର ଲକ୍ଷ୍ୟ ବିଷୟରେ ପଚାରିଲେ କହେ !

"ଲକ୍ଷ୍ୟ କଥା ସେଇମାନେ ଭାବନ୍ତି ଯେଉଁ ମାନଙ୍କର ଭବିଷ୍ୟତର ମୋହ ଥାଏ ,ସ୍ବପ୍ନ ଥାଏ । ମୋ ପରି ଝିଅଙ୍କର କୌଣସି ସ୍ବପ୍ନ ନାହିଁ ଯେତେବେଳେ ଲକ୍ଷ୍ୟ ଆସିବ କୁଆଡୁ ?"


 - "ଏମିତି କଣ ବିଦ୍ଭ୍ରାନ୍ତ ଚିନ୍ତା ତୁମର ? ଜୀବନର ଅସ୍ତିତ୍ବକୁ ଏମିତି ନକାରି ଦେଲେ କଣ ତାହା ଶେଷ ହୋଇଯିବ ? ଚାଲିବାକୁ ହେବ ଏ ରାସ୍ତାର ଅନ୍ତିମ ଚରଣ ପର୍ଯ୍ୟନ୍ତ ।"


ଶୁଭେନ୍ଦୁ କହେ ।ସ୍ନିଗ୍ଧା ଆଉ କିଛି କହେନି ।ଆଖିପତା ଦୁଇଟିକୁ ବୁଜିଦିଏ ସେ । କାଳେ ମୁକ୍ତା ପରି ଢଳ ଢଳ ଲୁହ ଦି' ବୁନ୍ଦା ବାହାରି ଆସିବ କି ?ବୋଲି ଅନୁମାନ କରେ ଶୁଭେନ୍ଦୁ ।


ବୁଝି ହୁଏନି ସ୍ନିଗ୍ଧା ପରି ଝିଅ ଟି ର ଦୁଃଖ କଣ? ଯେତିକି ତା'ସଂସ୍ପର୍ଶରେ ଆସିଛି ବେଶ ଭଦ୍ର, ନମନୀୟ, ସୁଶୀଳ ,ଉଚ୍ଚଶିକ୍ଷିତ, ମାନବିକତା ଗୁଣ ରେ ପୂର୍ଣ୍ଣ ଏବଂ ସୁନ୍ଦର ମଧ୍ୟ ।ସ୍ନିଗ୍ଧା ର ସୁନ୍ଦରତା ତାକୁ ବିଶେଷ ଭଲ ଲାଗେ । "ତା' ହେଲେ କଣ କୁହାଯିବ ଯେ ସ୍ନିଗ୍ଧା ଅସାମାନ୍ୟ ସୁନ୍ଦରୀ । ନାସେମିତି ନୁହଁ ଯେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଭିନ୍ନ ଭିନ୍ନ ବିଶ୍ଲେଷଣ ଅଛି ।" ମନେ ମନେ ଯୁକ୍ତି କରୁଥିଲା ଶୁଭେନ୍ଦୁ । କଲିଂ ବେଲ ଡାକ ଦେବାରୁ ଭାବନା ବ୍ୟାହତ ହେଲା ।


ପଡିଶା ଘର ଛୋଟ ଝିଅ ଟିଏ ଟିଫିନ ନେଇ ଆସିଛି । ଯା' ହେଉ ରାତିକର ଚିନ୍ତା ଗଲା । ଆଜି ରୋଷେଇଆଣି ମାଉସୀ ଆସିବନି ବୋଲି କହିଯାଇଥିଲା ।


"ବାପା ,ତମ ଚଷମା କାହିଁ ? ଖାଲି ଆଖିରେ ଦେଖାଯାଉଛି ?"-ସ୍ନିଗ୍ଧା


--"ହ, ପରିଷ୍କାର ହେଉନି ।ଡାହାଣ ଆଖି ଟା ବିଲକୁଲ ଦେଖାଯାଉନି ।ସେଇଥିପାଇଁ ଟେଷ୍ଟ କରୁଥିଲି ଯେ ..."


 "ହଉ ମୁଁ ଅଫିସ ରୁ ଫେରିଲା ପରେ ଡାକ୍ତର ପାଖକୁ ଯିବା, ବୁଝିଲ । "କହି ସ୍ନିଗ୍ଧା ଅଫିସ ବାହାରିଗଲା ।

ଅଫିସ ରେ ଲଞ୍ଚ ସମୟରେ "-ଶୁଭେନ୍ଦୁ ମୋତେ ଟିକେ ସାହାଯ୍ୟ କରିବ ? ଏଇ ଫାଇଲ କାମ ଟା ଟିକେ କରିଦେଇଥାନ୍ତ !! ମୁଁ ସବୁ କରିଦେଇଛି କେବଳ ଡାଟା ଗୁଡିକ କମ୍ପୁଟର ରେ ଉଠିବାକୁ ବାକି ଅଛି ।ଆଜି ଟିକେ ଶୀଘ୍ର ଯାଇଥାନ୍ତି ।ତମେ ମ୍ୟାନେଜ କରିନେଵ ଯଦି ଯିବି । "


.ଶୁଭେନ୍ଦୁ ର ଉତ୍ତର କୁ ଅପେକ୍ଷା ନ କରି ଗୋଟିଏ ପରେ ଗୋଟିଏ କଥା କହି ଚାଲିଥାଏ ସ୍ନିଗ୍ଧା ।ଶୁଭେନ୍ଦୁ ଏକ ଧ୍ୟାନରେ ତାକୁ ଚାହିଁ ପଚାରିଲା -"ଆଉ କିଛି ? ଯଦି ଆବଶ୍ୟକତା ଅଛି ମୁଁ ସାଙ୍ଗ ରେ ରହିବି "


--"ଆରେ ନା ନା ମୁଁ ଏକା ପାରିବି ଯେ କେବଳ ଏଇ କାମ ଟା ଅଡୁଆ ।ହଉ ମୁଁ ଆସେ.... ୩ ଟା ବାଜିଯିବ ଯେ କହି ସେ ଭାନିଟି ବେଗ ଟି କୁ କାନ୍ଧ ରେ ଗଳାଇ ପଛ ଗେଟ ଦେଇ ବାହାରକୁ ଆସିଲା ।


_"ହ୍ୟାଲୋ ...ବାପା ରେଡି ଥାଅ ,ମୁଁ ପହଞ୍ଚୁଛି ସାଙ୍ଗେ ସାଙ୍ଗେ ଯିବା ।"କହି ମୋବାଇଲ ଭାନିଟି ରେ ରଖିଦେଇ ଗାଡି ଷ୍ଟାର୍ଟ କଲା ସ୍ନିଗ୍ଧା ।


                    ଆଖି ଡାକ୍ତରଙ୍କ ପାଖରେ ଲାଇନରେ ବସି ପ୍ରତୀକ୍ଷା କରୁ କରୁ ଅତୀତରେ ହଜିଗଲା ସେ । କଣ ଆଉ କରିବାକୁ ବାକି ରହିଲା ଜୀବନରେ ? କେବଳ ନିଜ ପାଇଁ ଯାହା ସେ କିଛି କରିପାରିନାହିଁ ।ଅଳ୍ପ ବୟସ ରେ ମାଆ ଚାଲିଗଲେ ଅପେରା ପଥ ର ପଥୁକୀ ସାଜି ।ବାପା ଙ୍କର ନିଜ ଜିଲ୍ଲା ଭିତରକୁ କୌଣସି ପ୍ରକାରେ ଉପର ମହଲ ରେ ଧରା ଧରି କରି ଚାକିରୀରେ ବଦଳି କରେଇ ପାରିଛି । 

ସେଥିପାଇଁ ଯେତିକି ପାମ୍ପଡ଼ ବେଲିଛି ସେକଥା ବାପାଙ୍କ ଅଫିସ ଆଉ ସେ,ଏବଂ ସହାୟତା କରିଥିବା ଓକିଲ ସନ୍ତୋଷ ମଉସାଙ୍କ ବ୍ୟତୀତ କିଏ ଅଧିକ ଜାଣିବ ଯେ ? ଦୁଇ ଭାଇଙ୍କ ଠାରୁ ସାନ ହେଲେ ମଧ୍ୟ ବୁଦ୍ଧି ଜ୍ଞାନର ପ୍ରଖରତା ନିମନ୍ତେ ସବୁ କାମ କାର୍ଯ୍ୟର ଭାର ସମ୍ଭାଳିବାକୁ ପଡିଲା ତାକୁ । ବାପାଙ୍କ ପେନସନ ପାଇବା, ଭାଇଙ୍କ ବିଜିନେସ ପାଇଁ ବ୍ୟାଙ୍କ ଲୋନ କରିବା ,ସାନ ଭାଇର ଚାକିରୀ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସୁପାରିଶ କରାଇବା, ଏସବୁ କଣ ତା'ର କରିବାର ଥିଲା ? କିନ୍ତୁ ତାକୁ ସେସବୁ କରିବାକୁ ପଡିଲା । ସର୍ବୋପରି ମାଆ ର ଅନ୍ତ୍ୟେଷ୍ଟିକ୍ରିୟା ଠାରୁ ଆରମ୍ଭ କରି ଭାଇ ଦୁଇଜଣ ଙ୍କ ର ବିବାହ ପର୍ଯ୍ୟନ୍ତ ସାମଗ୍ରୀକ ଭାବେ ସବୁ କାମ ତାକୁ ହିଁ ତ କରିବାକୁ ପଡିଲା ।କିନ୍ତୁ ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ର କଥା ଯେ, ସେଇ ଭାଇ ମାନେ ତା' କଥା ବୁଝିବାକୁ ସମ୍ପୂର୍ଣ୍ଣ ଅସମର୍ଥ । ସେମାନଙ୍କ ନିଜ ନିଜ ଦାୟିତ୍ୱ ରୁ ଫୁରୁସତ କାହିଁ ଯେ ? ।ଦୁଃଖ ର ଖୋଳପା ଟା ଏମିତି ଢାଙ୍କି ଯାଇଛି ଯେ ସେଇଟା ଆଉ କାଢି ହେଉ ନାହିଁ ।ସେତିକି ହିଁ ବିଶେଷ କଷ୍ଟର କାରଣ ।

 ଆଉ ଯୋୖଥ ପରିବାର ନାହିଁ ।ଯିଏ ଯାହା ର ସଂସାରରେ ବ୍ୟସ୍ତ । ସମ୍ପର୍କ ର ବ୍ୟବଧାନ ଅସମ୍ଭବ ରୂପେ ବଢି ଯାଇଛି । ଜୀବନ ର ହସ ଖୁସି,ମାୟାମମତା,ସୁଖ ସମ୍ପନ୍ନତା କିଛି ଆଉ ଅନୁଭବ କରିପାରେନି ସେ ।ସ୍ନାୟୁ ରେ କୌଣସି ଶିହରଣ ନାହିଁ ।ବିବାହ ପ୍ରସ୍ତାବ ଆସିଲେ ମଧ୍ୟସ୍ଥି ଙ୍କ ହାତ ରେ ଖବର କରାଏ ,ପୁଅ ଘର ପସନ୍ଦ କଲେନି ।

କାରଣ କଥା ଫାଇନାଲ ବେଳକୁ ପୁଣି ସେଇ ଦେବା ନେବା ବିଷୟର ଟଣାଓଟରା , ଆଉ ତା ପରେ ପରେ ନାକଚ ।ବାପା ଙ୍କ ର ଚେହେରା ର ଭୌଗୋଳିକ ପରିବର୍ତ୍ତନ ଆଉ ଆଖିକୋଣ ରେ ଅନେକ ଦିନ ପର୍ଯ୍ୟନ୍ତ ସଞ୍ଚିତ କୋହ ଦେଖି ଦେଖି ମନଟା ରିକ୍ତ, ବିଷର୍ଣ୍ଣ ,ହୋଇଯାଇଛି ।ସେଠି ସ୍ୱାଭାବିକ ସ୍ନେହ ପ୍ରେମ କିଛି ନାହିଁ । ମଧ୍ୟସ୍ଥି ମଉସା ଙ୍କୁ ବୁଦ୍ଧି ଦେବା ପରେ କିନ୍ତୁ ସେଇ ଯୁକ୍ତି ତର୍କ ର କଥା ଆଉ ଆଗକୁ ବଢେନି ମଧ୍ୟସ୍ଥି ଙ୍କ କଥା "ନା, ଟିକେ ବୟସ ବେଶୀ ହେଇଯାଉଛି ବୋଲି କହିଲେ " ରେ ଛିଡିଯାଏ ।ସ୍ୱସ୍ତି ର ନିଃଶ୍ୱାସ ଟିଏ ମାରେ ସ୍ନିଗ୍ଧା ,ଛାତି ରୁ ଦକ ଟିଏ ଯାଏ ।


ବାପା ଙ୍କ ମୁହଁ କୁ ସିଧା ଚାହିଁ ପାରେ ନାହିଁ ସେ ।ଜୀବନର ଅପରାହ୍ନ ରେ ଉପନୀତ ।ସନ୍ଧ୍ୟା ଆସିବାକୁ ଆଉ କେତେ କ୍ଷଣ ବାକି? ପତ୍ନୀ କୁ ହରାଇ ସଂସାର ର ଅର୍ଧେକ ସୁଖ ରୁ ବଞ୍ଚିତ ହୋଇ ଝିଅଟିକୁ କୁଳରେ ଲଗାଇ ନ ପାରିବା ର ଦୁଃଖ ସେଇ ପିତା ହିଁ ବୁଝିପାରିବ ଯିଏ ଭୁକ୍ତ ଭୋଗୀ ।ସବୁ ବୁଝେ ସ୍ନିଗ୍ଧା ।ଅସ୍ତମିତ ରବି କିରଣ ରେ ସେ ତେଜ ଔଜ୍ଜ୍ୱଲ୍ୟ କାହୁଁ ଆସିବ ..?


ଏ ଯେ ପ୍ରତୀକ୍ଷା କରିଛି ,ସେଇ ମୁହୂର୍ତ୍ତ କୁ..... ଘନ ତମସା ର ବକ୍ଷ ଵିଦୀର୍ଣ୍ଣ କରି କେତେବେଳେ ଉଠିବ ଅଗ୍ନି ର ସଂଯୋଜନା ରେ ସ୍ତୁପୀକୃତ ଜୁପକାଷ୍ଠ ଉପରେ ଶୋଇଥିବା ଅସଜଡ଼ା ପ୍ରାଣ ର ବନ୍ହି ।ତା' ପରେ .. ହୋଇଯିବ ଗୋଟିଏ ଯୁଗ ର ଅବସାନ ।ଆଉ ସେ ଯୁଗ ର ଅବସାନ ପରେ ପୁଣି ଦିନ ଆସିବ , ରାତି ଆସିବ କିନ୍ତୁ ନ ଥିବ ପାଖରେ ସେଇ ଅସ୍ତ ରବିର ଧୂସର ପ୍ରେମ । 

ଭଲ ପାଇବାର ଏକ ସ୍ଵକୀୟ ଧାରା ଅଛି ।ସେଇ ଭାଵ ରୁ ସେ ବା କେମିତି ବାଦ ପଡ଼ିଥାନ୍ତା !ଶୁଭେନ୍ଦୁ ର ପ୍ରଶ୍ନ ସବୁ ଏଡେଇଯାଏ ,କାହିଁକି ଜଣକ ର ଭାବନା ସହ ଖେଳିବ ?କାହା ଦୟା ,ଅନୁକମ୍ପା ର ପାତ୍ର ହେବା କୁ ଚାହେଁନି ସେ ।


       "ଜ୍ୟୋତିଶଙ୍କର ପଟ୍ଟନାୟକ "ନାଁ ଡକା ହେବାରୁ ଭାବନା ପ୍ରତିହତ ହେଲା ସ୍ନିଗ୍ଧା ର ।ବାପାଙ୍କ ଡାହାଣ ଆଖି କୁ ଆଉ ଦେଖାଯାଉନି ।ଅପରେସନ ହେବ ବୋଲି ଡାକ୍ତର କହିଲେ ।


"ହଁ କରିବାକୁ ପଡିବ ,"ସେ ହିଁ ତ ଏବେ ତାଙ୍କର ସାହା ଭରସା ।


ଦୋଷ ଛଡା ହେବା ପାଇଁ ଭାଇ ଦୁଇଜଣ ଙ୍କୁ ଖବର କରିଦେଇଥିଲା ସେ ।କିନ୍ତୁ ଜଣେ ଟୁର ରେ ବାହାର କୁ ଯାଇଛନ୍ତି କହିଲେ ପନ୍ଦର ଦିନ ପରେ ଆସିବେ ତେଣୁ ତା'ପରେ ଅପରେସନ କରିବାକୁ ଉପଦେଶ ଦେଲେ ।ଆଉ ଜଣେ ବିଜିନେସ ରେ ଫୁରୁସତ ପାଇବେନି କହି କୁଂଥୁ କୁଂଥୁ   ହେଲେ ।


"ହଉ ତୁ ଗୋଟେ କାମ କର ,ବାପା ଙ୍କୁ ଆଣି ଏଠି ଛାଡି ଦେଇଯା "କହିଲେ ।କିନ୍ତୁ ବାପା ସିଧା ମନା କରିଦେଲେ ।ନିଜ ଉପରେ ଭରସା ରଖି ବାପା ଙ୍କ ଆଖି ଅପରେସନ ପାଇଁ ପ୍ରସ୍ତୁତ ହେଲା ସ୍ନିଗ୍ଧା ।ଅବଶ୍ୟ ଶୁଭେନ୍ଦୁ ଢେର ସାହାଯ୍ୟ କଲେ ।ପ୍ରକୃତ ବନ୍ଧୁ ପରି ତାକୁ ଲାଗିଲା ।ଶୁଭେନ୍ଦୁ ର ଆଖି ର ଭାଵ ସ୍ନିଗ୍ଧା ବୁଝେ ଆଉ ହୃଦୟ ର ଗଭୀରତା କୁ ଯାଇ ପ୍ରଶ୍ନ ର ସମୁଖୀନ ହୁଏ ସେ ,

ଶୁଭେନ୍ଦୁ ଯୁବକ, ସୁନ୍ଦର, ସୁଠାମ ହୁଏତ ରଙ୍ଗୀନ ପ୍ରେମ ରେ ଉବେଇ ଟୁବେଇ ହେଉଥିବ ,,ସେ କାହିଁକି ସ୍ନିଗ୍ଧା କୁ ପ୍ରତୀକ୍ଷା କରିବ ? ଏକ ନିର୍ଲିପ୍ତ ହୃଦୟ, ନିର୍ବିକାର ମନ, ଆଉ ନିଃଶବ୍ଦ ପ୍ରେମ କୁ ।


                   ସବୁ ଆଶଙ୍କା କୁ ହେୟ କରିଦେଲା ସେଦିନର ମୋବାଇଲ ମେସେଜ ---"ସତରେ କଣ ତୁମ ହୃଦୟ ରେ ମୋ ପାଇଁ କାଣିଚାଏ ସ୍ଥାନ ନାହିଁ ?ତୁମ ନିର୍ଲିପ୍ତତା,ନିର୍ବିକାରିତା, ମୋତେ କେଉଁ ରହସ୍ୟ ର ଗହନ, ଗଭୀର ମୁଲକକୁ ନେଇଯାଇଛି ଜାଣେନା ,କିନ୍ତୁ ତୁମ ସହିତ ଓତୋପ୍ରୋତ ଜଡିତ ହେବା ପରେ ଲାଗୁଛି ,ସତେ କି ତୁମେ ହିଁ...... କେବଳ ତୁମେ ହିଁ ମୋର ବହୁ ଆକାଂକ୍ଷିତ ନାୟିକା ।ତୁମର ଶୁନ୍ୟତା ହିଁ ମୋର ପୂର୍ଣ୍ଣତା , ଅଭିଳାଷ ରେ ଏତିକି ବ୍ୟକ୍ତ କଲି ।ଜାଣେନା ତମ ପ୍ରତିକ୍ରିୟା କଣ ହେବ ? ତଥାପି ମୋର "ବିଶ୍ୱାସ "ମୋତେ ହାରିବାକୁ ଦେବ ନାହିଁ ବୋଲି ମୁଁ ବିଶ୍ବାସ କରୁଛି ।ଯାହା ବି ହେଉ ମୋତେ କିନ୍ତୁ ସବୁବେଳେ ତୁମ ପାଖେ ପାଖେ ପାଇବ ।"


              କଣ ଲେଖିବ ?କି ପ୍ରଶ୍ନ ପଚାରିବ ?କାହିଁକି  ତୁମେ ଶୁଭେନ୍ଦୁ ଏମିତି କରୁଛ ? ଯାହା ପାଇଁ ମୋ ଆତ୍ମା ହା--ହା କାର କରି ଉଠୁଛି ।ବିବଶ ହୋଇ ପଡୁଛି ମୁଁ ।----""ତୁମର ପ୍ରତ୍ୟେକ କାମ, ପ୍ରତି ଟି ଉକ୍ତି ,ପ୍ରତି ଟି ଭାଵ ତୁମ ବିଶ୍ୱସ୍ତତାର ପରିଚୟ ଦେଉଛନ୍ତି ସିନା ,କିନ୍ତୁ ମୋ ଠାରୁ ତୁମର ସେଇ ପ୍ରାପ୍ୟ ତୁମେ ପାଇ ପାରିବ ତ ? ମୋ ଭିତରେ ଯେଉଁ ଶୁନ୍ୟତା ସୃଷ୍ଟି ହୋଇଛି, ତାହା ଯେ ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ ସେଥିରେ ମୋର ଆସ୍ଥା ନାହିଁ ।ତେଣୁ ତୁମକୁ ବା କେମିତି ସୁଖୀ କରାଇପାରିବି?


ଛଳନାର ମୁଖା ମୁଁ ପିନ୍ଧିପାରିବିନି ଶୁଭେନ୍ଦୁ । ଯେଉଁ ସମୟରେ ତାରୁଣ୍ୟ ର ଅଥଳ ସାଗର ରେ ଛଳ ଛଳ ଢେଉ ସୃଷ୍ଟି କରନ୍ତି ତରୁଣ ତରୁଣୀ ସେ ସମୟ ରେ ସଂସାରଟା କୁ ମୁଣ୍ଡେଇସାରିଲା ପରେ ଯୋଉ ଖାଁ ଖାଁ ଶୁନ୍ୟତା ନିତିଦିନ ଚତୁର୍ପାଶ୍ୱ ରେ ବୁଲୁଛି ତା'ର ଅବସାନ ଯେମିତି ନାହିଁ ।

ତୁମେକଣ ସବୁଦିନ ସେଇ ଅସ୍ତ ରାଗର ଉଷ୍ଣତା ଭିତରେ ଆବଦ୍ଧ ହୋଇ ରହିପାରିବ ? କେବେ ତୁମେ ମଧ୍ୟାହ୍ନ ର ପ୍ରଖର କିରଣ ର ଉତ୍ତାପ ରେ ଅତିଷ୍ଠ, ଜର୍ଜରିତ ହୋଇ ପଡିବନି ତ ? ଜଳିବନି ତ ଅନୁତାପର ଦାବାନଳ ରେ ।କାରଣ ସେଇ ଜ୍ବଳନ ରେ ମୁଁ ଜଳିଯାଇ ସମ୍ପୂର୍ଣ୍ଣ ନିଃସ୍ୱ ହୋଇ ଯାଇଛି ଆଉ ସେ ନିଃସ୍ୱତା ର ଆନନ୍ଦ ତୀବ୍ର ହୋଇ ରୂପାନ୍ତର ହୋଇଯାଇଛି ଧୂସର ପ୍ରେମ ର କୋହ ରେ ।""


                ଗଭୀର ଅନ୍ତରଦାହ ରେ ସ୍ନିଗ୍ଧା ର ହାତ ଲେଖିସାରିଥିଲା ସେଇତକ କଥା ମୋବାଇଲ ର ମେସେଜ ବକ୍ସ ରେ । ଉପର ଠାଉରିଆ ଦି'ପଦ କଥା ଆଉ ତା'ପରେ ପରେ ଶ୍ବାନ ପ୍ରେମପରି ପ୍ରୀତି ର ଘୋର ବିରୋଧୀ ସେ । ରକ୍ତ ମାଂସ ର ଭୂଗୋଳ ର ସ୍ନାୟୁ ରେ ଚଉକା ଟିଏ କି ଛକ୍କା ଟିଏ ବାଡେଇ ଦେବାର ସଂଖ୍ୟା ତ ଢେର । କେବଳ ମନ ର ଚୌହଦି ଟି କୁ ବିଶ୍ଳେଷଣ କରିପାରିବା ହିଁ ପ୍ରକୃତ ପ୍ରେମ ।ବାସ୍ତବ ରୂପାୟନ ଅନାବିଳ ପ୍ରେମ ର ।ଚାପା କୋହ ଭରା ଦୀର୍ଘଶ୍ଵାସ ଟିଏ ବାହାରି ଆସିଲା ପଞ୍ଜରା ଥରାଇ । "ତୁମ ସର୍ବାଙ୍ଗ କୁ ମୋ ଭିତରେ ଅନୁଭବ କରୁଛି ଶୁଭେନ୍ଦୁ ...। ପ୍ରତ୍ୟେକ ଜଡତା ମୋର ତୁମ ଭିତରେ ଲୁଚିଯାଉଛି । ମୋ ଶୁନ୍ୟତାକୁ ତୁମେ ପୂର୍ଣ୍ଣତାରେ ଆଦରି ନେଇଛ ସତ .....,ବନ୍ଦ ଆଖି ପତାରୁ କେଇ ଟୋପା ଲୁହ ଗଡି ଆସୁଥିଲା ଚିବୁକ ଦେଇ । ଆଃ ...ଶୁଭେନ୍ଦୁ ଇଛା ହେଉଛି ଏଇ ମୁହୂର୍ତ୍ତରେ ତୁମ ଛାତିରେ ମଥା ରଖି ଟିକିଏ ଶାନ୍ତିରେ କାନ୍ଦି ପାରନ୍ତି । କିନ୍ତୁ ସବୁଦିନ ପାଇଁ ସେ ସୌଭାଗ୍ୟ କୁ ଆଦରିନେବା ପାଇଁ ହୁଏତ ମୋର ସାହସ ନାହିଁ ।ମୋତେ କ୍ଷମା କର ଶୁଭେନ୍ଦୁ,ଏଇ ଧୁସରତା କୁ ଯୋଉଦିନ ତୁମ ପ୍ରେମ ପୂର୍ଣ୍ଣ ସବୁଜ କରିଦେଇପାରିବ ସେଇଦିନ ହୁଏତ ମୋ ଜୀବନର ସର୍ବଶ୍ରେଷ୍ଠ ଦିନ ହେବ ଆଉ ତୁମେ ହେବ ମୋ ପାଇଁ ଶ୍ରେଷ୍ଠ ପୁରୁଷ ।""


ସ୍ୱଗୋତୋକ୍ତି କରୁଥିବା ଅବସ୍ଥା ରେ ତାକୁ ଲାଗିଲା ଯେମିତି ଶୁଭେନ୍ଦୁ ଅତି ନିକଟରେ ବସି ବଡ ବଡ ଆଖି କରି ଲୋଭୀଲା ହୋଇ ଖୁବ୍ ଗଭୀର ଭାବରେ ଚାହିଁ ଓଠ କୋଣ ରେ ଚାପା ହସ ରଖି ମନ କଥାକୁ ପଢିପାରିବା ପରି କହୁଛନ୍ତି "ମୁଁ ସବୁ ପାରିବି ସ୍ନିଗ୍ଧା ,ଖାଲି ଥରେ ତୁମେ ' ହଁ ' କହି ଦେଖ ତ "।


 -"ଧେତ ,ଏମିତି କଣ ଚାହିଁଛ ?ତୁମର ସବୁ ପ୍ରଶ୍ନ ର ଉତ୍ତର


ମୁହଁ ଖୋଲି ନ କହିଲେ ଚଳେନି ନା ?......ମୋର ତ ପୁଣି ଲଜ୍ଜା ଅଛି ;ତଥାପି ତ କହୁ କହୁ କହିଦେଲି ...."ଦଲକାଏ ପବନ ମୁହଁରେ ଆସି ବାଜିଲା ସ୍ନିଗ୍ଧାର । ଚାଉଁକିନା ଆଖିପତା ଖୋଲିଗଲା । ଶୁଭେନ୍ଦୁର ଉପସ୍ଥିତି କୁ ଅନୁଭବ କରୁଥିବା ବେଳେ ବାପାଙ୍କର ଡାକରେ ବାସ୍ତବତାକୁ ଫେରିଆସି ନିଜ ବଗିଚାରୁ ଘର ଭିତରକୁ ଯାଉଥିବା ବେଳେ ପଛକୁ ଚାହିଁଲା ସ୍ନିଗ୍ଧା । ଶୁଭେନ୍ଦୁର ଛାୟାଟି ପବନରେ ମିଶିଯାଉଛି ଯେପରି......ସେଇ ଛାୟା ପ୍ରତି ସୁମଧୁର ତେରେଛା ହସ ଟିଏ ଉକୁଟି ଉଠୁଥିଲା ଆଉ ଛାତି ଭିତରୁ ବାହାରି ଆସୁଥିଲା କଥା ଗୁଡିକ --"ଯାଃ... ଦୁଷ୍ଟ ...! ହେଇ ଦେଖ ,ପଶ୍ଚିମାକାଶ କେମିତି ଧୂସର ବର୍ଣ୍ଣରୁ ଧୀରେ ଧୀରେ ରକ୍ତିମ ହୋଇ ଆସିଲାଣି.....ଠିକ୍ ତୁମ ପ୍ରେମ ପରି "।।


*=======@============@=========*

                          ସମାପ୍ତ    

*=======@============@==========*

ODIA STORY ( ଓଡ଼ିଆ ଗପ)-17




ଜଣେ ଫକୀର ଥିଲେ । ଥରେ ତାଙ୍କ ମନକୁ ଏକ ଅଦ୍ଭୁତ ଭାବନା ଆସିଲା ଯେ ଖୁଦା (ଈଶ୍ୱର) ମୋ ଉପରେ ବହୁତ ଖୁସୀ । ମୋ ଠାରୁ ବଳି ତାଙ୍କର ଶ୍ରେଷ୍ଠ ଭକ୍ତ କେହି ନାହାଁନ୍ତି । ସର୍ବଦା ସେ କହୁ ଥାଆନ୍ତି – “ହେ ଖୁଦା ! ଯଦି ମୋ’ ଠାରୁ ବଳି ଆପଣଙ୍କର କେହି ପ୍ରିୟ ଭକ୍ତ ଅଛନ୍ତି ତେବେ ମୋତେ କୁହନ୍ତୁ ମୁଁ ତାଙ୍କୁ ଦର୍ଶନ କରିବି ।


ଖୁଦା ଫକୀରଙ୍କର ଏଭଳି ଅହଂକାର ଦେଖି ସ୍ୱପ୍ନରେ କହିଲେ – “ହେ ଫକୀର ! ତୁମ ଠାରୁ ବଳି ଅନେକ ବଡ ବଡ ଭକ୍ତ ମୋର ଅଛନ୍ତି । ତୁମେ କାହାକୁ ଦର୍ଶନ କରିବାକୁ ଇଚ୍ଛା କରୁଛ?”


ଦୁଷ୍ଟବୁଦ୍ଧି ଫକୀର କହିଲେ – “ଯଦି ଆପଣଙ୍କର ଅନେକ ଭକ୍ତ ଅଛନ୍ତି, ତେବେ କେହି ହେଲେ ଜଣଙ୍କର ସନ୍ଧାନ ମୋତେ ଦିଅନ୍ତୁ ।”


ଖୁଦା ପୁଣି କହିଲେ – “ମଣିଷ କଥା କ’ଣ କହିବି? ମୁଁ ପକ୍ଷୀଟିର କଥା କହୁଛି । ସେ ପକ୍ଷୀଟି ଏଇ ବାଟ ଦେଇ ଆଗକୁ ଗଲେ ବାଟରେ ଯେଉଁ ଓସ୍ତ ବୃକ୍ଷ ପଡିବ ତାହାରି କୋରଡରେ ରହୁଛି । ତା’ ପାଖକୁ ଯାଅ ।”


ଖୁଦାଙ୍କର କଥା ଶୁଣି ଫକୀର କହିଲେ – “ମୁଁ ତ ମଣିଷଟାଏ, ପକ୍ଷୀଟିର ଭାଷା ମୁଁ କିପରି ବୁଝି ପାରିବି?”


ଖୁଦା କହିଲେ – “ତମେ ତା’ ପାଖକୁ ଯାଅ, ତେବେ ମୁଁ ତୁମକୁ ଏହି ବର ଦେଉଛିଯେ, ତୁମେ ତା’ର ଭାଷା ବୁଝିବାରେ ସକ୍ଷମ ହେବ ।”


ଖୁଦାଙ୍କ କଥା ଅନୁସାରେ ଫକୀର  ଓସ୍ତ ବୃକ୍ଷ ନିକଟରେ ପହଁଚିଲେ । ସତକୁ ସତ ସେହି ବୃକ୍ଷ କୋରଡରେ ଥିବା ପକ୍ଷୀଟିକୁ ଦେଖି କହିଲେ – “ହେ ପକ୍ଷୀ ! ତୁମେ ଖୁଦାଙ୍କ ବାଣୀ ଶୁଣିଛ କି?”


ଏହା ଶୁଣି ପକ୍ଷୀଟି କହିଲା – “ମୋର ବର୍ତ୍ତମାନ ସମୟ ନାହିଁ । ମୁଁ କେବଳ ତୁମ ପ୍ରଶ୍ନର ଉତ୍ତର ଦେଲି ଏଇଥି ପାଇଁଯେ, ତୁମେ କଷ୍ଟକରି ଚାଲି ଚାଲି ମୋ ନିକଟକୁ ଆସିଛ ବୋଲି ।”


ଫକୀର ଟିକିଏ ଚିନ୍ତାରେ ପଡି ପୁଣି ପଚାରିଲେ – “ହେ ପକ୍ଷୀ ! ତୁମର ଏଭଳି କି କାମ ଅଛି ଯେ, ତୁମର ସମୟ ନାହିଁ?”


ଫକୀରଙ୍କ ଏଭଳି ପ୍ରଶ୍ନରେ ପକ୍ଷୀଟି କହିଲା – “ହେ ଫକୀର ! ମୁଁ ଦିନ ରାତି ଈଶ୍ୱରଙ୍କ ନାମ ଜପ କରୁଛି । କେବଳ ଗୋଟିଏ ମାତ୍ର ସମସ୍ୟା ଅଛି । ଏଠାରୁ କିଛି ଦୂରରେ ଗୋଟିଏ ପୁଷ୍କରିଣୀ ଅଛି । ସେଠାକୁ ଯାଇ ମୋତେ ପାଣି ପିଇବାକୁ ପଡୁଛି ।


ଫକୀର କୌତୁହଳୀ ହୋଇ ପଚାରିଲା – “ସେହି ପୁଷ୍କରିଣୀଟି ଏଠାରୁ କେତେଦୂର?” ପକ୍ଷୀଟି ଉତ୍ତର ଦେଲା – “ସାମନାରେ ଏଇ ଯେଉଁ ଗହମ କ୍ଷେତ ଦେଖାଯାଉଛି ଠିକ୍ ତା’ରି ଆଗରେ ।”


ଫକୀର କହିଲେ – “ଏହାତ ବେଶିଦୂର ନୁହେଁ ।” ପକ୍ଷୀଟି କହିଲା – “ମୁଁ ତୁମକୁ କ’ଣ ବା କହିବି? ଏହା ତ ମୋ ପାଇଁ ଅତି ଜଟିଳ ସମସ୍ୟା ହୋଇଛି । କାରଣ ମୋତେ ଈଶ୍ୱରଙ୍କ ନାମ ସ୍ମରଣ ବନ୍ଦ କରି ସେଠାକୁ ଯିବାକୁ ପଡୁଛି ।”


ଫକୀର କହିଲେ – “ମୁଁ ଏ ଦିଗରେ ତୁମକୁ କିଛି ସାହାଯ୍ୟ କରିପାରିବି କି? ଯଦି ମୋ ଦ୍ୱାରା କିଛି ହୋଇ ପାରିବ ତେବେ କୁହ ମୁଁ ତୁମକୁ ମୋର ସାଧ୍ୟ ମତେ ସାହାଯ୍ୟ କରିବି ।”


ଫକୀରଙ୍କ ପ୍ରଶ୍ନରେ ପକ୍ଷୀଟି ଏକ ବିଚିତ୍ର ଉତ୍ତର ଦେଇ କହିଲା – “ହେ ଫକୀର ! ତୁମେ ପୁଷ୍କରିଣୀଟିକୁ ଏଇ ଅସ୍ତ ବୃକ୍ଷ ନିକଟକୁ ଆଣି ପାରିବ କି?”


ଫକୀର ଜଣକ ବିରକ୍ତ ହୋଇ କହିଲେ – “ଏକଥା କ’ଣ ସମ୍ଭବ?”


ପକ୍ଷୀଟି ଶାନ୍ତ ସ୍ୱରରେ ଓ ନମ୍ରଭାବରେ କହିଲା – “ହେ ଫକୀର ! ତୁମେ ଖୁଦାଙ୍କର ଜଣେ ସାଧାରଣ ଭକ୍ତ ହୋଇ ମଧ୍ୟ ନିଜକୁ ଅସାଧାରଣ ମନେ କରୁଛ? ତେଣୁ ତୁମେ ମୋତେ ଏତିକି ସାହାଯ୍ୟ କରି ପୋଖରୀଟିକୁ ଏଇ ଗଛ ପାଖକୁ ନେଇଆସ । ଏହା ବ୍ୟତୀତ ମୁଁ ଆପଣଙ୍କ ଠାରୁ ଅନ୍ୟ କିଛି ସାହାଯ୍ୟ ଚାହୁଁ ନାହିଁ ।” ଏହା କହି ସାରି ପକ୍ଷୀଟି ପୁଣି ଈଶ୍ୱରଙ୍କ ଧ୍ୟାନରେ ନିବିଷ୍ଟ ରହିଲା ।


ଫକୀରର ଗର୍ବ ଚୁନା ହେଲା । ସେ ନିଜକୁ ଖୁଦାଙ୍କର ଯେଉଁ ଶ୍ରେଷ୍ଠ ଭକ୍ତ ବୋଲି ମନେ କରୁଥିଲା, ତାହା ଅଚିରେ ମିଳେଇ ଗଲା । ଫକୀର ସେ ଓସ୍ତ ବୃକ୍ଷ ପାଖରୁ ନୀରବରେ ଫେରି ବୁଝିଗଲେଯେ ପକ୍ଷୀଟିର ଭକ୍ତି ମୋଠାରୁ ଅଧିକ । ସେ ପକ୍ଷୀଟି ଖୁଦାଙ୍କର ଅଧିକ ପ୍ରିୟ ।


ପକ୍ଷୀଟିର ଏକନିଷ୍ଠ ଈଶ୍ୱର ଭକ୍ତିଦେଖି ଫକୀରର ଗର୍ବ ଚୁନା ହେଲା । ସେ ନିଜକୁ ପକ୍ଷୀଠାରୁ ନ୍ୟୁନ ମନେକରୁଥିଲା ।


*======@============@===========*

                               ସମାପ୍ତ   

*=======@============@==========*

Wednesday, April 21, 2021

ODIA STORY(ଓଡ଼ିଆ ଗପ)-16


ଭୁବନେଶ୍ଵର


ରେ ଜଣେ ବ୍ୟକ୍ତି ବସି ପାଟି କରୁଥାଏ । “ନାମ ବିକ୍ରି କରିବି । ମହାଶୟମାନେ କିଣି ନିଅନ୍ତୁ । ଏହା ବହୁମୂଲ୍ୟବାନ୍ ନାମ ।” ଏପରି ଚିତ୍କାର କରି ସେ ଲୋକମାନଙ୍କୁ ନିଜପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଥାଏ ।


ସେ ଲୋକଟିର ନାମ ପ୍ରତାପ । ଘରେ ତା’ର ଶଯ୍ୟାଶାୟୀ ସ୍ତ୍ରୀ, ଓ ବିବାହଯୋଗ୍ୟା ଝିଅଟିଏ । ଏଣୁ ଧନ ତା’ର ନିହାତି ଦରକାର । ଯୁବକ ଥିବା ବେଳେ ସେ ଲୋକଟି ରାଜାଙ୍କ ସୈନ୍ୟ ବିଭାଗରେ ଥିଲା । ଯୁଦ୍ଧରେ ତା’ର ଗୋଡ ଭାଙ୍ଗି ଯିବାରୁ ସେ ଅକର୍ମଣ୍ୟ ହୋଇ ଘରେ ବସିଥାଏ । ତା’ର ଦୁର୍ଭାଗ୍ୟ ଯେ କୌଣସି କାରଣରୁ ରାଜାଙ୍କର ବିଷଦୃଷ୍ଟି ତା’ ଉପରେ ଥିଲା ।


ହାଟରେ ଏପରି ଅଜବ କଥା କହି ଯେତେ ଚିତ୍କାର କଲେ ମଧ୍ୟ କେହି ଜଣେ ହେଲେ ବି ଆକୃଷ୍ଟ ହୋଇ ତା’ ପାଖକୁ ଆସିଲେ ନାହିଁ । ସେ ହାଟରେ ଜଗା ନାମକ ଚୋରଟିଏ ବୁଲୁଥାଏ । ସେ ଭାବିଲା “ଯାଏ ଦେଖେ ଘଟଣା କ’ଣ?” ପ୍ରତାପକୁ ସେ କହିଲା, “ହେ ବୁଢା, ପୃଥିବୀରେ ପୁଣି ଏମିତି ମଣିଷ ଅଛନ୍ତି ଯିଏ ଧନ ଦେଇ ନାମ କିଣିବ?”


ପ୍ରତାପ କହିଲା, “କିନ୍ତୁ ଯେଉଁ ନାମ ମୁଁ ବିକ୍ରି କରୁଛି, ତାହା ଏମିତି ସେମିତି ନୁହେଁ; ଏହାର ମୂଲ୍ୟ ବହୁତ ।”


ତାଙ୍କ କଥାଶୁଣି ଜଗା କହିଲା, “ଆଚ୍ଛା କୁହତ ଦେଖି ସେ ନାମରେ ଏମିତି କି ବୈଶିଷ୍ଟ୍ୟ ରହିଛି?”


ପ୍ରତାପ କହିଲା “ପ୍ରତ୍ୟେକ ନାମ ପାଇଁ ପ୍ରଥମେ ପଚିଶ ହଜାର ଟଙ୍କା ଦେବାକୁ ହେବ । ତା’ପରେ ଯାଇ ମୁଁ କହିବି ।”


ଜଗା ତା କଥା ଶୁଣି ହସି ପକାଇ କହିଲା, “ଯେପର୍ଯ୍ୟନ୍ତ କେହି ତୁମ ନାମର ମୂଲ୍ୟ ବିଷୟ ଜାଣି ନପାରିବେ ସେପର୍ଯ୍ୟନ୍ତ ତୁମେ କାଣୀ କଉଡିଟିଏ ବି ପାଇବ ନାହିଁ । ମୋ ଉପରେ ବିଶ୍ୱାସ ରଖି ନାମଟିଏ କହିଦିଅ । ଯଦି ଏଥିରେ ମୋର କିଛି ଲାଭ ହୁଏ, ତେବେ ମୁଁ ନିଶ୍ଚୟ ସେଥିରୁ ଅଧେ ଧନ ତୁମକୁ ଦେବି ।”


ପ୍ରତାପ ତା’ ମନେ ମନେ କିଛି ସ୍ଥିର କରି କହିଲା, “ତୁମ ଉପରେ ବିଶ୍ୱାସ କରି ମୁଁ ଗୋଟିଏ ନାମ ତୁମକୁ କହିଦେଉଛି । ତମେ ମୋତେ ମୋର ଭାଗ ଧନ ଦେଇ ଦେଲେ, ମୁଁ ତୁମକୁ ପୁଣି ଆଉ ଏକ ନାମ କହିବି ।”

ତାଙ୍କକଥା ଶୁଣି ଜଗା କହିଲା “ତାହେଲେ ଠିକ୍ ଅଛି ।”


ପ୍ରତାପ କହିଲା “ତେବେ ଶୁଣ । ଗତବର୍ଷ ଆମ ରାଜ୍ୟର ସୀମାରେ ଥିବା ବଣ ଭିତରେ ଏକ ମଣିଷଖିଆ ବାଘ ମାତିଲା । ତାକୁ ମାରିବା ପାଇଁ ରାଜା ଲକ୍ଷେମୁଦ୍ରାର ପୁରସ୍କାର ଘୋଷଣା କଲେ । କିଛିଦିନ ପରେ ସେ ବାଘର ମୃତଦେହ ବଣରୁ ମିଳିଲା; କିନ୍ତୁ ଜଣାଗଲା ନାହିଁ ଯେ, ସେହି ବାଘକୁ କିଏ ମାରିଛି । ଖବର ନେବାରେ ଜଣାଗଲା ଯେ ଲୋକଟିର ନାମ ଚକ୍ରଧର; କିନ୍ତୁ ସେ ଲୋକଟି ଆଉ ମିଳିଲା ନାହିଁ । ତେଣୁ ନିଜକୁ ଚକ୍ରଧର କହି ତୁମେ ରାଜାଙ୍କ ନିକଟକୁ ଯାଇ ତାଙ୍କୁ ଦେଖାକର । ତୁମେ ନିଶ୍ଚୟ ଘୋଷିତ ପୁରସ୍କାର ପାଇ ପାରିବ ।”


ଏହାପରେ ସେ ଜଗା ବଡ ଖୁସିଟାଏ ହୋଇ ରାଜାଙ୍କୁ ଭେଟି ନିଜକୁ ଚକ୍ରଧର ବୋଲି ପରିଚୟ ଦେଲା ।


ରାଜାଙ୍କର ଟିକିଏ ସନ୍ଦେହ ହେବାରୁ ସେ ପଚାରିଲେ, “ଏତେ ଦିନ ହେଲା ତୁମେ କୁଆଡେ ଥିଲ? ତୁମର କ’ଣ ପୁରସ୍କାର ପ୍ରତି ଲୋଭ ନାହିଁ?”


ତହୁଁ ସେ ଜଗା କହିଲା “ନାହିଁ ମଣିମା; ମୋର ବୃଦ୍ଧ ମାତାପିତାଙ୍କୁ ମୁଁ ନେଇ ଯାଇଥିଲି । ମାତାପିତାଙ୍କ ସେବା ନିକଟରେ ଧନର ବା ମୂଲ୍ୟ କ’ଣ? ମୁଁ ଆପଣଙ୍କ ପାଖକୁ ବିଳମ୍ବରେ ଆସିବାର ତାହାହିଁ ଏକମାତ୍ର କାରଣ ।”


ରାଜାଙ୍କର ସନ୍ଦେହ ଦୂର ହେବାରୁ ସେ ଜଗାକୁ ପୁରସ୍କାର ଦେଇ ସମ୍ମାନିତ କଲେ । ସେ ଫେରିବା ବେଳେ ଭାବିଲା ଯେ ବୁଢା ପ୍ରତାପକୁ କାଣୀ କଉଡିଟିଏ ମଧ୍ୟ ଦେବ ନାହିଁ । କିନ୍ତୁ ପୁଣି ଭାବିଲା ଯେ କୌଶଳ କରି କିପରି ଦ୍ୱିତୀୟ ନାମଟି ମଧ୍ୟ ବିନା ପଇସାରେ ବୁଢାଠୁଁ ସେ ହସ୍ତଗତ କରିବ ।


ଦ୍ୱିତୀୟ ଦିନ ସେ ପ୍ରତାପକୁ ଦେଖା କରି କହିଲା, “ତମେ ସତ କହିଛ । ଏବେ ତମେ ଦ୍ୱିତୀୟ ନାମଟି ମୋତେ କହିଦିଅ । ତେବେ ନାମର ମୂଲ୍ୟ ପଚିଶ ହଜାର କାହିଁକି ତମେ ମୋଠୁଁ ଆହୁରି ଅଧିକା ମଧ୍ୟ ପାଇବ ।”


ପ୍ରତାପ କହିଲା “ଆମ ସର୍ତ୍ତ ଅନୁସାରେ ତମେ ତ ମୋତେ ଅଧେ ଧନ ଦେବା କଥା । ତୁମେ ନିଜ କଥା ଅନୁସାରେ କାମ ନକଲେ, ମୋର ଅବସ୍ଥା କ’ଣ ହେବ ଜାଣ ତ? ଶେଷ ଆଶ୍ରୟ ମୃତ୍ୟୁ ଅର୍ଥାତ୍ ଆତ୍ମ ହତ୍ୟା ।”


ପ୍ରତାପକୁ ଫୁସୁଲେଇବା ପାଇଁ ଜଗା ମଧୁର ଭାବରେ କହିଲା “କି କଥା କହୁଛ? ତମେ ମୋତେ ଏତେ ସାହାଯ୍ୟ କରିବ; ଆଉ ମୁଁ କୃତଘ୍ନ ହେବି । ଆଜିଠାରୁ ମୁଁ ତୁମ ପରିବାରର ଜଣେ ବୋଲି ଜାଣ ।”


ପ୍ରତାପର ବିଶ୍ୱାସ ହେବାରୁ ସେ କହିଲା, “ବହୁଦିନ ପୂର୍ବେ ଜଣେ ମହାମୁନି ହିମାଳୟରୁ ଏଠାକୁ ଆସିଥିଲେ । ସେ ରାଜାଙ୍କୁ ଆଶିର୍ବାଦ ଦେଇ କହିଲେ, “ତମେ ପଚାଶବର୍ଷ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିବ । କୌଣସି ବିପଦ ରାଜ୍ୟ ଉପରେ ପଡିବ ନାହିଁ । ମୁଁ ପୁଣି ଆଉ ଥରେ କେବେ ଆସିବି ।” ଆମ ରାଜା ଏବେ ସର୍ବଦା ତାଙ୍କ ବାଟ ଚାହିଁ ରହିଛନ୍ତି । ତେଣୁ ତୁମେ ନିଜକୁ ସେହି ମହାମୁନି ବୋଲି ପରିଚୟ ଦିଅ । ଦେଖିବ ରାଜା ତୁମକୁ ଅପର୍ଯ୍ୟାପ୍ତ ଧନ ଦେବେ ।”


ଜଗା ଏକଥା ଶୁଣି ସଙ୍ଗେସଙ୍ଗେ ରାଜାଙ୍କ ପାଖକୁ ସନ୍ନ୍ୟାସୀ ରୂପରେ ଗଲା । ସେଠାରେ ପହଁଚି ନିଜକୁ ସେ ପୂର୍ବୋକ୍ତ ମହାମୁନି ଭାବରେ ପରିଚୟ ଦେଲା । ଏକଥା ଶୁଣି ରାଜା ମହାଆନନ୍ଦରେ ଗଦ୍ ଗଦ୍ ହୋଇ ସାରା ରାଜ୍ୟରେ ଉତ୍ସବ କରାଇଲେ ଓ ମୂଲ୍ୟବାନ୍ ପୁରସ୍କାର ଦେଇ ସନ୍ନ୍ୟାସୀଙ୍କୁ ବିଦା କଲେ । ଜଗା ସେହି ଧନ ପାଇ ଆରାମ୍ ରେ ରହିଲା । ପ୍ରତାପ କଥା ଏକବାରେ ସେ ଭୁଲିଗଲା ।


କିଛିଦିନ ପରେ ଦିନେ ସେ ଭାବିଲା, “ଯାଇ ଦେଖେ, ପ୍ରତାପର ଅବସ୍ଥା କିପରି ।”


ଜଗା କହିଲା, “ଆରେ, ତମେ ତ ବଡ ଠକ । ତୁମେ କହିଥିଲ ତୁମ ପାଖରେ ମାତ୍ର ଦୁଇଟି ନାମ ଅଛି । “ଏବେ ପୁଣି ତ ତମେ ନାମ ବିକୁଛ?”


ପ୍ରତାପ କହିଲା “କି ଏ କଥା କହୁଛି? ଜଗାଟି? ତୁମ ଠକାମୀ ତୁଳନାରେ ମୁଁ ବିଚରା କି ଠକ? ମୋର ସ୍ତ୍ରୀ ଶଯ୍ୟାଶାୟୀ । ଯୁବତୀ ଝିଅ ବିବାହ ଅପେକ୍ଷାରେ ବସିଛି । ଅଥଚ ତମେ ସମସ୍ତ ଧନ ଠକାଇ ନେଇ ଆରାମରେ ଅଛ? ଶତଧିକ ତୁମକୁ ।”


ତା’ପରେ ସେ ଜଗା ନିଜ କଣ୍ଠ କୋମଳ କରି ପଚାରିଲା, “ଆଚ୍ଛା, ମୁଁ ଏବେ ମୋର ଭୁଲ୍ ମାନୁଛି । ଏଇଥରକ ନାମଟିଏ କୁହ, ଭଗବାନଙ୍କ ଦ୍ୱାହି ଦେଇ କହୁଛି, ଏଥର ମୁଁ ତୁମକୁ ଅଧେରୁ ବେଶି ଭାଗ ଦେବି ।”


ପ୍ରତାପ କହିଲା “ମୋତେ କ’ଣ ବୋକା ପାଇଲ? ମଣିଷ ଥରେ ଭୁଲ୍ କରେ, ମାତ୍ର ଦୁଇଥର ନୁହେଁ ।”


“ଆଚ୍ଛା, ଏଥର ତୁମେ ନାମଟି କୁହ । ରାଜା ପୁରସ୍କାର ଦେବାବେଳେ ତୁମେ ସେଇଠାରେ ଉପସ୍ଥିତ ରହି ତାକୁ ଆଣିବ । ମୁଁ ଜମାରୁ ସେ ସବୁକୁ ସ୍ପର୍ଶ କରିବି ନାହିଁ ।” ଜଗା ଏତକ କହିଲା; କିନ୍ତୁ ସେ ତା’ ମନେ ମନେ ଭାବୁଥାଏ କି ଏଥର ମଧ୍ୟ ଏହାକୁ ମୁଁ ଭଲକରି ଠକିବି ।


ପ୍ରତାପ ତା’ କଥାରେ ବିଶ୍ୱାସ କରି କହିଲା, “ରାଜାଙ୍କୁ କୁହ କି ମୋ ନାମ ହେଉଛି ବଳଭଦ୍ର । ବଳଭଦ୍ର ହେଉଛି ମହାପରାକ୍ରମୀ ବୀର । ତା’ର ନାମ ଶୁଣିବା ମାତ୍ରେହିଁ ରାଜା ଅତ୍ୟନ୍ତ ଭୟରେ ଥରିବେ । ତେଣୁ ସେ ତୁମ ସହିତ ବନ୍ଧୁତ୍ୱ ରଖିବେ ଓ ବରାବର୍ ବହୁ ଉପାୟ ଦେଇ ତୁମକୁ ସେ ଖୁସି କରାଇବେ ।”


ଜଗା ଏଥର ଦରବାରରେ ପହଁଚି ରାଜାଙ୍କ ସହିତ ସେ ଦେଖା କରି କହିଲା, “ମୁଁ ହେଉଛି ମହା ପରାକ୍ରମୀ ବଳଭଦ୍ର । ରାଜା କ୍ଷଣକ ପାଇଁ ଥକା ହୋଇ ରହିଗଲେ । ତା’ପରେ ମନ୍ତ୍ରୀଙ୍କୁ ଡାକି ସେ ପଚାରିଲେ, “କୌଣସି ଅପରାଧ ପାଇଁ ମୁଁ ବଳଭଦ୍ରକୁ ଦେଶରୁ ବହିଷ୍କାର କରି ଦେଇଥିଲି । ସେ ପୁଣି ଏତେ ଗର୍ବର ସହିତ କହୁଛି ଯେ ସେ ବଳଭଦ୍ର?”


ମନ୍ତ୍ରୀ ଜଗାକୁ ଭଲ କରି ନୀରିକ୍ଷଣ କରି କହିଲେ, “ମହାରାଜ, ଏହି ବ୍ୟକ୍ତି ତ ବଳଭଦ୍ର ନୁହେଁ? ଆମ ସୈନିକ ମାନେ ତ ତାକୁ ମାରି ଦେଇଛନ୍ତି । ଜଗାକୁ ଚାହିଁ ମନ୍ତ୍ରୀ କହିଲେ, “ତୁମର ନାମ ଜଗା ନା?”


ଏହାପରେ ସେ ଜଗା ଭୟରେ ଥରି ଥରି କହିଲା, “ପ୍ରଭୂ କ୍ଷମା କରନ୍ତୁ । ଏସବୁ ସେହି ଛୋଟାର କାରସାଦି; ଏଥିରେ ମୋର କିଛି ବି ଦୋଷନାହିଁ । ଠିକ୍ ସେତିକିବେଳେ ବାଡି ଠକ୍ଠକ୍ କରି ପ୍ରତାପ ଛୋଟେଇ ଛୋଟେଇ ଦରବାରରେ ଆସି ପହଁଚିଲା ଓ ରାଜାଙ୍କ ପାଖକୁ ଯାଇ ସେ କହିଲା, “ମହାରାଜ, କ୍ଷମା କରନ୍ତୁ । ମୁଁ ଆପଣଙ୍କ ସୈନ୍ୟ ବିଭାଗରେ ଥାଇ ଯୁଦ୍ଧ କରୁକରୁ ଛୋଟା ହୋଇଗଲି ।” ତା’ପରେ ସେ ନିଜ ପରିବାରର ଦୈନ୍ୟ ପରିସ୍ଥିତି ବିଷୟରେ ବର୍ଣ୍ଣନା କରିବା ପରେ ରାଜାଙ୍କୁ କହିଲା, “ମୋ ପାଇଁ ଧନ ରୋଜଗାର କରିବାର ଅନ୍ୟ କୌଣସି ଉପାୟ ନଥିଲା । ଜଗାକୁ ମୁଁ ଚକ୍ରଧର ଓ ସାଧୁଙ୍କ ବେଶରେ ମଧ୍ୟ ଏଠାକୁ ପଠାଇଥିଲି । କିନ୍ତୁ ସେ ସବୁ ଧନ ମାରି ନେଇ ମୋ ସହିତ ବିଶ୍ୱାସଘାତକତା କରିବାରୁ ମୁଁ ତାକୁ ବଳଭଦ୍ର ନାମ ଦେଇ ଏଠାକୁ ପଠାଇଲି । ଯଦ୍ୱାରା ସେ ଧରା ପଡିବ ଓ ମୋତେ ମଧ୍ୟ ଆପଣଙ୍କ ଦର୍ଶନ ମିଳିବ ।”



ରାଜା ପ୍ରତାପର ସମସ୍ତ କଥା ମନଦେଇ ଶୁଣିବାପରେ ସେ ତାଙ୍କ ମନ୍ତ୍ରୀଙ୍କୁ କହିଲେ ଯେ ଯେପରି ଯୁଦ୍ଧରେ ଆହତ ବ୍ୟକ୍ତିମାନଙ୍କୁ ଯଥେଷ୍ଟ ଧନ ଦିଆଯାଏ; ଯେମିତିକି ସେମାନେ ଶାନ୍ତିରେ ତାଙ୍କ ପରିବାର ପୋଷଣ କରିପାରିବେ । ପ୍ରତାପକୁ ରାଜା ବହୁତ ଧନ ଦେଲେ ଓ ଜଗାକୁ ଠକେଇ ଅଭିଯୋଗରେ ପୁଣି କାରାଗାର ମଧ୍ୟରେ ରଖିଲେ ।


*=======@=============@=========*

                               ସମାପ୍ତ   

*========@=============@========*

Tuesday, April 20, 2021

ODIA STORY ( ଓଡ଼ିଆ ଗପ)-15




   ଗୋଟିଏ ଗାଁରେ ଜଣେ ଧନୀଲୋକ ଥା’ନ୍ତି । ସେ ସମସ୍ତ ଗରିବ ଲୋକଙ୍କର ଦୁଃଖ ବୁଝୁଥା’ନ୍ତି । ସଦା ସର୍ବଦା ଦାନ ଧର୍ମରେ ତାଙ୍କର ସମସ୍ତ ଧନ ଖର୍ଚ୍ଚ ହୁଏ । ଏମିତିକି ତାଙ୍କ ଘରୁ କେହି କେବେବି ଖାଲି ହାତରେ ଫେରେ ନାହିଁ ।


                ପାଖ ଗାଁରେ ଆଉ ଜଣେ ଧନୀଲୋକ ଥା’ନ୍ତି । ସେ କିନ୍ତୁ ଖୁବ୍ କଞ୍ଜୁସ୍ । ତା’ଙ୍କର ଦାନାଟିଏ ନଷ୍ଟ ହୋଇଗଲେ ଦେହରେ କମ୍ପ ଆସେ । ତେଣୁ ଲୋକମାନେ ତାଙ୍କୁ ଖୁବ୍ ନିନ୍ଦା କରନ୍ତି । ଦିନେ ସେ ଭାବିଲେ କଞ୍ଜୁସ୍ ବୋଲି ତାଙ୍କର ଯେଉଁ ବଦନାମ ଅଛି ସେଇଟା କେମିତି ପରିବର୍ତ୍ତନ ହୋଇଯାନ୍ତା! ଏପରି ଭାବି ସେ ତା’ଙ୍କର ଜଣେ ବହୁଦିନର ବିଶ୍ୱସ୍ତ ଚାକରକୁ ଏକଥା କହିଲେ ।


                ଚାକରଟି କହିଲା, “ମାଲିକ, ଲୋକମାନେ ଯେ ଆପଣଙ୍କୁ ମହାନ୍ ଦାତା ବୋଲି କହିବେ ତାହା ଅସମ୍ଭବ । କିନ୍ତ ପଡୋଶୀ ଗାଁର ଯେଉଁ ଧନୀବ୍ୟକ୍ତିଙ୍କୁ ସମସ୍ତେ ଦାତା ବୋଲି କହୁଛନ୍ତି ସେ ଯଦି କୌଣସି ମତେ ଆପଣଙ୍କୁ ଦାତା ବୋଲି କୁହନ୍ତି ତେବେ ଲୋକମାନେ ମଧ୍ୟ ଆପଣଙ୍କୁ ଦୟାଳୁ ବୋଲି ଭାବିବେ । ଆପଣ କାଲି ତାଙ୍କୁ ଆପଣଙ୍କ ଘରକୁ ଭୋଜନ ସକାଶେ ଆମନ୍ତ୍ରଣ କରନ୍ତୁ । ସେ ଯେତେ ସମୟ ଆପଣଙ୍କ ଘରେ ଥିବେ ମୁଁ ଭିନ୍ନ ଭିନ୍ନ ବେଶ ବଦଳାଇ ଆପଣଙ୍କ ପାଖକୁ ଆସିବି ଓ ଆପଣ ପ୍ରତ୍ୟେକ ଥର ମୋତେ ଶହେ ଟଙ୍କା କରି ଦେବେ । ତେବେ ଆପଣ ଦାନୀ ବୋଲି ତାଙ୍କର ବିଶ୍ୱାସ ଆସିଯିବ । ସେ ଯିବା ପରେ ଆପଣଙ୍କୁ ଆପଣଙ୍କ ଟଙ୍କା ମୁଁ ଫେରାଇ ଦେବି ।


ଏଭଳି ପ୍ରସ୍ତାବରେ କଞ୍ଜୁସ୍ ଧନୀ କହିଲେ “ବାଃ, ଇଏ ତ ବଡ ସୁନ୍ଦର କଥା ତେବେ ଆଉ ଡେରି କାହିଁକି? ଆଜି ଯାଇ ଡାକିଦେଲେ ହେବ । ତୁ ଯା ତାଙ୍କୁ ନିମନ୍ତ୍ରଣ କରିବୁ ।


 ମାଲିକର ଆଦେଶ ପାଇ ସେ ଚାକରଟି ତତକ୍ଷଣତ୍ ଯାଇ ତାଙ୍କ ଘରେ ପହଁଚି କହିଲା, “ମହାଶୟ, ଆମ ମାଲିକ କାଲି ଦ୍ୱିପ୍ରହରରେ ଆପଣଙ୍କୁ ତାଙ୍କ ଘରେ ଭୋଜନ କରିବା ପାଇଁ ନିମନ୍ତ୍ରଣ ପଠାଇଛନ୍ତି, ଆପଣ ଯେପରି ନିଶ୍ଚୟ ଯିବେ ।


 ଦାନୀବ୍ୟକ୍ତି ପଚାରିଲେ, “ଆରେ ଭାଇ, ମୁଁ ତ ଶୁଣିଛି ତୁମ ମାଲିକ କୁଆଡେ ବିଲେଇକୁ ମଧ୍ୟ ଖାଇବାକୁ ଦିଅନ୍ତି ନାହିଁ, ମାତ୍ର ମୋ ଉପରେ ତାଙ୍କର ହଠାତ୍ ଏତେ ଦୟା କିପରି ହେଲା?


 ଚାକର କହିଲା “ମହାଶୟ, ଲୋକେ ଯାହା ସବୁ ଆମ ମାଲିକଙ୍କ ନାମରେ କହନ୍ତି ମନେ ହେଉଛି ଆପଣ ବି ସେସବୁ ବିଶ୍ୱାସ କରନ୍ତି । ବାସ୍ତବରେ ଆମ ମାଲିକ ମହା ଦାନୀ । କିନ୍ତୁ ସେ ଯାହା କିଛି ବି ଦାନ ଦିଅନ୍ତି ସେକଥା ବେଶି କେହି ଜାଣନ୍ତି ନାହିଁ, ମୁଁ ଆଉ ନିଜ ମାଲିକଙ୍କ ବିଷୟରେ ବେଶି ବଢାଇ କରି କ’ଣ ବା କହିବି? ଆପଣଙ୍କୁ କାଲି ଭୋଜନ ପାଇଁ ନିମନ୍ତ୍ରଣ କରିବା ଅର୍ଥ ଏପର୍ଯ୍ୟନ୍ତ ଯେତେ ଦାନ ସେ ଦେଲେଣି ସବୁ ସଂଖ୍ୟା ମିଶି କାଲି ଲକ୍ଷେ ପୂରଣ ହେଉଛି । ସେଥିପାଇଁ ମାଲିକ୍ ମନ୍ଦିରରେ ଭଗବାନଙ୍କୁ ଅଭିଷେକ କରିବେ । ସେହି ଉପଲକ୍ଷେ ଜଣେ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଖୁଆଇବା ତାଙ୍କର ଭାରି ଇଚ୍ଛା । ଆମର ଏ ଇଲାକାରେ ଦାନଧର୍ମରେ ତାଙ୍କ ସମକକ୍ଷ ତ କେବଳ ଆପଣ ।


ଦାନୀ ଭାବିଚିନ୍ତି କହିଲେ, “ଆଚ୍ଛା ବହୁତ ଭଲ କଥା । ତେବେ ମୁଁ ଅବଶ୍ୟ ଆସିବି ।


 ଚାକର ଫେରିଆସି କଞ୍ଜସଙ୍କୁ ସବୁକଥା କହିଲା । ପରଦିନ ଦାନୀ ଆସି ପହଁଚିଲେ କଞ୍ଜୁସଙ୍କ ଘରେ । କଞ୍ଜୁସ୍ ତାଙ୍କୁ ସ୍ୱାଗତ କରି ଘର ଭିତରକୁ ନେଇଗଲେ ଓ କହିଲେ “ଆପଣଙ୍କ ସହିତ କେହି ଚାକରବାକର କାହିଁକି ଆସି ନାହାଁନ୍ତି?


 ଦାନୀ ଉତ୍ତର ଦେଲେ “ଗୋଟିଏ ଛୋଟ କାମ ପାଇଁ ସେ ପଛରେ ରହିଗଲା । କାମଟି ପୁରା ହୋଇଗଲେ ଟିକିଏ ପରେ ସେ ଆସିବ ।


 କଞ୍ଜୁସ୍ କହିଲେ, “ଆଜ୍ଞା, କାଲି ତ ମୋ ଚାକର ଆପଣଙ୍କୁ ସବୁ କହିଛି । ମୁଁ ମୋ ନିଜର ଦାନ ଦେବା ବିଷୟରେ ବେଶି କିଛି ପ୍ରକାଶ କରେ ନାହିଁ । ଦାନଧର୍ମ କରିବା ତ ମୋର ଉଦ୍ଦେଶ୍ୟ , ମାତ୍ର ଯଶପ୍ରାପ୍ତି ନୁହେଁ । ଆପଣ ମଧ୍ୟ ମୋର ଏ ଗୁପ୍ତରହସ୍ୟ କେଉଁଠାରେ ପ୍ରକାଶ ନ କରିବାକୁ ବିନମ୍ର ଅନୁରୋଧ ।


 ଠିକ୍ ସେତିକିବେଳେ କଞ୍ଜୁସ୍ଙ୍କ ଚାକରଟି ଆସି କହିଲା, “ମାଲିକ୍ । ମୁଁ ମନ୍ଦିର ଯାଇ, ଭଗବାନଙ୍କର ଅଭିଷେକ କରି ଫେରି ଆସିବି ।” ତା’ପରେ ସେ ନିଜ ଘରକୁ ଯାଇ ଏକ ବୁଢା ଭିକାରୀର ବେଶ ଧରି ଆସି ପହଁଚିଲା । ଦାନୀଙ୍କ ସହିତ କଞ୍ଜୁସ୍ କଥା ହେଉଥିଲେ । ଭିକାରୀକୁ ଦେଖି ହାତ ପାଖରେ ଥିବା ଥଳୀରୁ ଶହେଟଙ୍କା କାଢି ଦେଇଦେଲେ । ବୁଢା ଭିକାରୀ ଚାଲିଯିବା ପରେ ଜଣେ ବାବାଜୀ ଆସି ପହଁଚିଲେ । କଞ୍ଜୁସ୍ ତାକୁ ମଧ୍ୟ ଶହେଟଙ୍କା ଦେଲେ ।


 ତା’ପରେ ଭୋଜନର ସମୟ ହେବା ପୂର୍ବରୁ, ଜଣେ ଘୁଙ୍ଗା, ଜଣେ ଅନ୍ଧ, ଜଣେ ଛୋଟା, ଜଣେ ତୀର୍ଥଯାତ୍ରୀ, ଏହିପରି ଦଶଜଣ ଲୋକ ପରେ ପରେ ଆସି ପହଁଚିଥା’ନ୍ତି । କଞ୍ଜୁସ୍ ସମସ୍ତିଙ୍କୁ ଶହେ ଟଙ୍କା ଲେଖାଏଁ ଦାନ ଦେଉଥା’ନ୍ତି ଆଉ ମନେ ମନେ ନିଜ ଚାକରକୁ ଖୁବ୍ ପ୍ରଶଂସା କରୁଥା’ନ୍ତି । କେତେ ଶୀଘ୍ର ଶୀଘ୍ର ସେ ବେଶ ବଦଳେଇ ଆସୁଛି!


 ଏବେ ଦାନୀ କଞ୍ଜୁସ କୁ କହିଲେ, “ଆହା, ଆପଣଙ୍କ ପରି ଦାନବୀର ମୁଁ ଏପର୍ଯ୍ୟନ୍ତ କେଉଁଠି ହେଲେ ବି ଦେଖି ନଥିଲି ବା ଶୁଣି ନଥିଲି । ଏଇ ଏତିକି ସମୟ ଭିତରେ ଆପଣ ଚାହୁଁ ଚାହୁଁ ହଜାରେ ଟଙ୍କା ଦାନ ଦେଇଦେଲେ ।


କଞ୍ଜୁସ୍ କହିଲେ, “ନାହିଁ ଆଜ୍ଞା, ମାତ୍ର ଦଶଜଣ ତ ଆସିଛନ୍ତି । ମୁଁ ତ ସବୁଦିନେ ଦଶଜଣଙ୍କୁ ଦିଏ ।


 କିଛି ସମୟ ପରେ ଚାକର ପୁଣି ବେଶ ବଦଳାଇ ହାତରେ ଥାଳୀ ଓ ପ୍ରସାଦ ଧରି ସାଧାରଣ ଚାକର ରୂପରେ ଆସି ପହଁଚିଲା ଓ କହିଲା, “ଆଜ୍ଞା, ମୋର ଟିକିଏ ଡେରି ହୋଇଗଲା । ତେଣୁ କ୍ଷମା କରିବେ । ଲକ୍ଷେ ବେଲପତ୍ର ଦେଇ ଅଭିଷେକ କରିବାରେ ସମୟ ତ ଲାଗିବ! ଏତିକି କହୁ କହୁ ଥାଳୀ ଧରି ସେ ଘରର ଭିତର ପଟକୁ ଚାଲିଗଲା । ତା’ପଛେ ପଛେ ସେ କଞ୍ଜୁସ୍ ମଧ୍ୟ ଭିତରକୁ ଉଠିଗଲେ ।


 କଞ୍ଜୁସ୍ ତାଙ୍କ ଚାକରକୁ ପଚାରିଲେ, “ବାଃ, ତୁ ବଡ ମଜାର ନାଟକ ତିଆରି କଲୁ । ଆଣ ଏବେ ମୋର ସବୁ ପଇସା । ତୁ ଆଉ କୁଆଡେ କିଛି ହଜାଇ ନାହୁଁ ତ?


 ନିଅନ୍ତୁ, ଆପଣଙ୍କ ପାଂଚଶ ଟଙ୍କା” ଏହା କହି ସେ ଚାକର ପାଂଚଶ ଟଙ୍କା ଦେଲା ।


କଞ୍ଜୁସ୍ ବ୍ୟସ୍ତ ହୋଇ କହିଲେ “ଆରେ ପାଂଚଶ କିପରି? ମୁଁ ତ ତତେ ହଜାର ଟଙ୍କା ଦେଇଛି ।


ତା’ପରେ ଚାକର କହିଲା “ଆଜ୍ଞା ନା, ମୁଁ ତ କେବଳ ପାଂଚଥରହିଁ ବେଶ ବଦଳ କରି ଆସିଛି । ଆଉ ପ୍ରତ୍ୟେକ ଥର ତ ଆପଣ ମୋତେ ଶହେ ଟଙ୍କା ହିଁ ଦେଇଛନ୍ତି ।


 ତା’କଥା ଶୁଣି କଞ୍ଜୁସ୍ ଭାରି ବ୍ୟାକୁଳ ହେଲେ “ତେବେ ସେ ଦଶଜଣ କୁଆଡୁ ଆସିଲେ? ତୁ ଯଦି ପାଂଚଥର ଆସିଲୁ ତେବେ ଅନ୍ୟ ପାଂଚଥର ଆଉ କିଏ ଆସିଲା?


 ଦାନୀ କହିଲେ “ସେ ହୁଏତ ମୋ ଚାକର ହୋଇଥିବ । ଯେତେବେଳେ ଚାକର ଓ ମାଲିକ ଟଙ୍କା ପାଇଁ କଥା ହେଉଥିଲେ ଦାନୀ ବ୍ୟକ୍ତି ସବୁ ଶୁଣି ପାରୁଥିଲେ ।


ଦାନୀ କହିଲେ “ଏବେ ମୋ ଚାକର ମଧ୍ୟ ଆସିଯିବ । ସେ ବହୁତ ବିଶ୍ୱାସୀ । ଆପଣଙ୍କ ପାଂଚଶ ଟଙ୍କା ଫେରାଇ ଦେବ ।


 ଏପରି କଥା ଶୁଣି କଞ୍ଜୁସ୍ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ କଲେ ।

===≈===@=====≈==@=====≈==@======

                          =ସମାପ୍ତ=

========@========@=======@======



Monday, April 19, 2021

ODIA STORY (ଓଡ଼ିଆ ଗପ) 14




କମଳ ଦ୍ୱିପ୍ରହରର ଭୋଜନ ପରେ ଆରାମ୍ ରେ ପିଣ୍ଡାରେ ଶୋଇ ଏଣୁତେଣୁ ଭାବୁଥାଏ । ମନ ଏମିତି ଏକ ଜିନିଷ ତାକୁ ଖାଲି ଛାଡିଦେଲେ, ଭୂତମାନେ ତା’ଉପରେ ସବାର ହୋଇଯାନ୍ତି । ଯେତେସବୁ ବାଜେ ଚିନ୍ତା ମନକୁ ଆସେ । ଏପରି ସମୟରେ ଜଣେ ପଥିକ ଆସି ତାକୁ ପଚାରିଲା, “ଆଜ୍ଞା, ଏଇଟା କମଳର ଘର ତ?” ମନେ ହେଉଥିଲା ସେ ଯେମିତି ବହୁଦୂରରୁ ଆସିଛି ।”


                ସେତେବେଳେ ତ କମଳର ମନରେ କେବଳ ନାନା ଉଦ୍ଭଟ ଚିନ୍ତାସବୁ ଆସୁଥା’ନ୍ତି । ସେ ଉତ୍ତର ଦେଲା, “ନାହିଁ” ଆଗନ୍ତୁକ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଏହି ଘର ନୁହେଁ?”


କମଳ କହିଲା “କହିଲି ପରା ନୁହେଁ ବୋଲି; କମଳର ଘର ଗ୍ରାମର ଉତ୍ତରରେ ଥିବା ଶିବମନ୍ଦିର ପାଖରେ କେଉଁଠି ଅଛି ଯାଇ ପଚାରି ବୁଝ ।”


“ଠିକ୍ ଅଛି” ଏହା କହି ସେ ଆଗନ୍ତୁକ ଉତ୍ତର ଦିଗକୁ ଗଲା । ଘଂଟାଏ ପରେ ପୁଣି ଫେରି ଆସି ସେ କହିଲା, “ଆପଣଙ୍କ କହିବା ଅନୁସାରେ ଶିବମନ୍ଦିର ଯାଇ ସେଠାରେ ପଚାରି ବୁଝିଲି ସେପରି କେହି ବି ନାହିଁ । ଏଇ ଘର ତ କମଳର ବୋଲି ସେମାନେ କହିଲେ ।”

  


ତା’ପରେ ସେ କମଳ ହସିହସି କହିଲା “ସେମାନେ କିଛି ନଜାଣି ଯାହା ଇଚ୍ଛା କହିଦେଲେ; କିନ୍ତୁ ସତ କଥା ହେଉଛି ଯେ ଏଇଟା କମଳର ଘର ନୁହେଁ । ଦେଖ, ସିଧା ଚାଲିଯାଅ, ଦେଖିବ ପୋଖରୀଟିଏ ପୋଖରୀ କୂଳରେ ବଡ ବରଗଛଟିଏ, ସେଇଠି ଯାଇ ପଚାର ।”


କମଳ କହିଥିବା ରାସ୍ତାରେ ସେ ଆଗନ୍ତୁକ ଜଣକ ଗଲା । ସେଠାରୁ ଫେରି ଆସି ସେ କହିଲା, “ପୋଖରୀ ନିକଟରେ କମଳ ନାମକ ଲୋକ ନାହିଁ । ସମସ୍ତେ କହିଲେ ଏଇ ଘରଟା କମଳର ।”


କମଳ ଅଳ୍ପ ହସି କହିଲା, “ତମେ ତ ବଡ ଅଜବ ଲୋକ । ତମେ ତାଙ୍କୁ କ’ଣ ପଚାରିଲ ଓ ସେମାନେ ତୁମକୁ କ’ଣ କହିଲେ ମୁଁ ତ ସେକଥା କାହିଁ ମୋଟେ ବୁଝିପାରୁନାହିଁ । କିନ୍ତୁ ଜାଣିରଖ ଏଇଟା କମଳର ଘର ନୁହେଁ । ପୋଖରୀ ପାଖରେ ଥିବା କମଳ ଅବଶ୍ୟ ଘର ବଦଳାଇବାକୁ କହୁଥିଲା । ସେମିତି କିଛି ଘଟିଥିବ । ତେଣୁ ତମେ ଗୋଟାଏ କାମକର । ସିଧା ପଶ୍ଚିମ ପଟକୁ ଯାଅ । ସେଠାରେ ଗ୍ରାମର ଅତିଥିଶାଳା ରହିଛି । ସେମାନେ ହୁଏତ ଏ ସମ୍ପର୍କୀୟ କିଛି ଖବର ତୁମକୁ ଦେଇ ପାରିବେ ।”

1


ଲୋକଟି ଅଳ୍ପସମୟ ପରେ ବୁଲି ବୁଲି ଆସି ପୁଣି କମଳ ପାଖରେ ପହଁଚି ସେ କହିଲା, “ସେଠାରେ କମଳ ବୋଲି କୌଣସି ବ୍ୟକ୍ତିର ଘର ନାହିଁ । ସମସ୍ତେ କହିଲେ ଏହି ଘରଟି କମଳର ।”


କମଳ ପୁଣି କହିଲା “ଏବେ ତୁମେ ଦକ୍ଷିଣ ପଟକୁ ଯାଅ; ସେଠାରେ ଏକ ବଡ ବରଗଛ ଅଛି । ସେଇଠି ପଚାରିଲେ ସେମାନେ ହୁଏତ କହିଦେବେ ।”


ଆଗନ୍ତୁକଟି କଥା ମାନି ପୁଣି ଗଲା ଓ କିଛି ସମୟ ପରେ ଲେଉଟି ଆସି ସେ କହିଲା, “ବର ଗଛ ପାଖକୁ ଯାଇ ମୁଁ ଯାହା ଦେଖିଲି, ମନେ ହେଲା ସେଠାରେ ବରଂ ମଣିଷ ନୁହଁନ୍ତି ଭୂତ ପ୍ରେତହିଁ ରହୁଛନ୍ତି । ରାସ୍ତାରେ ଥିବା ଲୋକେ କହିଲେ ଯେ ଏଇଟା ହେଉଛି କମଳର ଘର । କିନ୍ତୁ କେବଳ ଆପଣ କହୁଛନ୍ତି ଯେ କମଳର ଘର ଏଘର ନୁହେଁ । ବୁଲି ବୁଲି ଥକି ଗଲିଣି, ଆଉ ପାରିବି ନାହିଁ । ଯେଉଁକାମ ସକାଶେ ଆସିଥିଲି, ତାହା ତ ହେଲା ନାହିଁ । ଛାଡ, ଏବେ କମଳର ଘର ଖୋଜିବା ମୋ ପକ୍ଷେ ଆଉ ମୋଟେ ସମ୍ଭବ ନୁହେଁ । ବରଂ ମୁଁ ଏଠାରୁ ଶୀଘ୍ର ଫେରି ଯାଉଛି ।”


ସେତେବେଳେ ଯାଇ ସେ କମଳ ଭାବିଲା ଯେ, ଏବେ ଏପ୍ରକାର ଥଟ୍ଟାତାମସା ବନ୍ଦ କରିବା ଉଚିତ୍ । ସେ ତା’ପରେ ଆଗନ୍ତୁକଙ୍କୁ ଡାକି କହିଲା, “ଶୁଣ, ମୁଁହିଁ କମଳ; ଏହି ହେଉଛି ମୋ ଘର; କି କାମରେ ଆସିଥିଲ?”


ଏକଥା ଶୁଣି ସେ ଆଗନ୍ତୁକଟି ରାଗିଯାଇ କହିଲା, “ମହାଶୟ, ଆପଣ ନିଜେ ଯଦି କମଳ, ତେବେ ଏତେଥର ପଚାରିଲେ ମଧ୍ୟ କାହିଁକି କିଛି କହୁ ନଥିଲେ? କାହିଁକି ମୋତେ ସାରା ଗ୍ରାମ ବୁଲାଇଲେ?”


କମଳ ତା’ କଥାକୁ ଖାତିର ନକରି ଅଳ୍ପ ହସି କହିଲା, “ମୋର ମସ୍ତିସ୍କରେ ଏକ ବିଚାର ଆସିଥିଲା, ମୁଁ ଜାଣିବାକୁ ଚାହୁଁଥିଲି ଯେ ଆମ ଗ୍ରାମରେ କେତେଲୋକ ମୋତେ ଓ ମୋ ଘରକୁ ଜାଣନ୍ତି; ଏବେ କୁହ ତୁମେ କେଉଁ କାମ ବିଷୟରେ ଏଠାକୁ ଆସି ଥିଲ?”


ସେଇଠି ଠିଆ ହୋଇ ସେ ଆଗନ୍ତୁକ ଜଣକ ଚିତ୍କାର କରି କହିଲା, “ମହାଶୟ ମୁଁ ଜନାର୍ଦ୍ଦନ ପୁରରୁ ଆସିଛି । ଆପଣଙ୍କ ପାଇଁ ମୁଁ ଏକ ଜରୁରୀ ଖବର ନେଇ ଆସିଥିଲି । ଆପଣଙ୍କ ବନ୍ଧୁ କୋଟିପତି ଶ୍ରୀକଣ୍ଠଙ୍କର ଦେହାନ୍ତ ହୋଇଗଲା । ଆପଣ ତ ଭଲଭାବେ ଜାଣନ୍ତି ଯେ ତାଙ୍କର ପିଲା ପିଲି କେହି ନାହିଁ ।” ଏଣୁ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ ଯେ ଆପଣଙ୍କୁ ଓ ତାଙ୍କର ଅନ୍ୟଦୁଇ ବନ୍ଧୁଙ୍କୁ ଯେପରି ସଙ୍ଗେସଙ୍ଗେ ଖବର ଦିଆଯାଏ । ଆହୁରି ମଧ୍ୟ ସେ କହିଥିଲେ, ଯିଏ ପ୍ରଥମେ ଆସି ତାଙ୍କ ମୃତଦେହର ଦାହ ସଂସ୍କାର କରିବ ସେହିଁ ତାଙ୍କ ସମ୍ପତ୍ତିର ଅଧେରୁ ବେଶି ପାଇବ । ମୁଁ ସେଠାରେ କାମ କରୁଥିଲି । ଭାବିଲି ମୁଁ ଆପଣଙ୍କୁ ପ୍ରଥମେ ନେଇ ଯାଇ ବହୁ ମୂଲ୍ୟ ପୁରସ୍କାରରେ ଭାଗୀ ଦେବି । ଆପଣ ଜାଣନ୍ତି ନାହିଁ କେତେ ଜୋର୍ରେ ଦୌଡି ଦୌଡି ମୁଁ ଏଠାକୁ ଆସିଛି । କିନ୍ତୁ ଘଟଣା ତ ଭିନ୍ନ ହୋଇଗଲା । ଏବେ ଆମେ ଶୀଘ୍ର ଗଲେ କିଛି ବି ଲାଭ ହେବ ନାହିଁ । ଅନ୍ୟ ଦୁଇବନ୍ଧୁଙ୍କ ମଧ୍ୟରୁ କେହି ହେଲେ ଯାଇ ସାରିବେଣି ।


ଏବେ କମଳ ଉପଲବ୍ଧି କଲା ଯେ ହାତରେ ସମୟ ଥିଲେ ବାଜେ ଚିନ୍ତା ପୁରାଇ ମନକୁ ଭିନ୍ନ ଦିଗରେ ନେଇଯିବା ଏକ ଭୂଲ୍ କଥା । ଏପରି କରିବା ଦ୍ୱାରା ଫଳ ସର୍ବଦା ଓଲଟା ହୁଏ ।


*=======@==============@========*

                        🙏   ସମାପ୍ତ   🙏

*========@==============@=======*

Saturday, April 17, 2021

ODIA STORY (ଓଡ଼ିଆ ଗପ)-13






କମଳିନୀ ଦୁଃଖୀ ନାରୀଟିଏ। ସେ ନିଜକୁ ସର୍ବଦା ଏମିତି ହିଁ ଭାବୁଥିଲା। ତା'ର ପାଦେ ପାଦେ ବିପଦ। ପ୍ରତୀକ୍ଷଣ ଦୁଃଖର ଝଡ଼ରେ ଗାଧୋଇବାକୁ ଈଶ୍ବର ବୋଧେ ଜନ୍ମ ଦେଇଛନ୍ତି। ସେ ସବୁକିଛି ହରେଇବା ପରେ ବି ନିଜକୁ ହରେଇ ପାରୁ ନ ଥିଲା  । ତା ଦେହ ଓ ମନ ଖିନ୍ନ ହେବାକୁ ଲାଗିଲା। ତୁହାଇ ତୁହାଇ ଭାବୁଥିଲା କମଳିନୀ । ଆଉ ଝରେଇ ଦେଉଥିଲା ଦୁଇ ଆଖିରୁ ଗଙ୍ଗା ଓ ଯମୁନା।

        


       ଦିନେ ଧୂ ଧୂ ଖରା ବେଳଟାରେ ଆମ୍ବଗଛର ଡାଳରେ ବସି କାପ୍ତାଟିଏ ରାବି କହୁଥିଲା,"ଉଠରେ ପୁତା ଉଠ୍...ଉଠ୍... ଉଠ୍...।" ଏ ଡାକ କମଳିନୀ ହୃଦୟକୁ ବିଦୀର୍ଣ୍ଣ କରି ଦେଉଥିଲା। ଏହାର ଅର୍ଥ କ'ଣ ହୋଇପାରେ ନିଜକୁ ନିଜେ ଖୋଜିବାକୁ ଶତଚେଷ୍ଟା କରୁଥିଲା ହେଲେ ସମାଧାନର ବାଟ ପାଉ ନ ଥିଲା। କମଳିନୀ ଏହାରି ଭିତରେ ରହିରହି କେତେଥର ଶୁଣିଲାଣି ଅଥଚ ନିଜ ଭାବନା ଭିତରେ ଘାଣ୍ଟି ଚକଟି ହୋଇ ଆଖିର ଲୁହକୁ ଝରାଇ ଦେଇ ଚାଲିଛି। ହଠାତ୍ ପଛପଟୁ କେହି ଜଣେ ଯୁବକ ପିଠିରେ ହାତ ଥୋଇ କହିଲେ,"କମଳିନୀ ! ତୁମେ ଏଠାରେ ବସିକି ଲୁହ ଗଡ଼ଉଛ କାହିଁକି?" ଚମକି ପଡି଼ଲା କମଳିନୀ ଭୟରେ ଥରି ଉଠିଲା ଦେହ ଆଉ ମନ। ତା'ର ସହ ଦେଖା ସାକ୍ଷାତ କେବେ ହୋଇଥିଲା ମନେ ପକେଇଲା। ସେ ବୁଝିନେଲା ଆଜିକୁ ଗୋଟିଏ ବର୍ଷ ପୂର୍ବରେ ଏହି ଯୁବକ ଜଣଙ୍କ ତାଙ୍କୁ ବିବାହ କରିବ ବୋଲି ପ୍ରସ୍ତାବ ନେଇ ତାଙ୍କ ଘରକୁ ଯାଇଥିଲେ ହେଲେ ଜେଜେବାପା ତାଙ୍କୁ ସିଧାସିଧା ଜଣାଇ ଦେଇଥିଲେ କି କମଳିନୀର ବିବାହ ଠିକ୍ ହୋଇ ସାରିଛି। ତାଙ୍କୁ କଥା ଦେଇ ସାରିଛି ମାନେ ତୁମକୁ କିପରି କଥା ଦେବି? ଜେଜେ ବାପାଙ୍କର ଦୃଢୋ଼କ୍ତି କି ଯବାବ ଗୋଟିଏ ହୋଇଥାଏ। ଦ୍ବିତୀୟ ଯବାବ ଦେବି ତ ଅସତ୍ଯର ମଙ୍ଗ ଧରିଲି ବୋଲି ଗଣା ହେବି।


        ମୋ'ର କିନ୍ତୁ କିଛି କହିବାର ହିଁ ନାହିଁ। ଝିଅପିଲା ସ୍ବାଧୀନ ମନରେ କିଛି କହିବି ତ ଜେଜେ ବାପାଙ୍କ ପାଖରେ ନୀଚ୍ଛତା ବୋଲାଇବି। ଏହି ମର୍ମରେ ନିଜକୁ ସମ୍ଭାଳି ନେଇ ଚୁପ ରହିବା ଛଡା଼ ଅନ୍ଯ ଗତି ହିଁ ନ ଥିଲା। ମୋ'ର ମନ ଏହିପରି ଆକାଶରେ ଉଡୁଥିବା ଅବସ୍ଥାକୁ ନିରୀକ୍ଷଣ କରି ଯୁବକ ଜଣଙ୍କ କହିଲେ,"କମଳିନୀ ! କ'ଣ ଭାବୁଛ? ମୁଁ କିଛି ପଚାରୁଛି ତୁମକୁ ଶୁଭୁଛି ନା ନାହିଁ?" ଏ କଥା ଶୁଣି ହୃଦୟ କମଳିନୀ ଜୋରରେ କାନ୍ଦି ଉଠିଲା। ନିଜକୁ ସମ୍ଭାଳି ନ ପାରି ଭୋ...ଭୋ... ରଡି଼ ଛାଡିଲା। ସେ ଲୁହ ପୋଛୁ ପୋଛୁ ପୁଣି କହିଲେ,"କମଳିନୀ ! ମୁଁ ତୁମକୁ ଏବେ ବି ଭୁଲି ନାହିଁ। ଚାହିଁବ ତ ମୋ'ର ସହ ଯାଇ ପାରିବ। ମୁଁ କଥା ଦେଉଛି ତୁମକୁ କେବେ ଦୁଃଖ ଦେବି ନାହିଁ। ତୁମେ ମୋ'ର ପତ୍ନୀ ହୋଇ ସାରା ଜୀବନ ରହିବ।"



         ଏ କଥା ଶୁଣି କମଳିନୀ କହିଲା,"ପ୍ରିୟଙ୍କର ! ମୁଁ ଜଣେ ଅପାଠୋଈ ପୁଣି ବିଧବା ନାରୀ। ମୋ'ର ଜନ୍ମ ସମୟରେ ମାଆଙ୍କୁ ଖାଇଲି। ମୋ'ର ପାଞ୍ଚବର୍ଷ ନ ପୂରୁଣୁ ବାପାଙ୍କୁ ଖାଇଲି। ଦଶବର୍ଷ ନ ହେଉଣୁ ଜେଜିଙ୍କୁ ଖାଇଲି। ଯେବେ ମୋ'ର ଅଠର ପୂର୍ଣ୍ଣ ହେଲା ଜେଜେ ବାପାଙ୍କ ଅପାର ସ୍ନେହ,ଶ୍ରଦ୍ଧା ଓ ଭଲ ପାଇବା ନେଇ ବଢି଼ଲି ତ ମୋତେ ବିବାହ କରେଇ ଦେଲେ। ମୋତେ ବିବାହ କରି ସେ ଏକୁଟିଆ ଏକୁଟିଆ ଅନୁଭବ କରି ମୋତେ ହିଁ ଝୁରିଝୁରି ଖିଆପିଆ ନ କରି ମରିଗଲେ। ଆଉ ପୁଣି ବିବାହର ତିନିମାସ ନ ହେଉଣୁ ସ୍ବାମୀଙ୍କୁ ଖାଇଲି। ଏବେ ମୁଁ ବେସାହାରା। କେଉଁ କୁଳକୁ ବି ନୁହେଁ। ଶ୍ବଶୂରଘର ଲୋକେ ମୋତେ ତଡି଼ ଦେଇଛନ୍ତି। ମୁଁ ଜେଜେ ବାପାଙ୍କ ଘରକୁ ଆସିବାକୁ ଚାହିଁଲେ ବି ସେ ଘରେ କିଏ ଅଛନ୍ତି ଯେ ଯିବି? ଏବେ ଆପଣ ମୋତେ କୋଳେଇ ନେବାକୁ ଚାହୁଁଛନ୍ତି। କିଏ ଜାଣେ ଆପଣଙ୍କୁ ବିବାହ କଲେ କି ପ୍ରକାର ବିପଦ ପୁଣି ମାଡି଼ ନ ଆସିବ? ଆପଣଙ୍କୁ ଯୋଡ଼ ହସ୍ତରେ ଅନୁରୋଧ କରୁଛି କି ଆପଣ ଫେରିଯାନ୍ତୁ। ମୋ'ର କ'ଣ କରିବାକୁ ହେବ ମୋତେ ଛାଡି଼ ଦିଅନ୍ତୁ।"


         ଏ କଥା ଶୁଣି ପ୍ରିୟଙ୍କର କହିଲେ,"କମଳିନୀ ! ମନୁଷ୍ଯ ଜୀବନରେ ଅନେକ ଦୁଃଖ,କଷ୍ଟ ଓ ଯନ୍ତ୍ରଣା ତ ଆସିବ ହେଲେ ଭାଙ୍ଗି ପଡି଼ଲେ ଚଳିବନି। ଈଶ୍ବର ମହାନ ନିଜକୁ ବେଶୀ ଅଭିମାନ କରନାହିଁ। ସେ ଆମଙ୍କୁ ଜଣେ ବଡ଼ ଅଭିନେତା/ଅଭିନେତ୍ରୀ ଭାବେ ଗଢି଼ ତୋଳିଛନ୍ତି। ଏହି ସଂସାର ରୂପକ ରଙ୍ଗମଞ୍ଚରେ ଆମକୁ କେତେ କ'ଣ ଦୁଃଖ ସୁଖ ସହ ଅଭିନୟ କରିବାକୁ ହେବ। ଏଣୁ ସବୁକୁ ଭୁଲି ମୋ'ର ହାତଧରି ଚାଲନ୍ତୁ। କମଳିନୀ ଯନ୍ତ୍ର ମାନବୀ ପରି ପ୍ରିୟଙ୍କର ହାତଧରି ଚାଲିଲେ। ଯେଉଁଠି ସେମାନଙ୍କୁ ଆହୁରି ଆହୁରି କଠିନ ଦୁଃଖ କଷ୍ଟ ନେଇ ଅଭିନୟ କରିବାକୁ ହେବ।

    


          ସେ ଦିନ କମଳିନୀ ପ୍ରିୟଙ୍କର ଛାତିରେ ଲୋଟିପଡି଼ ଭାବୁଥିଲା ହେ ଈଶ୍ବର ଏବେ ପୁଣି ପ୍ରିୟଙ୍କର ଜୀବନକୁ ଦୁଃଖ କଷ୍ଟର ମରୁବାଲିରୁ ବଞ୍ଚାଇ ଦିଅନ୍ତୁ ଓ ମୋତେ ପଛେ ଏ ସଂସାରର ଆର ପାରିକୁ ନେଇଯାନ୍ତୁ। 


*=======@===========@===========*

                                  ସମାପ୍ତ   

*=======@============@==========*

ବିଶ୍ୱ ଐତିହ୍ୟ ଦିବସ

  ବିଶ୍ୱ ଐତିହ୍ୟ ଦିବସ ଆଜି ଏପ୍ରିଲ ୧୮, ବିଶ୍ୱ ଐତିହ୍ୟ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ 🙏🙏 ମୋ ଓଡିଶା                       ଐତିହ୍ୟର ଗନ୍ତାଘର, ସଂସ...